ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଗାଧେଇବାକୁ ଯାଇ ପୋଖରୀରେ ବୁଡ଼ି ଜଣେ ମୃତ

ଗାଧେଇବାକୁ ଯାଇ ପୋଖରୀରେ ବୁଡ଼ି ଜଣେ ମୃତ 

ହିଞ୍ଜିଳିକାଟୁ, ତା ୨୨/୦୫ ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ବ୍ଳକ୍ ଅନ୍ତର୍ଗତ ଭାଟକୁମୁରଡା ମୌଜା ପାଗଳ ବାବା ଛକ ନିକଟସ୍ଥ କୁମ୍ଭାର ଗାଡିଆ ପୋଖରୀରେ ବୁଡ଼ି ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି । ମୃତକ ଜଣକ ହେଲେ ହିଞ୍ଜିଳିକାଟୁ ବ୍ଲକ୍ ବେଲଗାଁ ଥାନା ଅନ୍ତର୍ଗତ ଭାବନ୍ଧ ଗ୍ରାମର ରମେଶ ବେହେରା (୬୦) ,ପିତା : ଅର୍ଜୁନ ବେହେରା ବୋଲି ଜଣାପଡିଛି। ସୂଚନା ପ୍ରକାରେ ଶୁକ୍ରବାର ଅପରାହ୍ନ ୨ ଘଟିକା ସମୟରେ ରମେଶ ପାଗଳ ବାବା ଛକ ନିକଟସ୍ଥ କୁମ୍ଭାର ଗାଡିଆ ପୋଖରୀକୁ ଶୌଚ ହେବା ଲାଗି ଯାଇଥିବା ସମୟରେ, କୌଣସି କାରଣ ବଶତଃ ପୋଖରୀରେ ବୁଡି ଯାଇ ତାଙ୍କର ମୃତ୍ୟୁ ଘଟିଥିଲା । ସ୍ଥାନୀୟ ଲୋକେ ଏହି ଘଟଣା ବିଷୟରେ ପୁରୁଷୋତ୍ତମପୁର ଅଗ୍ନିଶମ ବାହିନୀ ବିଭାଗ ଏବଂ ବେଲଗାଁ ଥାନାକୁ ସୂଚନା ଦେଇଥିଲେ । ଘଟଣାର ଖବର ପାଇ ପୁରୁଷୋତ୍ତମପୁର ଅଗ୍ନିଶମ ବାହିନୀମାନେ ଘଟଣା ସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ପରେ ବେଲଗାଁ ପୋଲିସ ଟିମ ମଧ୍ୟ ପହଞ୍ଚି ଥିଲେ। ପୋଲିସ ରମେଶଙ୍କ ମୃତ ଶରୀର କୁ ଜବତ କରି ଶବ ବ୍ୟବଚ୍ଛେଦ ପାଇଁ ବ୍ରହ୍ମପୁର ବଡ଼ ମେଡ଼ିକାଲକୁ ପଠାଯାଇଥିବା ନେଇ ସୂଚନା ମିଳିଛି । ଘଟଣାସ୍ଥଳରେ ଭାଟକୁମୁରେଡା ଆର୍ ଆଇ ଶଙ୍କର ବେହେରା, ବେଲଗାଁ ଥାନା ଏ ଏସ୍ ଆଇ କମଳିନୀ ନାୟକ ଏବଂ ଅନ୍ୟ ପୋଲିସ ଅଧିକାରୀ ଉପସ୍ଥିତ ରହିଥିଲେ।

Related posts

ଲିଟିଲ ପ୍ଲାୱାର ସ୍କୁଲର ୨୪ତମ ବାର୍ଷିକ ଉତ୍ସବ ପାଳିତ 

masiha

ଗ୍ରାମାଞ୍ଚଳ ସାମ୍ବାଦିକ ସଂଘର ନୂଆଁଖାଇ ଭେଟଘାଟ

Sunil Chandra Nayak

ଢଉଗାଁ ରେ ସମିତି ସ୍ତରୀୟ ଯୁଗ୍ମ ଜନଶୁଣାଣି 

Leave a Comment

error: Content is protected !!