ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପରିବର୍ତ୍ତନ ନିଶାମୁକ୍ତି କେନ୍ଦ୍ର ଡ୍ରପ ଆଉଟ ଅନ୍ତେବାସୀଙ୍କୁ ମାନ୍ୟବର ବିଦ୍ୟାଳୟ ଗଣଶିକ୍ଷା ମନ୍ତ୍ରୀ ଶ୍ରୀଯୁକ୍ତ ନିତ୍ୟାନନ୍ଦ ଗଣ୍ଡଙ୍କ ଶୁଭେଚ୍ଛା 

ପରିବର୍ତ୍ତନ ନିଶାମୁକ୍ତି କେନ୍ଦ୍ର ଡ୍ରପ ଆଉଟ ଅନ୍ତେବାସୀଙ୍କୁ ମାନ୍ୟବର ବିଦ୍ୟାଳୟ ଗଣଶିକ୍ଷା ମନ୍ତ୍ରୀ ଶ୍ରୀଯୁକ୍ତ ନିତ୍ୟାନନ୍ଦ ଗଣ୍ଡଙ୍କ ଶୁଭେଚ୍ଛା 

କଟକ : କଟକ ଜିଲ୍ଲା ଚୌଦ୍ୱାର ସ୍ଥିତ ଥିବା ଓଡିଶାର ସର୍ବ ପ୍ରଥମ ନିଶାସେବନ କାରୀ ନାବାଳକ ମାନଙ୍କ ପାଇଁ ଉଦିଷ୍ଟ ନିରାପଦ ଓ ଭବିଷ୍ୟତ ଗଠନ କରୁଥିବା ଅନୁଷ୍ଠାନ ପରିବର୍ତ୍ତନ କିଶୋର ନିଶାମୁକ୍ତି ଓ ପୁନର୍ବାସ କେନ୍ଦ୍ରରେ ଥିବା ମୟୁରଭଞ୍ଜ ଜିଲ୍ଲାର ନାବାଳକ ଅନ୍ତେବାସୀ ଶ୍ରୀମାନ ଶିବମ ବେହେରା ଘରେ ଥିବା ସମୟରେ ଅତ୍ୟଧିକ ବିଭିନ୍ନ ମାଦକ ଦ୍ରବ୍ୟ ବ୍ୟବହାର କରିଥିଲା । ଅସାମାଜିକ ଯୁବକ ମାନଙ୍କ ସହ ପଡି ବିଦ୍ୟାଳୟ ଶିକ୍ଷା ଗ୍ରହଣ ନ କରି ଅସାମାଜିକ କାର୍ଯ୍ୟରେ ଲିପ୍ତ ରହିଲେ l ଏହି ଚିନ୍ତାଗ୍ରସ୍ତ ସମୟ ମଧ୍ୟରେ ଆମ ପରିବର୍ତ୍ତନ କେନ୍ଦ୍ରରେ ଅଭିଵାବକ ଆଣି ପିଲାଟିକୁ ଛାଡିଥିଲେ ଆମ ପରିବର୍ତ୍ତନ ଅନୁଷ୍ଠାନରେ ରହି ପିଲା ଟି ଦୈନିକ ରୁଟିନ ଅନୁସାରେ ଆମ ସେବକ କର୍ମଚାରୀ ମାନେ ମଧ୍ୟ ସେଇ ନାବାଳକ ଉପରେ ସ୍ୱତନ୍ତ୍ର ଧ୍ୟାନ ଦେଲେ l ଶିବମର ସୋସିଆଲ ମିଡ଼ିଆ ଏଡିଟରେ ବହୁତ ଆଗ୍ରହ ଥିଲା । ସକାଳ ଓ ସନ୍ଧ୍ୟା ୨ ଓଳା ପାଠ ପଢିବାରେ ଇଚ୍ଛା ପ୍ରକାଶ ଧୀରେ ଧୀରେ ବଢିଲା l ଶିକ୍ଷାରୁ ବଞ୍ଚିତ ଥିବା ୨ ବର୍ଷ ଡ୍ରପ ଆଉଟ ପିଲାକୁ ପୁଣି ଥରେ ଚୌଦ୍ୱାରରେ ଥିବା ସ୍ଥାନୀୟ କଳିଙ୍ଗ ପବ୍ଲିକ ହାଇସ୍କୁଲ ବିଦ୍ୟାଳୟରେ ନବମ ଶ୍ରେଣୀରେ ନାମ ଲେଖାଇଲେ । ସେ ବିଦ୍ୟାଳୟକୁ ଯାଇ ଶିକ୍ଷା ଅଧୟନ କରିବାକୁ ଲାଗିଲା । ଚଳିତ ବର୍ଷ ୨୦୨୬ ମାଟ୍ରିକ ପରୀକ୍ଷାରେ ତୃତୀୟ ସ୍ଥାନରେ ପାସ କରିଥିଲେ । ଉଚ୍ଚ ଶିକ୍ଷାରେ ଫିଲ୍ମି ସୁଟିଙ୍ଗ ଓ ଅଡିଟିଂ ଇଞ୍ଜିନିଅରିଂ ଲାଇନରେ ଶିକ୍ଷା ଗ୍ରହଣ କରି ଭବିଷ୍ୟତରେ ଦକ୍ଷ ଏଡିଟର ହୋଇବେ ବୋଲି ଆଶା ରଖିଛନ୍ତି । ଏଇ ମାଟ୍ରିକ ସଫଳତାରେ ଟ୍ରଷ୍ଟି ମୁଖ୍ୟ ଭାରତୀ ଦାସ ଓ ପରିବର୍ତ୍ତନ କେନ୍ଦ୍ର ଅଧ୍ୟକ୍ଷ ସମାଜସେବୀ ନରୋତ୍ତମ ଦାସ ଉଦୟ ମାନ ଯୁବକ ଶିବମ ବେହେରା ଭବିଷ୍ୟତ ଉଜ୍ୱଳମୟ ହେଉ ବୋଲି ଆଶା ଓ ବିଶ୍ୱାସ ରଖିଛନ୍ତି l ମୁଖ୍ୟ ସେବକ ସୁବ୍ରତ ଖଟୁଆ ଓ ପ୍ରିୟଙ୍କା ଦାସ ଓ ସୁନୀଲ ମୁର୍ମୁ ଙ୍କ ତତ୍ୱାବଧାନ ଓ ସହଯୋଗ ମଧ୍ୟ ନେଇ ସଫଳତା ପାଇଥିଲେ ।

ଶ୍ରୀକାନ୍ତ ବେଉରା ଙ୍କ ରିପୋର୍ଟ୍ 

Related posts

ମିଶନ ଶକ୍ତି ପୁନର୍ଗଠନ ପ୍ରକ୍ରିୟା ବୃଦ୍ଧି ଦାବିରେ ରାଇରଙ୍ଗପୁର ବିଡ଼ିଓଙ୍କୁ ଦାବିପତ୍ର 

masiha

ଢେଙ୍କାନାଳ ଜିଲ୍ଳା ପ୍ରଶାସନ,ସଞ୍ଚୟ ଓ ଆର୍ଥିକ ସେବା ବିଭାଗର ବିଶ୍ଵ ମିତବ୍ୟୟିତା ଦିବସ-୨୦୨୫ ପାଳିତ 

Sunil Chandra Nayak

ଓଡ଼ିଶା ସରକାରଙ୍କ ଦ୍ୱିତୀୟ ବର୍ଷ ପୂର୍ତ୍ତି: ଜୁନାଗଡ଼ରେ ଶକ୍ତି ପ୍ରଦର୍ଶନ କଲା ଅନୁସୂଚିତ ଜାତି ଓ ଜନଜାତି ସମ୍ମିଳନୀ

Sunil Chandra Nayak

Leave a Comment

error: Content is protected !!