ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଆର୍ ଏମ ସି ନବରଙ୍ଗପୁର ପ୍ରାଙ୍ଗଣ ଠାରେ ୨୦୨୫-୨୬ ବର୍ଷ ପାଇଁ ରବି ଧାନ ମଣ୍ଡିର ଶୁଭାରମ୍ଭ 

ଆର୍ ଏମ ସି ନବରଙ୍ଗପୁର ପ୍ରାଙ୍ଗଣ ଠାରେ ୨୦୨୫-୨୬ ବର୍ଷ ପାଇଁ ରବି ଧାନ ମଣ୍ଡିର ଶୁଭାରମ୍ଭ 

ନବରଙ୍ଗପୁର :(ତା ୨୬.୫.୨୦୨୬)(ରବି ନାରାୟଣ ମହାନ୍ତି)ଆଜି ସ୍ଥାନୀୟ ନବରଙ୍ଗପୁର ନିୟନ୍ତ୍ରିତ ବଜାର କମିଟିର ମାର୍କେଟ ୟାର୍ଡ ଠାରେ ୨୦୨୫-୨୬ ବର୍ଷ ପାଇଁ ରବି ଧାନ ମଣ୍ଡିର ଶୁଭାରମ୍ଭ ହୋଇ ଯାଇଛି।ଏହି କାର୍ଯ୍ୟକ୍ରମରେ ମାନ୍ୟବର ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ଼ ଅଧ୍ୟକ୍ଷ ଗୌରୀ ଶଙ୍କର ମାଝୀ ମୁଖ୍ୟ ଅତିଥିଭାବେ ଯୋଗଦେଇ ଚାଷୀଙ୍କ ଆର୍ଥିକ ଅଭିବୃଦ୍ଧି କୁ ସୁଦୃଢ଼ କରିବା ଦିଗରେ ରାଜ୍ୟ ସରକାରଙ୍କ ଦ୍ୱାରା ବିଭିନ୍ନ ଯୋଜନା ଓ ପଦକ୍ଷେପକୁ ଉଲ୍ଲେଖ କରି ଜିଲ୍ଲାର ସମସ୍ତ ଚାଷୀକୁଳକୁ ପ୍ରଶଂସା କରି ପାରମ୍ପରିକ ଧାନ ସହ ଅନ୍ୟ ଅର୍ଥକାରୀ ଫସଲ ଉପରେ ଗୁରୁତ୍ବ ଦେବାକୁ କହିଥିଲେ।ମାନ୍ୟବର ବିଧାୟକଙ୍କ ସମେତ ଜିଲ୍ଲପାଳ ଡ ମହେଶ୍ବର ସ୍ୱାଇଁ,ଉପ ଜିଲ୍ଲାପାଳ ତଥା ଅଧକ୍ଷ ଆର୍ ଏମ ସି ନବରଙ୍ଗପୁର ପ୍ରକାଶ କୁମାର ମିଶ୍ର,ଚାଷୀ ନେତା,ମିଲର୍ସ ସଂଘ କର୍ମକର୍ତ୍ତା,ଖାଦ୍ୟ ଯୋଗାଣ ଓ ସମବାୟ ବିଭାଗୀୟ ଅଧିକାରୀ ଉପସ୍ଥିତ ରହି ପୂଜ୍ୟପୂଜା ପୂର୍ବକ ରବି ଧାନ ମଣ୍ଡି ର ଶୁଭାରମ୍ଭ କରିଥିଲେ।ମଞ୍ଚରେ ମାନ୍ୟବର ବିଧାୟକ, ଚାଷୀ ପ୍ରତିନିଧି ତଥା ବରିଷ୍ଠ ଆଇନଜୀବି ଝାଡେଶ୍ୱର୍ ଖାଡ଼ଙ୍ଗା,ସି ଏସ ଓ ଦେବାଶିଷ ମହାନ୍ତି,ଡି ଆର୍ ସି ଏସ ଶରତ ଚନ୍ଦ୍ର ପାଣିଗ୍ରାହୀ, ମିଲର୍ସ ସଂଘ ସଭାପତି କାହ୍ନୁ ଚରଣ ଦାସ, ଡି ଆଇ ପି ଆର୍ ଓ ମନୋଜ ବେହେରା, ଏ ଆର୍ ସି ଏସ ଶିବ ଚରଣ ପ୍ରଧାନ,ଚାଷୀ ତଥା ଆର୍ ଏମ ସି ସଭ୍ୟ ରାଜେନ୍ଦ୍ର ତ୍ରିପାଠୀ ଏବଂ ସରୋଜ ପାତ୍ର ଉପସ୍ଥିତ ଥିଲେ।ଜିଲ୍ଲାରେ ୨୦୨୫-୨୬ ବର୍ଷ ପାଇଁ ବର୍ତ୍ତମାନ ୨୨୨୧ ଜଣ ଚାଷୀ ରବି ଧାନ ବିକ୍ରୟ ନିମନ୍ତେ ପଞ୍ଜିକୃତ ହୋଇଛନ୍ତି। ଚଳିତ ରବି ମଣ୍ଡି ପାଇଁ ଚାଷୀ ଙ୍କ ଠାରୁ ୪୧,୮୫୦ କ୍ଵିଣ୍ଟାଲ ଧାନ ସଂଗ୍ରହ ପାଇଁ ଲକ୍ଷ୍ୟ ଧାର୍ଯ୍ୟ ହୋଇଛି। ଚାଷୀଙ୍କ ପାଇଁ ଏଫ ଏ କ୍ୟୁ ମାନର ଧାନ ପ୍ରତି କ୍ଵିଣ୍ଟାଲ ଦର ୨୩୬୯/- ଟଙ୍କା ଏବଂ ଇନପୁଟ ସହାୟତା ୭୩୧ /- ଟଙ୍କା ରହିଛି। ରବିବାର ବ୍ୟତୀତ ଅନ୍ୟ ଦିନ ମାନଙ୍କରେ ମଣ୍ଡି କାର୍ଯ୍ୟ କରିବ।ନବରଙ୍ଗପୁର, ନନ୍ଦାହାଣ୍ଡି, କୋଷଗୁମୂଡା,ଉମରକୋଟ , ଚନ୍ଦାହାଣ୍ଡି ବ୍ଲକର ୫ ଟି ଲ୍ୟାମ୍ପ ସହ ମୋଟ ୬ ଟି ଧାନ ସଂଗ୍ରହଣ କେନ୍ଦ୍ର ସ୍ଥାପନ କରାଯାଇଛି।ପ୍ରତ୍ୟେକ ଧାନ ସଂଗ୍ରହଣ କେନ୍ଦ୍ର ରେ ଚାଷୀଙ୍କ ପାଇଁ ସମସ୍ତ ଆନୁଷଙ୍ଗିକ ବ୍ୟବସ୍ଥା ସୁନିଶ୍ଚିତ କରାଯାଇଛି।ଏହି ରବି ମଣ୍ଡି ଆସନ୍ତା ଜୁନ୍ ମାସ ୩୦ ତାରିଖ ପର୍ଯ୍ୟନ୍ତ କାର୍ଯ୍ୟ କରିବ।ସଭାରେ ବିଭିନ୍ନ ବ୍ଲକ ର ଚାଷୀ ,ବିଭାଗୀୟ ଅଧିକାରୀ, ଗଣ ମାଧ୍ୟମ ପ୍ରତିନିଧି ଉପସ୍ଥିତ ଥିଲେ। ଆର୍ ଏମ ସି ସମ୍ପାଦକ କପିଳେନ୍ଦ୍ର ସାସମଲ ସଭା ପରିଚାଲନା କରିଥିଲେ।

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍ 

Related posts

କୋକସରା ଝଙ୍କଡ଼ ପାଇକ ସମାଜର କର୍ମକର୍ତ୍ତା ମନୋନୀତ

Sunil Chandra Nayak

କଳାହାଣ୍ଡି ଜିଲ୍ଲାପାଳଙ୍କ ଦ୍ଵାରା ‘ଗାଁ ଆମ୍ବ ପସରା’ର ଶୁଭାରମ୍ଭ

ଇସ୍ପାତ୍ ସାହିତ୍ୟ ସଂସଦ ଆନୁକୁଲ୍ୟରେ ଭୀମଭୋଇ ସାହିତ୍ୟ ଆଲୋଚନା 

masiha

Leave a Comment

error: Content is protected !!