ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପି ଏମ୍ କେନ୍ଦ୍ରୀୟ ବିଦ୍ୟାଳୟ ସି ବି ଏସ୍ ଇ ପରୀକ୍ଷାରେ ଶତ ପ୍ରତିଶତ ସଫଳତା 

ପି ଏମ୍ କେନ୍ଦ୍ରୀୟ ବିଦ୍ୟାଳୟ ସି ବି ଏସ୍ ଇ ପରୀକ୍ଷାରେ ଶତ ପ୍ରତିଶତ ସଫଳତା 

ନବରଙ୍ଗପୁର:(୧୩|୫)(ରବି ନାରାୟଣ ମହାନ୍ତି)ନବରଙ୍ଗପୁର ଜିଲ୍ଲା ସଦର ମହକୁମା ରେ ଥିବା ପି ଏମ୍ କେନ୍ଦ୍ରୀୟ ବିଦ୍ୟାଳୟ ସି ଏସ ସି ବି ପରୀକ୍ଷାରେ ଶତ ପ୍ରତିଶତ ସଫଳତା ହୋଇଥିବା ନେଇ ସବୁରି ମହାଲରେ ଖୁସିର ମାହୋଲ ସୃଷ୍ଟି ହୋଇଛି l ଗତ ସି ଏସ ସି ବି ପରୀକ୍ଷା-୨୦୨୬-୨୭ ରେ ୨୩ ଜଣ ପରୀକ୍ଷା ଦେଇଥିବା ବେଳେ ୨୩ ଜଣ ସମସ୍ତେ ପରୀକ୍ଷାରେ କୃତକାର୍ଯ୍ୟ ହୋଇ ଶତ ପ୍ରତିଶତ ପାସ କରି ବିଦ୍ୟାଳୟର ନାମ ଟେକ ରଖିପାରିଛନ୍ତି l ଉତ୍ତୀର୍ଣ୍ଣ ହୋଇଥିବା ଛାତ୍ରଛାତ୍ରୀମାନଙ୍କ ମଧ୍ୟରୁ ସ୍ୱାଭିମାନ ମିଶ୍ର-୯୫.୫%,ସିଦ୍ଧାର୍ଥ ତ୍ରିପାଠୀ-୮୯%,ପ୍ରାଚୀ ପ୍ରଭା ନାୟକ-୮୬.୩୩% , ଆରୟନ୍ ଚୌଧୁରୀ-୮୬.୧୭%,ଭୈରବ ଦାସ-୮୩.୬୭%, ପ୍ରତିକ୍ଷା ସାହୁ-୮୩.୬୭%,ଶୁଶ୍ରୀ ଶୁଭଶ୍ରୀ ପଟ୍ଟନାୟକ-୮୨.୭୭%,ରିଷି ଗୁପ୍ତା–୮୨.୧୭%,ନିୟତି ଶାବତ–୮୧.୫% ବ୍ୟତୀତ ଅନ୍ୟ ଛାତ୍ରଛାତ୍ରୀ ମାନେ ୮୦% ରୁ କମ୍ ରଖି ନାହାଁନ୍ତି l ସମସ୍ତେ ପାସ କରିଛନ୍ତି l ସମ୍ପୃକ୍ତ ବିଦ୍ୟାଳୟର ଅଧ୍ୟକ୍ଷ ହିତେଶ କୁମାର ବର୍ମା, ଅଭିଭାବକ ଓ ଶିକ୍ଷକ ସଂଘର ଉପସଭାପତି ପୂର୍ଣ୍ଣ ଚନ୍ଦ୍ର ମହାପାତ୍ର, ସମ୍ପାଦକ ବାଙ୍କ ବିହାରୀ ବିଶୋୟୀ, ମହିଳା ସଭ୍ଯା ଶ୍ରୀମତୀ ଉର୍ମିଲା ବ୍ରହ୍ମା ଓ ଶ୍ରୀମତୀ ମୋନାଲିସା ମହାନ୍ତି ପ୍ରମୁଖ  ଉକ୍ତ ବିଦ୍ୟାଳୟର କୃତକାର୍ଯ୍ୟ ହୋଇଥିବା ସମସ୍ତ ଛାତ୍ରଛାତ୍ରୀ ମାନଙ୍କୁ ଶୁଭେଚ୍ଛା ଜଣାଇବା ସହିତ ଆଗାମୀ ଭବିଷ୍ୟତ ଉଜ୍ଜ୍ଵଳମୟ ହେଉ ବୋଲି ଜଗତର ନାଥ ଶ୍ରୀ ଜଗନ୍ନାଥଙ୍କ ପାଖରେ କାମନା ଜଣାଇଛନ୍ତି l ଅଭିଭାବକ, ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କୁ ଧନ୍ୟବାଦ ଜଣାଇବା ସହ ଛାତ୍ରଛାତ୍ରୀ ମାନଙ୍କ କଠିନ ପରିଶ୍ରମ, ସମର୍ପଣ ଭାବ ଓ ଅନୁଶାସନ ଭାବ ଯୋଗୁଁ ଏଭଳି କୃତକାର୍ଯ୍ୟ ସମ୍ଭବ ହୋଇ ପାରିଛି, ତେଣୁ ସମସ୍ତ ଛାତ୍ରଛାତ୍ରୀ ମାନଙ୍କୁ ବିଦ୍ୟାଳୟ ପରିଚାଳନା କମିଟି ତରଫରୁ ଧନ୍ୟବାଦ ଜଣାଇଛନ୍ତି l

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍ 

Related posts

ବ୍ଲକ ଅଧ୍ୟକ୍ଷ ବିନ୍ଦୁଙ୍କ ଜନ୍ମ ଦିବସ ପାଳନ କଲେ ନବ ଜୀବନ ଅନାଥ ଆଶ୍ରମର ଅନ୍ତେବାସୀ ଙ୍କ ଗହଣରେ

Sunil Chandra Nayak

ବସ୍ତା ପ୍ରେସ କ୍ଳବ ପକ୍ଷରୁ ଜାତୀୟ ପ୍ରେସ ଦିବସ ପାଳନ 

masiha

ଫାଇବ ଟି ସଚୀବ ଶ୍ରୀଯୁକ୍ତ ଭି କେ ପାଣ୍ଡିଆନ ଙ୍କ ପରିଦର୍ଶନରେ ପୋଡାଗଡା ଆସିବାକୁ ଥିବା ନେଇ ଜିଲ୍ଲାପାଳଙ୍କ ଦ୍ଵାରା ପ୍ରସ୍ତୁତି

Sunil Chandra Nayak

Leave a Comment

error: Content is protected !!