ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

୧- ଭାପୁର ଅଞ୍ଚଳରୁ ମାଙ୍କଡା ପଥର ବୋଝେଇ ଟ୍ରକ୍ ଜବତ ୨- ଭାପୁର ଛଦେଶ ଅଞ୍ଚଳର କିଛି ଗାଁ,ସାହି,ଦୋକାନ,ଛକ,ବଜାର ଓ ହୋଟେଲରେ ଦିନ ରାତ୍ରି ଚୋରା ମଦବିକ୍ରି ଚାଲୁଛି

ଭାପୁର ଅଞ୍ଚଳରୁ ମାଙ୍କଡା ପଥର ବୋଝେଇ ଟ୍ରକ୍ ଜବତ

ଢେଙ୍କାନାଳ – ଢେ଼ଙ୍କାନାଳ ସଦର ଥାନା ଭାପୁର ଅଞ୍ଚଳରେ ଗତ କିଛିଦିନ ହେଲା ମାଙ୍କଡା ପଥର ବୋଝେଇ ଟ୍ରକ୍ ଯାଉ ଥିବାର ପୋଲିସ୍ ପାଖରେ ଖବର ଥିଲା। ଆଜି ପୋଲିସ ପକ୍ଷରୁ ଚଢାଉ କରାଯାଇ ଏକ ମାଙ୍କଡା ପଥର ବୋଝେଇ ଟ୍ରକକୁ ଜବତ କରାଯାଇଛି ଏବଂ ଭାପୁର ଫାଣ୍ଡି ପୋଲିସ ଏହି ଟ୍ରକକୁ ଜବତ କରି ଭାପୁରରେ ରଖି ଏହାର ତଦନ୍ତ ଚଳାଇଛନ୍ତି ଏବଂ ବଡ଼ରକମର ଏକ ଫାଇନ୍ କରାଯିବ ବୋଲି ଯାହା ସୂଚନା ମିଳିଛି। ଏହି ଟ୍ରକଟି ଯାହାକି ମାଙ୍କଡା ପଥର ବୋଝେଇ ହୋଇ ଯାଉଥିବାର ସୂଚନା ମିଳିଛି।

ଭାପୁର ଛଦେଶ ଅଞ୍ଚଳର କିଛି ଗାଁ,ସାହି,ଦୋକାନ,ଛକ,ବଜାର ଓ ହୋଟେଲରେ ଦିନ ରାତ୍ରି ଚୋରା ମଦବିକ୍ରି ଚାଲୁଛି

ଢେଙ୍କାନାଳ – ଢେ଼ଙ୍କାନାଳ ଜିଲ୍ଲା ସଦର ବ୍ଲକ ରେ ସ୍କୁଲ ଓ କଲେଜକୁ ପାଠ ପଢିବାକୁ ଭାପୁର ଛକ ବଜାର ଓ ଛଦେଶ ଅଞ୍ଚଳର ରାସ୍ତାଦେଇ ଛାତ୍ର ଛାତ୍ରୀମାନେ ଯାଆ ଆସ କରନ୍ତି ହେଲେ ଭାପୁର ଛକ,ବଜାର,ସାହି ସହ ଛଦେଶ ଅଞ୍ଚଳର କିଛି ଦୋକାନ,ହୋଟେଲ,ଛକ,ବଜାର ଓ ବିଭିନ୍ନ ସାହି,ଗାଁରେ ଖୋଲା ଖୋଲି ବିଦେଶୀ ମଦ ଓ ଦେଶୀମଦ ଚୋରାରେ ବିକ୍ରି କରାଯାଉଛି। ଦୁଃଖର ବିଷୟ ସଦର,ଓଡ଼ପଡ଼ା ବ୍ଲକ ଅଧୀନରେ ଛଦେଶ ଅଞ୍ଚଳର ସଦର ଥାନା,ଅବକାରୀ ବିଭାଗର କାର୍ଯ୍ୟାଳୟ ଏବଂ ଭାପୁର ଛକ ନିକଟରେ ଭାପୁର ଫାଣ୍ଡି ଅଛି। ଅବକାରୀ ଓ ପୋଲିସଙ୍କ ଉପସ୍ଥିତିରେ ଦିନ ରାତି ମଦବିକ୍ରି କରାଯାଉଛି ବୋଲି ଲୋକମାନଙ୍କ ଠାରୁ ସୂଚନା ମିଳୁଛି। ଛକ,ବଜାର,ସାହି,ଗାଁ ସ୍କୁଲ ଓ କଲେଜ ସାମ୍ନାରେ ମଦ ପିଇବାର ଦେଖିବାକୁ ମିଳୁଛି,ଛାତ୍ରଛାତ୍ରୀ ମାନଙ୍କୁ ଡର ଲାଗୁଛି। ଥାନା,ଫାଣ୍ଡି ଅଧିକାରୀ ଓ ଜିଲ୍ଲା ଅବକାରୀ ବିଭାଗ ପାଖରେ ସୂଚନା ଥିଲେ ମଧ୍ୟ କୁମ୍ଭକର୍ଣ୍ଣ ନିଦ୍ରାରେ ଶୋଇ ରହିଛନ୍ତି। ଏଥିରୁ ଜଣାପଡିଲା ଯେ ମଦ ବିକ୍ରି ଚାଲିଥିବା ମୋଟା ଅଙ୍କର ଅର୍ଥ ନେଇ ଘଣ୍ଟ ଘୋଡାଇବା ଆଲୋଚନା ହେଉଅଛି। ଭାପୁର ଛଦେଶ ଅଞ୍ଚଳରେ ଦିନକୁ ଦିନ ମଦମାଫିଆଙ୍କ ଦୌରାତ୍ମ୍ୟ ବୃଦ୍ଧି ସହ ବିଭିନ୍ନ ଅଘଟଣ ବୃଦ୍ଧି ପାଉଥିବା ଦେଖିବାକୁ ମିଳୁଛି। ରାଜ୍ୟ ଅବକାରୀ ବିଭାଗ,ପୋଲିସ ପ୍ରଶାସନ ଏବଂ ମନ୍ତ୍ରୀଙ୍କ କେବେ ଦୃଷ୍ଟି ପଡିବ? ଚିରା ଚରିତ୍ର ଢଙ୍ଗରେ ହାତ ଗୁଞ୍ଜ ପାଇଁ ବିଭାଗର ପରୋକ୍ଷ ଯୋଗ ପାଇ” ମଦ ମାଫିଆଙ୍କ ସହଯେ ଦୌରାତ୍ମ୍ୟ ବୃଦ୍ଧି ହେଉଛି। ହେଲେ କେବେ ଏହି ମଦ ମାଫିଆମାନଙ୍କୁ କାବୁ କରିବ ଓ ଅଞ୍ଚଳରୁ ଅବକାରୀ ବିଭାଗ ଏବଂ ପୋଲିସ ପ୍ରଶାସନ ଚୋରା ମଦ ବନ୍ଦ କରିବ ନା ଅବକାରୀ ବିଭାଗ ଏବଂ ପୋଲିସ ମାଫିଆମାନଙ୍କ ଠାରୁ ମାସିକିଆ ମୋଟା ଅଙ୍କର ଅର୍ଥ ପାଇ ଚୁପ୍ ରହିବ କି ମଦ ମାଫିଆମାନଙ୍କୁ ଗିରଫ କରିବ ତାହା ଦେଖିବାକୁ ବାକି ରହିଲା।

ପ୍ରହ୍ଲାଦ ମୁଦୁଲି ଙ୍କ ରିପୋର୍ଟ୍ 

Related posts

ଅବକାରୀ ବିଭାଗ ର ସଫଳତା, ବିଭିନ୍ନ ସ୍ଥାନରେ ମିଳିତ ଚଢ଼ାଉ, ପିକଅପ ଭ୍ୟାନ ସହ ବିପୁଳ ପରିମାଣ ଚୋରା ଦେଶୀ ମଦ ଜବତ, ଦୁଇ ଗିରଫ,ଗାଡି ଛାଡି ଘଟଣା ସ୍ଥଳରୁ ଚାଳକ ଫେରାର 

Sunil Chandra Nayak

ଓଡିଶା ଛତିଶଗଡ ବନ ବିଭାଗର ମିଳିତ ଅପରେସନ , କଳାହାଣ୍ଡି ଜିଲ୍ଲାରେ ପୁଣି ଏକ କଲରାପତରିଆ ବାଘଛାଲ ଜବତ।ଡିଲ ଚାଲୁଥିବା ବେଳେ ମାଡ଼ିବସିଲା ବନ ବିଭାଗ, ଗୋଟିଏ କଲରାପତରିଆ ବାଘଛାଲ ଜବତ,୬ ଶିକାରୀ ଗିରଫ 

masiha

ନୂଆପଡା ତହସିଲଦାର ଦେବେନ୍ଦ୍ର କୁମାର ରାଉତ ନିଲମ୍ବିତ, ତହସିଲ କାର୍ଯ୍ୟଳୟ ସମ୍ମୁଖରେ ଆତ୍ମାହୁତି ଘଟଣା

Sunil Chandra Nayak

Leave a Comment

error: Content is protected !!