ବସ ସହ ଅଟୋ ମୁହାଁମୁହିଁ ଧକ୍କା ୬ ମୃତ, ୫ ଗୁରୁତର
ପୁରୁଷୋତ୍ତମପୁର,ତା ୨୨/୦୫ ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ଭୁତ ସରସିଙ୍ଗି -ଶିକୁଳା ସ୍ଥିତ ଲଡକାପଲ୍ଲୀ ଛକରେ ଶୁକ୍ରବାର ଦିନ ବସ ଓ ଅଟୋ ମୁହାଁମୁହିଁ ଧକ୍କାରେ ୬ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୫ ଜଣ ଗୁରୁତର ହୋଇଥିବା ଜଣାପଡିଛି । ମୃତକ ହେଲେ ଗୋଳନ୍ଥରା ଥାନା ଏରେଣ୍ଡ୍ରା ଗ୍ରାମର ମଲ୍ଲୀ ବେହେରା (୭୫), ନାର୍ସୁ ବେହେରା (୪୩),ଲୀଳାବତୀ ବେହେରା (୪୫),ରତନୀ ବେହେରା(୪୬),ପୁରୁଷୋତ୍ତମପୁର ଥାନା ଅଞ୍ଚଳରସନୀ ବେହେରା, କିରଣ ବେହେରା ୧୦ ବର୍ଷର । ଗୁରୁତର ଆହତ ହୋଇଥିବା ବାବୁ ପ୍ରଧାନ, ଅଳକା ବେହେରା,ଭାଗ୍ୟ ବେହେରା, ଝିଲି ବେହେରା, ବୋଲି ସୂଚନା ମିଳିଛି। ସମସ୍ତ ଆହତଙ୍କୁ ବ୍ରହ୍ମପୁର ବ୍ରହ୍ମପୁର ଏମକେସିଜି ବଡ଼ ମେଡ଼ିକାଲରେ ଭର୍ତ୍ତି କରାଯାଇଛି । ସୂଚନାଯୋଗ୍ୟ ଯେ ଗୋଟିଏ ଯାତ୍ରୀବାହୀ ଅଟୋ ନଂ ଓଡି ୩୨ଇ ୪୫୩୬ ଯୋଗେ ସୋରଳ ରୋଡ ଏରେଣ୍ଡ୍ରାରୁ ସିଂହାସନୀ ପୀଠକୁ ଭୋଜିରେ ଯୋଗ ଦେବାକୁ ଯାଉଥିବା ବେଳେ ବିପରୀତ ଦିଗ କୋଦଳାରୁ ପୁରୁଷୋତ୍ତମପୁର ଆସୁଥିବା ଓଡି ୦୪ ଏସ ୫୯୯୦ ଡାଇମଣ୍ଡ ନାମକ ବସ୍ ସହ ମୁହାଁମୁହିଁ ଧକ୍କା ହୋଇଥିଲା । ଫଳରେ ଏଥିରେ ବସିଥିବା ସମସ୍ତେ ଗୁରୁତର ଭାବରେ ଆହାତ ହୋଇଥିଲେ । ଆହାତମାନଙ୍କୁ ଆମ୍ବୁଲାନ୍ସ ଯୋଗେ ଚିକିତ୍ସାଲାଗି କୋଦଳା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ନିଆଯାଇଥିଲା । ମାତ୍ର ସେଠାରେ ୬ଜଣଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ । ଗୁରୁତର ଆହାତମାନଙ୍କୁ ବ୍ରହ୍ମପୁର ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ଦୁର୍ଘଟଣା ଘଟାଇବା ପରେ ବସ୍ ଡ୍ରାଇଭର ଥାନାରେ ଆତ୍ମ ସମର୍ପଣ କରିଛନ୍ତି। ପୁରୁଷୋତ୍ତମପୁର ଏସଡିପିଓ ସୁଜିତକୁମାର ନାୟକ,ଆଇଆଇସି କୁଳମଣିସେଠୀ ଘଟଣାସ୍ଥଳକୁ ଯାଇ ମୃତଦେହକୁ ଉଦ୍ଧାର କରି ତଦନ୍ତ ଚଲାଇଛନ୍ତି ।

