ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଦ ହ୍ୟୁମାନିଟୀ ଫାଉଣ୍ଡେସନ ତରଫରୁ ବସ୍ତ୍ର ବଣ୍ଟନ କାର୍ଯ୍ୟକ୍ରମ

ଦ ହ୍ୟୁମାନିଟୀ ଫାଉଣ୍ଡେସନ ତରଫରୁ ବସ୍ତ୍ର ବଣ୍ଟନ କାର୍ଯ୍ୟକ୍ରମ

ରାଉରକେଲା: ସେକ୍ଟର-୬ ଗଣେଶ ବସ୍ତିରେ “ଦ ହ୍ୟୁମାନିଟୀ ଫାଉଣ୍ଡେସନ” ତରଫରୁ କିଛି ନୂତନ ଏବଂ ପୁରୁଣା ବସ୍ତ୍ର ବଣ୍ଟନ କରାଯାଇଥିଲା। ପ୍ରାୟ ୫୦୦ରୁ ଉର୍ଦ୍ଧ୍ୱ ଜନସଂଖ୍ୟା ବିଶିଷ୍ଟ ଏହି ବସ୍ତିରେ ଆବଶ୍ୟକତା ଥିବା ବସ୍ତି ବାସିନ୍ଦା ଙ୍କ ମଧ୍ୟରେ କପଡା ପ୍ରଦାନ କରି ଫାଉଣ୍ଡେସନର ସଦସ୍ୟମାନେ ନିଜକୁ ଗର୍ବିତ ଅନୁଭବ କରିଥିଲେ।

ଏହି କାର୍ଯ୍ୟକ୍ରମରେ ଫାଉଣ୍ଡେସନର ଅଧ୍ୟକ୍ଷା ଦୀପ୍ତି ସୁନ୍ଦରାୟଙ୍କ ସହ ସମ୍ପାଦିକା ଲିନା ତ୍ରିପାଠୀ, ପ୍ରିୟଙ୍କା ପାଣି, ଅନୁପମ ଆଚାର୍ଯ୍ୟ, କବିତା ଦଳେଇ ,ରଶ୍ମିତା ମଲ୍ଲିକ, ଶାନ୍ତିଲତା ବେହେରା, ବେବୀ ବଳ, ମହେଶ ପାଣିଗ୍ରାହୀ, କନକଲତା ପ୍ରମୁଖ ଉପସ୍ଥିତ ଥିଲେ।ସେହିପରି ନୂତନ ସଦସ୍ୟା ଭାବେ ଲିପ୍ସା ମହାରଣା ଆଜି ଗ୍ରୁପରେ ଅଫିସିଆଲ୍ ଭାବେ ଯୋଗଦେଇ ସାମାଜିକ କାର୍ଯ୍ୟରେ ନିଜର ସହଯୋଗ ଆରମ୍ଭ କରିଥିଲେ। ସମଗ୍ର କାର୍ଯ୍ୟକ୍ରମଟିକୁ ବିଜୟାନନ୍ଦ ସୁନ୍ଦରାୟ ସୁଚାରୁ ଭାବେ ପରିଚାଳନା କରିଥିଲେ।

କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

କୋକସରା ଠାରେ ମା ଠାକୁରାଣୀଙ୍କ ଚୈତ୍ର ଯାତ୍ରା ଆରମ୍ଭ

masiha

ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ମନ୍ତ୍ରୀଙ୍କ ସୁନ୍ଦରଗଡ଼ ଜିଲ୍ଲା ଗସ୍ତ ଏବଂ ଜିଲ୍ଲା ସ୍ତରୀୟ ଅଧିକାରୀଙ୍କୁ ନେଇ ସମୀକ୍ଷା ବୈଠକ ଅନୁଷ୍ଠିତ

Sunil Chandra Nayak

ସାପ ଗଣ୍ଡା କାଲେଶ୍ଵର ମହାଦେବଙ୍କ ନୂତନ କର୍ମକର୍ତ୍ତା ଗଠନ

Sunil Chandra Nayak

Leave a Comment

error: Content is protected !!