ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଧର୍ମୀୟ ସଂସ୍କୃତି

ବଟେଶ୍ୱର ଶିବ ମନ୍ଦିରରେ ସୋମନାଥ ସ୍ୱାଭିମାନ ପର୍ବ ପାଳିତ 

ବଟେଶ୍ୱର ଶିବ ମନ୍ଦିରରେ ସୋମନାଥ ସ୍ୱାଭିମାନ ପର୍ବ ପାଳିତ 

ଛତ୍ରପୁର,ତା ୧୧/୦୫ ଅଖଣ୍ଡ ଆସ୍ଥାର ୧୦୦୦ ବର୍ଷ ଓ ସୋମନାଥ ମନ୍ଦିର ପୁନଃ ନିର୍ମାଣର ୭୫ ବର୍ଷ ପୂର୍ତ୍ତି ଅବସରରେ ଆଜି ସମଗ୍ର ଦେଶରେ ଯଶସ୍ବୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ “ସୋମନାଥ ସ୍ୱାଭିମାନ ପର୍ବ” ପାଳନ କରାଯାଇଛି । ଏହି ଅବଲୋକନରେ ଗଞ୍ଜାମ ବ୍ଲକର କଣ୍ଟିଆଗଡ ସ୍ଥିତ ବଟେଶ୍ୱର ଶିବ ମନ୍ଦିରରେ ମଧ୍ୟ ସୋମନାଥ ସ୍ୱାଭିମାନ ପର୍ବ ପାଳନ ହେବା ସହ ଜଗତ କଲ୍ୟାଣ ପାଇଁ ସାମୂହିକ ପୂଜାର୍ଚ୍ଚନା ଓ ଭଜନ ସମାରୋହର ଆୟୋଜନ କରାଯାଇଥିଲା । ଗୁଜୁରାଟର ସୋମନାଥ ମନ୍ଦିରର ଭବ୍ୟ ଓ ଦିବ୍ୟ ଉତ୍ସବ ଏବଂ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଦେଶରେ ଶାନ୍ତି ଓ ସମୃଦ୍ଧି ପାଇଁ କରାଯାଇଥିବା ପୂଜାର୍ଚ୍ଚନାକୁ ଲାଇଭ ଷ୍ଟ୍ରିମିଙ୍ଗ ମାଧ୍ୟମରେ ଭକ୍ତମାନେ ବଟେଶ୍ୱର ଶିବ ମନ୍ଦିର ନିକଟସ୍ଥ କଲ୍ୟାଣ ମଣ୍ଡପରୁ ଦେଖିଥିଲେ । ଏହି କାର୍ଯ୍ୟକ୍ରମରେ ଛତ୍ରପୁର ବିଧାୟକ କୃଷ୍ଣଚନ୍ଦ୍ର ନାୟକ,ଗଞ୍ଜାମ ବ୍ଲକ୍ ଅଧକ୍ଷା ଶର୍ମିଷ୍ଠା ପ୍ରଧାନ, ଛତ୍ରପୁର ଉପଜ଼ିଲ୍ଲାପାଳ ଶିବାଶିଷ ବରାଳ, ଗଞ୍ଜାମ ବ୍ଲକର ଗୋଷ୍ଠୀ ଉନ୍ନୟନ ଅଧିକାରୀ ଅଚ୍ୟୁତାନନ୍ଦ ଜାନୀ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ସୌରଭ ପ୍ରଧାନ, ଜିଲ୍ଲା ସଂସ୍କୃତି ଅଧିକାରିଣୀ ଅଦିତି ଆଚାର୍ଯ୍ୟ, ବିଧାୟକଙ୍କ ପ୍ରତିନିଧି, ଗଞ୍ଜାମ ବ୍ଲକ, ମାନସ ନାହାକ, ଏବଂ ସ୍ଥାନୀୟ ଜନପ୍ରତିନିଧି, ଭକ୍ତ ଶ୍ରଦ୍ଧାଳୁମାନେ ଏହି କାର୍ଯ୍ୟକ୍ରମ ରେ ଯୋଗଦେଇଥିଲେ ।

Related posts

ଜୟପାଟଣାରେ ଚାଲିଛି ରାମ ନବମୀର ମହାପର୍ବ

Sunil Chandra Nayak

ରାଇରଙ୍ଗପୁର ପିସିଏମ କଲ୍ୟାଣ ମଣ୍ଡପ ପରିସରରେ ସ୍ବାମୀ ମୁକୁନ୍ଦାନନ୍ଦଙ୍କ ଦ୍ବାରା ଆଧ୍ୟାତ୍ମିକ ପ୍ରବଚନ 

Sunil Chandra Nayak

ଖମ୍ୱପଡା ଗ୍ରାମରେ ୧ ମ ତମ ଗଜଲକ୍ଷ୍ମୀ ପୂଜା ଅନୁଷ୍ଠିତ 

Sunil Chandra Nayak

Leave a Comment

error: Content is protected !!