ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଧର୍ମୀୟ ସଂସ୍କୃତି

ହିଞ୍ଜିଳିକାଟୁରେ ପବିତ୍ର ସାବିତ୍ରୀ ବ୍ରତ ପାଳିତ 

ହିଞ୍ଜିଳିକାଟୁରେ ପବିତ୍ର ସାବିତ୍ରୀ ବ୍ରତ ପାଳିତ 

ହିଞ୍ଜିଳିକାଟୁ,ତା ୧୬/୫ ହିଞ୍ଜିଳିକାଟୁ ପୌରାଞ୍ଚଳ ସମେତ ଆଖପାଖ ଅଞ୍ଚଳରେ ଗାଁ ଠାରୁ ସହରର ସମସ୍ତ ବିବାହିତ ମହିଳା ମାନେ ପବିତ୍ର ସାବିତ୍ରୀ ବ୍ରତ ନିଷ୍ଠାର ସହ ପାଳନ କରିଛନ୍ତି । ସାବିତ୍ରୀ ବ୍ରତ ହେଉଛି ଓଡ଼ିଶାର ଏକ ପ୍ରମୁଖ ଏବଂ ପବିତ୍ର ଗଣପର୍ବ। ଏହା ଓଡ଼ିଆ ହିନ୍ଦୁ ସନାତନ ସଂସ୍କୃତିରେ ସତୀତ୍ୱ, ନିଷ୍ଠା ଓ ଦାମ୍ପତ୍ୟ ପ୍ରେମର ଏକ ଅନନ୍ୟ ପ୍ରତୀକ। ବିବାହିତ ମହିଳାମାନେ ନିଜ ସ୍ୱାମୀଙ୍କର ଦୀର୍ଘାୟୁ, ସୁସ୍ଥ ଜୀବନ ଏବଂ ପରିବାରର ମଙ୍ଗଳ କାମନା କରି ଏହି ବ୍ରତ ପାଳନ କରିଥାନ୍ତି । ଏଥିପାଇଁ ଆଜି ଗାଁଠୁ ସହର ଚଳଚଞ୍ଚଳ, ସବୁଠି ଆଧ୍ୟାତ୍ମିକ ପରିବେଶ ଦେଖିବାକୁ ମିଳୁଛି । ଘର ଠାରୁ ମନ୍ଦିର ସବୁଠି ମନ୍ତ୍ରପାଠ ସହ ଶଙ୍ଖ ହୁଳୁହୁଳିରେ ଆଜି ଗ୍ରାମ ଠାରୁ ସହର ପ୍ରକମ୍ପିତ ହେଉଛି । ହିନ୍ଦୁ ଧର୍ମରେ ପ୍ରତ୍ୟେକ ମହିଳା ଏହି ସାବିତ୍ରୀ ଅମାବାସ୍ୟାରେ ଉପବାସ ରହି ନିଜ ସ୍ୱାମୀଙ୍କ ଦୀର୍ଘାୟୁ କାମନା ପାଇଁ ବ୍ରତ ପାଳନ କରିଥାନ୍ତି । ସାବିତ୍ରୀ ପୂଜା ବ୍ରତ ଥାଳି ସଜାଡି ମନ୍ଦିର ଆଗରେ ଲମ୍ବା ଲାଇନ ଲଗାଇଲେଣି ସଧବା । ନୂଆ ଶାଢୀ ପରିଧାନ କରି ବ୍ରତଧାରୀ ପୂଜା କରୁଛନ୍ତି । ଓଡ଼ିଶାର ସମସ୍ତ ଜିଲ୍ଲାରେ ଆଜି ଏହି ପର୍ବ ପାଳନ କରାଯାଏ ସେହିପରି ଆଜି ହିଞ୍ଜିଳି ଅଞ୍ଚଳରେ ଗ୍ରାମଠାରୁ ସହର ପର୍ଯ୍ୟନ୍ତ ବିଭିନ୍ନ ଦେବାଳୟ ରେ ଆଜି ସାବିତ୍ରୀ ପୂଜା ପାଇଁ ସଧବା ମହିଳା ମାନଙ୍କ ଭିଡ଼ ଦେଖିବାକୁ ମିଳୁଛି। ଓଡ଼ିଆ ସଧବା ନାରୀମାନେ ସକାଳୁ ସ୍ନାନ ସାରି ନୂଆ ଲାଲ୍ କିମ୍ବା ହଳଦିଆ ରଙ୍ଗର ଶାଢ଼ୀ ପିନ୍ଧନ୍ତି। ହାତରେ ନୂଆ ଶଙ୍ଖା, ମଥାରେ ସିନ୍ଦୂର ଏବଂ ପାଦରେ ଅଳତା ଲଗାଇ ସମ୍ପୂର୍ଣ୍ଣ ସଧବା ବେଶରେ ସଜେଇ ହୋଇ ବିଭିନ୍ନ ଶିବାଳୟ ରେ ପୂଜାର୍ଚ୍ଚନା କରିଥିଲେ ।ଏହା ପରେ ମନ୍ଦିରରେ ଦୀପ ଜାଳିବା ସହ ପ୍ରଭୁଙ୍କ ନିକଟରେ ପୂଜାର୍ଚ୍ଚନା କରି ସ୍ୱାମୀର ଦୀର୍ଘ ଜୀବନ କାମନା କରନ୍ତି । ପରେ ପୂଜା ବ୍ରତ ଓ ନୂଆ ଶାଢୀ ପୂଜା କରି ଆଣିବା ପରେ ଏହାକୁ ପିନ୍ଧି ସ୍ବାମୀଙ୍କ ଆଶୀର୍ବାଦ ନିଅନ୍ତି । କେହିକେହି ସାବିତ୍ରୀ ବ୍ରତ ନିଜ ଦକ୍ଷିଣ ବାହୁରେ ଧାରଣ ପୂର୍ବକ ସ୍ୱାମୀଙ୍କ ଦୀର୍ଘ ଜୀବନ ମନାସିଥାନ୍ତି ।ପୌରାଣିକ ମତ ଅନୁସାରେ ସାବିତ୍ରୀଙ୍କ ନିଜ ସ୍ବାମୀ ସତ୍ୟବାନଙ୍କ ପୁନଃ ଜୀବନ ପ୍ରାପ୍ତି ହିଁ ହିନ୍ଦୁ ମହିଳାଙ୍କୁ ପ୍ରେରଣା ଯୋଗାଇଥାଏ । ନିଜର ପତିଙ୍କ ପ୍ରତି ନିଷ୍ଠା ଓ ସତୀତ୍ବ ବଳରେ କାଳ ମୁଖରୁ ନିଜର ସ୍ବାମୀଙ୍କ ଜୀବନ ଫେରାଇ ଆଣିଥିଲେ ସାବିତ୍ରୀ । ଏନେଇ ହିଞ୍ଜିଳି ସ୍ବପନେଶ୍ୱର, ବାଲୁଙ୍କେଶ୍ୱର, କଳ୍ପେଶ୍ୱର ମନ୍ଦିର ସହ ଜଗନ୍ନାଥ ମନ୍ଦିର, ସେହିଭଳି ବିଭିନ୍ନ ଶିବାଳୟ ପରିସରରେ ମହିଳା ମାନେ ସାମୁହିକ ସାବିତ୍ରୀ ବ୍ରତ ପାଳନ କରିବା ସ୍ଵାମୀଙ୍କ ମଙ୍ଗଳ ମନାସି ଏହି ବ୍ରତ ପାଳନ କରିଛନ୍ତି ।

Related posts

ଆଜି ହେଉଛି ସାବିତ୍ରୀ ଓଷା : ସ୍ୱାମୀଙ୍କ ଦୀର୍ଘାୟୁ କାମନା କରି ଓଷା ପାଳିଲେ ସଧବାନାରୀ

ପ୍ରାଚୀ ଗୁରୁ ଧର୍ମ କ୍ଷେତ୍ରରେ ହନୁମାନ ଜୟନ୍ତୀ ପାଳିତ 

Sunil Chandra Nayak

ବିଭିନ୍ନ ସ୍ଥାନରେ ଗଣେଶ ପୂଜା ଅନୁଷ୍ଠିତ

Sunil Chandra Nayak

Leave a Comment

error: Content is protected !!