ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନବରଙ୍ଗପୁର ଆଇନଜୀବୀ ସଂଘ ନିର୍ଵାଚନ: ସନ୍ତୋଷ ମିଶ୍ର ସଭାପତି, ତପନ କୁମାର ସିଂ ସମ୍ପାଦକ 

ନବରଙ୍ଗପୁର ଆଇନଜୀବୀ ସଂଘ ନିର୍ଵାଚନ: ସନ୍ତୋଷ ମିଶ୍ର ସଭାପତି, ତପନ କୁମାର ସିଂ ସମ୍ପାଦକ 

ନବରଙ୍ଗପୁର:(୨୩|୫)(ରବି ନାରାୟଣ ମହାନ୍ତି)ନବରଙ୍ଗପୁର ଆଇନଜିବୀ ସଂଘ ନିର୍ଵାଚନ ପ୍ରକ୍ରିୟା ଶେଷ ହୋଇଛି।୨୩ ତାରିଖ ଦିନ ମତ ଗ୍ରହଣ, ଭୋଟ ଗଣତି ଓ ଵିଜୟୀ ତାଲିକା ଘୋଷଣା କରାଯାଇଥିଲା। ନିର୍ଵାଚନ ସକାଳ ସାଢ଼େ ସାତଟା ବେଳେ ଆରମ୍ଭ ହୋଇଥିବା ବେଳେ ମଧ୍ୟାହ୍ନ ୩ ଟା ପର୍ଯ୍ୟନ୍ତ ମତ ଗ୍ରହଣ କରାଯାଇଥିଲା। ମୋଟ ୧୮୬ ଜଣ ବାର୍ ସଦସ୍ୟ ସଦସ୍ୟା ମାନଙ୍କ ମଧ୍ୟରୁ ୧୭୫ ଜଣ ଆଇନଜୀବୀ ମାନେ ନିଜ ନିଜର ମତଦାନ କରିଥିଲେ। ପୂର୍ବରୁ ଉପ ସଭାପତି ରୂପେ ସ୍ନେହଲତା ଦେବୀ, ଯୁଗ୍ମ ସମ୍ପାଦିକା ରୂପେ ସ୍ୱାଗତିକା ସାମନ୍ତରାୟ, କୋଷାଧ୍ୟକ୍ଷ ରୂପେ ଶେଖ ବାବା ଅଲିସା ଓ ୩ ଟି କାର୍ଯ୍ୟକାରୀ ସଦସ୍ୟ ପ୍ରଶାନ୍ତ କୁମାର ପଟ୍ଟନାୟକ, ଗୋପାଳ ଶତପଥୀ ଓ ବାଲାଜୀ ମିଶ୍ର ନିର୍ଦ୍ୱନ୍ଦରେ ନିର୍ବାଚିତ ହୋଇଥିଲେ। ଆଜି ସଭାପତି ଓ ସମ୍ପାଦକ ପଦବୀ ପାଇଁ ନିର୍ବାଚନ ହୋଇଥିଲା। ସଭାପତି ପଦବୀରେ ସନ୍ତୋଷ କୁମାର ମିଶ୍ର ତାଙ୍କ ନିକଟତମ ପ୍ରତିଦ୍ୱନ୍ଦୀ ସିରାଜୁଦ୍ଦିନ ଅହମ୍ମଦ ଙ୍କ ଠାରୁ ୨୬ ଖଣ୍ଡ ଅଧିକ ଭୋଟ ପାଇ ନିର୍ବାଚିତ ହୋଇଛନ୍ତି। ସେହିଭଳି ସମ୍ପାଦକ ପଦବୀରେ ଆଇନଜିବୀ ତପନ କୁମାର ସିଂହ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦୀ କିଶୋରୀ ପଟ୍ଟନାୟକଙ୍କ ଠାରୁ ୩୭ ଖଣ୍ଡ ଅଧିକ ଭୋଟ ପାଇ ବିଜୟୀ ହୋଇଛନ୍ତି। ଅପରାହ୍ନ ୪ଠାରୁ ଭୋଟ ଗଣତି ଆରମ୍ଭ ହୋଇଥିଲା। ମୋଟ ୪ଟି ରାଉଣ୍ଡ ଗଣତି କରାଯାଇଥିଲା। ଏହି ନିର୍ବାଚନକୁ ନିର୍ବାଚନ ଅଧିକାରୀ ସରୋଜ କୁମାର ବେହେରା, ସହକାରୀ ନିର୍ବାଚନ ଅଧିକାରୀ କିଶୋର କୁମାର ପଟ୍ଟନାୟକ ଓ ପ୍ରଦୀପ କୁମାର ସାହୁ ପରିଚାଳନା କରିଥିଲେ।

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍ 

Related posts

ପଛୁଆ ବର୍ଗ ସର୍ଭେ କାର୍ଯ୍ୟ ବୁଲି ଦେଖିଲେ ରାଜ୍ୟ ପର୍ଯ୍ୟବେକ୍ଷକ

ତୃତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ-୨୦୨୩, ୨୯୮ଟି ମାମଲା ଫଇସଲା

masiha

ଅଣ୍ଟାମଡା ଗାଁରେ ପୁନର୍ବାର ୪ ଜଣ ଖ୍ରୀଷ୍ଟିଆନ ପରିବାରଙ୍କ କୁଡ଼ିଆ ଘର ପୁଡ଼ାଇଲେ , ଗାଁ ରୁ ତଡା ଖାଇ ଥାନାର ଦ୍ୱାରସ୍ଥ ହେଲେ, ଗାଁରେ ଶାନ୍ତି ବଦଳରେ ଅଶାନ୍ତି ସୃଷ୍ଟି ହେଉଛି 

Sunil Chandra Nayak

Leave a Comment

error: Content is protected !!