ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଶିକ୍ଷାଦାନ କ୍ଷେତ୍ରରେ ନାଇସ ଇନଷ୍ଟିଚ୍ୟୁଟର ସଫଳତା 

ଶିକ୍ଷାଦାନ କ୍ଷେତ୍ରରେ ନାଇସ ଇନଷ୍ଟିଚ୍ୟୁଟର ସଫଳତା 

କଟକ : ସମାଜରେ ଜ୍ଞାନର ଆଲୋକ ବିତରଣ କରିଚାଲିଛି ‘ନାଇସ ଇନଷ୍ଟିଚ୍ୟୁଟ’ । ଆଜିର ଏହି କୃତ୍ରିମ ବୁଦ୍ଧିମତା (ଏଆଇ) ଏବଂ ବୈଷୟିକ ଯୁଗରେ ‘ନାଇସ ଇନଷ୍ଟିଚ୍ୟୁଟ’ ସେହିଭଳି ଏକ ଆଧୁନିକ ଜ୍ଞାନର ମନ୍ଦିର ଭାବେ ପ୍ରତିଷ୍ଠା ଲାଭ କରିଛି । ଆଜିର ଯୁବପିଢ଼ିଙ୍କୁ କେବଳ ପାଠ୍ୟପୁସ୍ତକ ନୁହେଁ ବରଂ ଜୀବନ ଜିଇଁବାର କଳା ଓ ବୃତ୍ତିଗତ ଦକ୍ଷତା ଶିକ୍ଷା ଦେଇ ନାଇସ ଇନଷ୍ଟିଚ୍ୟୁଟ୍ ଶିକ୍ଷାଦାନ ସେବାରେ ବ୍ରତୀ ବା ସମର୍ପିତ ଏକ ଅନନ୍ୟ ପରିଚୟ ସୃଷ୍ଟି କରିଥିବା ମହତ୍ ଅନୁଷ୍ଠାନ । ୨୦୧୬ ମସିହାରେ ଅନୁଗୁଳ ଜିଲ୍ଲା ବଇଣ୍ଡା ପବିତ୍ର ମାଟିରେ ପ୍ରତିଷ୍ଠିତ ହୋଇଥିବା ଏହି ଅନୁଷ୍ଠାନର ପ୍ରତିଷ୍ଠାତା ଯୁବ ସମାଜସେବୀ ତଥା ବିଶିଷ୍ଟ ଶିକ୍ଷାବିତ୍ ଗବେଷକ ବୁବୁନ୍ ପ୍ରଧାନଙ୍କ ଜୀ । ୧୫୦୦ ରୁ ଅଧିକ ଛାତ୍ରଛାତ୍ରୀଙ୍କ ସ୍ୱପ୍ନକୁ ସଫଳ କରିଥିବା ଏହି ଅନୁଷ୍ଠାନର ମୂଳ ଲକ୍ଷ୍ୟ ହେଉଛି ଡିଜିଟାଲ ସାକ୍ଷରତା । ଆଜିର ପ୍ରତିଯୋଗିତାମୂଳକ ବିଶ୍ୱରେ ଆଇଟି (ଆଇଟି) ଓ କମ୍ପ୍ୟୁଟର ଶିକ୍ଷାକୁ ପ୍ରତ୍ୟେକ ବିଦ୍ୟାର୍ଥୀଙ୍କ ପାଖରେ ପହଞ୍ଚାଇବା ପାଇଁ ଏଠାରେ ଅଭିଜ୍ଞ ପ୍ରଶିକ୍ଷକଙ୍କ ଦ୍ୱାରା ଉଚ୍ଚକୋଟୀର ପ୍ରଶିକ୍ଷଣ ପ୍ରଦାନ କରାଯାଉଛି ।

ଶ୍ରୀକାନ୍ତ ବେଉରା ଙ୍କ ରିପୋର୍ଟ୍ 

Related posts

ଜିଲ୍ଲା ଆଇନ ସେବା ପ୍ରାଧିକରଣ, ନବରଙ୍ଗପୁର ପକ୍ଷରୁ ବିଶ୍ଵ ପରିବେଶ ଦିବସ, ୨୦୨୬ ପାଳନ 

ଷୋହଳ ପ୍ରହର ଅଖଣ୍ଡ ନାମଯଜ୍ଞ ପାଇଁ ଭଵ୍ୟ କଳସ ଯାତ୍ରା 

masiha

ବନବନ୍ଧୁ ପରିଷଦ ମହିଳା ସମିତିର ପ୍ରଶଂସନୀୟ ପଦକ୍ଷେପ: ରାଉରକେଲାରେ ଥଣ୍ଡା ପାନୀୟ ଜଳ ମେସିନ୍ ଉଦ୍ଘାଟିତ

Leave a Comment

error: Content is protected !!