ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପୋଖରୀରେ ବୁଡି ଦିବ୍ୟାଙ୍ଗ ନାବାଳିକାଙ୍କ ମୃତ୍ୟୁ

ପୋଖରୀରେ ବୁଡି ଦିବ୍ୟାଙ୍ଗ ନାବାଳିକାଙ୍କ ମୃତ୍ୟୁ

ବେଲଗୁଣ୍ଠା,୧୬/୦୫, ବେଲଗୁଣ୍ଠା ବ୍ଳକ୍ ଅନ୍ତର୍ଗତ ଗାଙ୍ଗପୁର ଥାନା ଅଧୀନସ୍ଥ ନୁଣିପଡ଼ା ଶାସନ ଛକରେ ରହୁଥିବା ନୁଣିପଡ଼ା ଗ୍ରାମର ଶ୍ରୀଧର ଗୌଡଙ୍କ ନଅ ବର୍ଷର ଦିବ୍ୟାଙ୍ଗ ଝିଅ କୁନ୍ତଳା ଗୌଡ଼ ଓରଫ ଲକ୍ଷ୍ମୀ,ଆଜି ସକାଳ ନଅ ଘଣ୍ଟା ସମୟରେ ନିକଟରେ ଥିବା ମିଲ୍ ପୋଖରୀକୁ ଗାଧୋଇବା ପାଇଁ ଯାଇଥିଲା। କିନ୍ତୁ ଦଶଟା ହେଲାପରେ ମଧ୍ୟ ସେ ଘରକୁ ନଆସିବାରୁ ତାର ପରିବାର ଲୋକେ ଖୋଜାଖୋଜି କରିଥିଲେ। ପୋଖରୀ ହିଡରେ ତାର ପୋଷାକ ଥିବାରୁ ସେ ପୋଖରୀକୁ ଗାଧୋଇବାକୁ ଆସିଥିବା ଜାଣିପାରି ସ୍ଥାନୀୟ ଲୋକେ ପୋଖରୀ ଭିତରେ ଖୋଜାଖୋଜି କରିଥିଲେ। ପରେ ମୂମୂର୍ଷୁ ଅବସ୍ଥାରେ କୁନ୍ତଳାକୁ ଉଦ୍ଧାର କରି ୧୦୮ ଆମ୍ବୁଲାନ୍ସ ଯୋଗେ ସଙ୍ଗେ ସଙ୍ଗେ ଭଞ୍ଜନଗର ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର କୁନ୍ତଳାକୁ ମୃତ ଘୋଷଣା କରିଥିଲେ। ଖବର ପାଇ ଗାଙ୍ଗପୁର ପୋଲିସ ଭଞ୍ଜନଗର ମେଡ଼ିକାଲରେ ପହଞ୍ଚି କୁନ୍ତଳାର ଶବକୁ ଜବତ କରିବା ସହ ସେଠାରେ ତାର ଶବକୁ ବ୍ୟବଚ୍ଛେଦ କରାଇ ପରିବାରକୁ ଶବ ହସ୍ତାନ୍ତର କରିଥିଲେ। କୁନ୍ତଳାର ପରିବାର ଅତ୍ୟନ୍ତ ଗରିବ ଶ୍ରେଣୀର ହୋଇଥିବାରୁ ତାର ପରିବାରକୁ ଆର୍ଥିକ ସହଯୋଗ ଯୋଗାଇଦେବା ପାଇଁ ଶାସନର ପୂର୍ବତନ ସରପଂଚ ସଞ୍ଜୟ ପ୍ରଧାନ ଦାବି କରିଛନ୍ତି।

Related posts

ଦୂର୍ନିତୀର ଗନ୍ତାଘର ପାଲଟିଛି ବହଳଦା ବ୍ଲକ

Sunil Chandra Nayak

ପ୍ରଧାନମନ୍ତ୍ରୀ ମୋଦିଜୀଙ୍କ ଆହ୍ଵାନ କ୍ରମେ ମୋ ମାଟି ମୋ ଦେଶ କାର୍ଯ୍ୟକ୍ରମ         

masiha

ଚଚରାଗୁଡା ପଞ୍ଚାୟତ ବିଜେଡ଼ି ଯୁବ ସଭାପତି ଙ୍କ ବିୟୋଗ 

masiha

Leave a Comment

error: Content is protected !!