ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପଥର ଖଣି ଦୁର୍ଘଟଣାରେ ଶ୍ରମିକଙ୍କ ମୃତ୍ୟୁ : ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ବୃଦ୍ଧି

ପଥର ଖଣି ଦୁର୍ଘଟଣାରେ ଶ୍ରମିକଙ୍କ ମୃତ୍ୟୁ : ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ବୃଦ୍ଧି

୫୦ଲକ୍ଷ ଟଙ୍କାର କ୍ଷତିପୂରଣ ସହ ଖଣି ପରିଚାଳନା ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଦାବି

ରାଉରକେଲା ୧୧/୫ କଲୁଙ୍ଗା ଅଞ୍ଚଳର ଗୋଟିଧାର ପଥର ଖଣିରେ ଏକ ମର୍ମନ୍ତୁଦ ଦୁର୍ଘଟଣାରେ ଜଣେ ଶ୍ରମିକଙ୍କ ମୃତ୍ୟୁ ପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି। ଏହି ଘଟଣାକୁ ନେଇ ଗ୍ରାମବାସୀଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଛି। ସ୍ଥାନୀୟ ଗ୍ରାମବାସୀମାନେ ଖଣି ପରିଚାଳନା ଉପରେ ଘୋର ଅବହେଳାର ଅଭିଯୋଗ ଆଣିଛନ୍ତି। ମୃତ ଶ୍ରମିକଙ୍କ ପରିବାରକୁ କ୍ଷତିପୂରଣ ସହିତ ଏଥିରେ ଦାୟୀ ବ୍ୟକ୍ତିଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି।

         ସୂଚନା ଅନୁସାରେ, ରାଉରକେଲା ପଥର କ୍ରସର ୟୁନିଟ୍ ପାଇଁ ହନୁମାନ କଡମା ଖଣିରେ ପଥର ଉତ୍ତୋଳନ ଏବଂ ପରିବହନ କାର୍ଯ୍ୟ ଚାଲିଥିବା ସମୟରେ ଏହି ଦୁର୍ଘଟଣା ଘଟିଥିଲା। ପଥର ଉତ୍ତୋଳନ ସମୟରେ, ହରମନ ଆଇନ୍ଦ ନାମକ ଜଣେ ସ୍ଥାନୀୟ ଶ୍ରମିକ ଗୁରୁତର ଭାବରେ ଆହତ ହୋଇଥିଲେ। ତାଙ୍କୁ ତୁରନ୍ତ ଚିକିତ୍ସା ପାଇଁ ରାଉରକେଲା ସରକାରୀ ଡାକ୍ତରଖାନା (RGH)କୁ ପଠାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

      ଏହି ଘଟଣାକୁ ନେଇ ଖବର ପ୍ରସାରିତ ହେବା ମାତ୍ରେ ବହୁ ସଂଖ୍ୟକ ଗ୍ରାମବାସୀ ଖଣି ସ୍ଥାନରେ ଏକାଠି ହୋଇ ପ୍ରତିବାଦ ପ୍ରଦର୍ଶନ କରିଥିଲେ। ଏଥିସହିତ ଅଭିଯୋଗ କରିଥିଲେ ଯେ ଖଣିରେ ଉପଯୁକ୍ତ ସୁରକ୍ଷା ବ୍ୟବସ୍ଥା ନଥିବାରୁ ଏହି ଦୁର୍ଘଟଣା ଘଟିଛି। ସେମାନେ ଦାବି କରିଛନ୍ତି ଯେ, ଖଣି ପରିଚାଳନା କର୍ମଚାରୀଙ୍କ ମୌଳିକ ସୁରକ୍ଷା ସୁନିଶ୍ଚିତ କରିବାରେ ବିଫଳ ହୋଇଛନ୍ତି। ଫଳରେ ଏହି ଦୁଃଖଦ ଜୀବନହାନି ଘଟିଛି। ମୃତଦେହକୁ ପୋଷ୍ଟମର୍ଟମ ପାଇଁ ରାଉରକେଲା ସରକାରୀ ଡାକ୍ତରଖାନାର ଶବାଗାରରେ ରଖାଯାଇଛି।

କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ଅସହାୟ ମହିଳାଙ୍କୁ ବିଧାୟକଙ୍କ ଦ୍ୱାରା ଆର୍ଥିକ ସହାୟତା ପ୍ରଦାନ..,

Sunil Chandra Nayak

ଜମି ମାଫିଆଙ୍କ ବୃଦ୍ଧି ପାଉଛି ଉତ୍ପାତ   ସରକାରୀ ଜମି ଏବଂ ଜଙ୍ଗଲ ଜମିକୁ ପଟ୍ଟା ବନେଇ ବିକ୍ରୟ ଅଭିଯୋଗ ! 

masiha

ଇଟିପିଏ ଫାଉଣ୍ଡେସନ ତରଫରୁ ଋତୁସ୍ରାବ ସ୍ୱଚ୍ଛତା ପରିଚାଳନା କାର୍ଯ୍ଯକ୍ରମ ଅନୁଷ୍ଟିତ 

masiha

Leave a Comment

error: Content is protected !!