ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜିଲ୍ଲା ଯୋଜନା ଓ ପର୍ଯ୍ୟାଲୋଚନା ସମିତି ର ପ୍ରଥମ ସାଧାରଣ ବୈଠକ 

ଜିଲ୍ଲା ଯୋଜନା ଓ ପର୍ଯ୍ୟାଲୋଚନା ସମିତି ର ପ୍ରଥମ ସାଧାରଣ ବୈଠକ 

ନବରଙ୍ଗପୁର:( ତା ୨୦.୫.୨୦୨୬:)(ରବି ନାରାୟଣ ମହାନ୍ତି ) ଆଜି ସ୍ଥାନୀୟ ମିଶନ ଶକ୍ତି ସମ୍ମିଳନୀ ଗୃହରେ ଜିଲ୍ଲାପାଳ ଡ଼ ମହେଶ୍ବର ସ୍ୱାଇଁ ଙ୍କ ଅଧକ୍ଷତାରେ ଭାରତ ସମ୍ବିଧାନ ଦ୍ୱାରା ପ୍ରଣୀତ ଧାରା ୨୭୫(୧) ଅନୁଯାୟୀ ଜିଲ୍ଲା ଯୋଜନା ଓ ପର୍ଯ୍ୟାଲୋଚନା ସମିତି ର ବୈଠକ ଅନୁଷ୍ଠିତ ହୋଇଯାଇଛି।ବୈଠକରେ ମାନ୍ୟବର ବିଧାୟକ ଡ଼ାବୁ ଗାଁ ମନୋହର ରନ୍ଧାରୀ, ସାଂସଦ ପ୍ରତିନିଧି ବାଙ୍କ ବିହାରୀ ବିଷୋୟୀ,ନବରଙ୍ଗପୁର ବିଧାୟକ ପ୍ରତିନିଧି ଏ ସୁରେଶ ଶାସ୍ତ୍ରୀ,ଝରିଗାଁ ବିଧାୟକ ପ୍ରତିନିଧି ଗୋବିନ୍ଦ ଜୈନ,ମୁଖ୍ୟ ଉନ୍ନୟନ ଅଧିକାରୀ ଜିଲ୍ଲା ପରିଷଦ ବିରଞ୍ଚି ନାରାୟଣ ଦରୱାନ ଉପସ୍ଥିତ ଥିଲେ।ପ୍ରକଳ୍ପ ପ୍ରଶାସକ , ସ୍ଵମ୍ମନିତ ଜନଜାତି ଉନ୍ନୟନ ସଂସ୍ଥା ରାଜୀବ ସାହୁ ସ୍ୱାଗତ ଭାଷଣ ସହ ସମସ୍ତ ବିଭାଗୀୟ ଅଧିକାରୀଙ୍କୁ ଚଳିତ ବର୍ଷ ପାଇଁ ଫଳପ୍ରଦ କାର୍ଯ୍ୟକାରୀ ଯୋଜନା ପ୍ରଦାନ କରିବାକୁ କହିଥିଲେ ।ଜିଲ୍ଲାରେ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ମୁଖ୍ୟତଃ ୪ ଟି ବିଷୟ ଶିକ୍ଷା,ଜୀବିକା,କୃଷି, ଗମନାଗମନର ଉନ୍ନତି ପାଇଁ ବିଭିନ୍ନ ଯୋଜନା ଦ୍ଵାରା ତ୍ୱରିତ ପଦକ୍ଷେପ ନେବାକୁ ବୈଠକ ରେ ଆଲୋଚନା ହୋଇଥିଲା।ପଞ୍ଚବାର୍ଷିକ ସମ୍ଭାବ୍ୟ ଯୋଜନା( ୨୦୨୬-୨୭ ରୁ ୨୦୩୧-୩୨) ଏବଂ ଚଳିତ ବାର୍ଷିକ ଯୋଜନା( ୨୦୨୬-୨୭ ) ଉପରେ ବିଶେଷ ଗୁରୁତ୍ୱ ଦିଆଯାଇ ସଂପୃକ୍ତ ବିଭାଗୀୟ ଅଧିକାରୀ ମାନେ ନିଜର ନିଜର କାର୍ଯ୍ୟକାରୀ ଯୋଜନା ଶୀଘ୍ର ପ୍ରଦାନ କରିବାକୁ ଅଧ୍ୟକ୍ଷ କହିଥିଲେ।ଜିଲ୍ଲାପାଳ ନିଜ ବକ୍ତବ୍ୟରେ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳର ଲୋକଙ୍କ ଜୀବନଧାରଣ ର ଆଖିଦୃଶିଆ ଉନ୍ନତି ପାଇଁ ସଠିକ୍ ଓ ଦୀର୍ଘକାଳୀନ ପ୍ରକଳ୍ପ ଉପରେ ଗୁରୁତ୍ବ ଦେବାକୁ ବିଭାଗୀୟ ଅଧିକାରୀ ମାନଙ୍କୁ କହିଥିଲେ।ଶିକ୍ଷା ଭିତ୍ତିଭୂମିରେ ହଷ୍ଟେଲ ଗୃହ,ଶ୍ରେଣୀ ଗୃହ ଓ କର୍ମଚାରୀ ବାସଗୃହ,ଜୀବିକା ରେ କୃଷି ପର୍ଯ୍ୟବେସିତ ପ୍ରକ୍ରିୟାକରଣ ୟୁନିଟ୍,କୃଷି ରେ କ୍ଷୁଦ୍ର ଜଳସେଚନ ପାଇଁ ଚେକଡ୍ୟାମ,ରାସ୍ତା ସଂଯୋଗୀକରଣ ରେ କଲ୍ଭର୍ଟ ଓ ଗ୍ରାମ୍ୟ ରାସ୍ତା ଉପରେ ଗୁରୁତ୍ବ ଦିଆଯାଇ ଆଲୋଚନା ହୋଇଥିଲା।ଚଳିତ ୨୦୨୬-୨୭ ଆର୍ଥିକ ବର୍ଷରେ ଏଥିପାଇଁ ୧୮ କୋଟି ଟଙ୍କା ର ଅନୁଦାନ ବ୍ୟବସ୍ଥା ରହିଛି ବୋଲି ପି ଏ, ଆଇ ଟି ଡି ଏ କହିଥିଲେ।ବୈଠକ ରେ ଜିଲ୍ଲାରେ ଗୁଡ଼ ପ୍ରକ୍ରିୟାକରଣ ୟୁନିଟ୍,କ୍ଷୀର ଶୀତଳିକରଣ କେନ୍ଦ୍ର,ପୋଷାକ ତିଆରି ୟୁନିଟ୍ ଏଭଳି ଅନେକ ଜୀବିକା ନିର୍ବାହ ୟୁନିଟ୍ ପାଇଁ ପଦକ୍ଷେପ ନେବାକୁ ଯୋଜନା ପ୍ରସ୍ତୁତ କରିବା ପାଇଁ ଆଲୋଚନା ହୋଇଥିଲା।ଆଲୋଚନା ମଧ୍ୟରେ ମାନ୍ୟବର ବିଧାୟକ ଡାବୁ ଗାଁ ଆବାସିକ ବିଦ୍ୟାଳୟ ରେ ଖାଦ୍ୟର ମାନ ଉନ୍ନତ କରିବା, ଚେକଡ୍ୟାମ ଦ୍ଵାରା ମକାଚାଷ ର ଉନ୍ନତି,ପାନୀୟ ଜଳ ଯୋଗାଣ ରେ ତ୍ୱରିତ ପଦକ୍ଷେପ ନେବାକୁ ସଂପୃକ୍ତ ବିଭାଗୀୟ ଅଧିକାରୀ ମାନଙ୍କୁ କହିଥିଲେ।ବୈଠକ ରେ ବିଭାଗୀୟ ଅଧିକାରୀ,ଆଇ ଟି ଡି ଏ ବିଭାଗ ରେ କର୍ମଚାରୀ ଉପସ୍ଥିତ ଥିଲେ।

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍ 

Related posts

OMC ଦ୍ଵାରା ଖୋଲା ଯାଇଥିବା ଓଡ଼ିଶା ଆଦର୍ଶ ବିଦ୍ୟାଳୟର ପ୍ରବେଶିକା ପରୀକ୍ଷାରେ ଅଞ୍ଚଳର ଛାତ୍ର ଛାତ୍ରୀ ମାନଙ୍କୁ ଉପେକ୍ଷା ବିରୁଦ୍ଧ ରେ ଅଞ୍ଚଳ ବାସି ଙ୍କ  ବିକ୍ଷୋଭ ପଦର୍ଶନ

Sunil Chandra Nayak

କୋଇଡାରେ ତ୍ରିରଙ୍ଗା ଶୋଭାଯାତ୍ରା 

masiha

ସିଜିମାଳୀ ଖଣି ଖାଦାନ ତୁରନ୍ତ ଖୋଳିବା ନିମନ୍ତେ ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କ ଉଦେଶ୍ୟ ରେ ଜିଲ୍ଲାପାଳଙ୍କୁ ଦାବି ପତ୍ର ପ୍ରଦାନ 

masiha

Leave a Comment

error: Content is protected !!