ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜୁନାଗଡ଼ରେ ଧାନ ମଣ୍ଡି ଉଦଘାଟିତ

ଜୁନାଗଡ଼ରେ ଧାନ ମଣ୍ଡି ଉଦଘାଟିତ

ଜୁନାଗଡ଼, ୨୬/୫ (ମନୀସ.) : କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ଆର.ଏମ.ସି ୟାର୍ଡ ଠାରେ ଜୁନାଗଡ଼ ପ୍ରାଥମିକ କୃଷି ସମବାୟ ସମିତି ଦ୍ୱାରା ଧାନ ମଣ୍ଡି ଉଦଘାଟିତ ହୋଇଯାଇଛି। ଏହା ଫଳରେ ଜୁନାଗଡ଼ ପ୍ରାଥମିକ କୃଷି ସେବା ସମବାୟ ସମିତି ଅନ୍ତର୍ଗତ ମେରିଆବନ୍ଧଳି, ବଳଦିଆମାଲ ଓ ଭୈରିଗୁଡା ଅଞ୍ଚଳର ଚାଷୀମାନେ ଆଜିଠାରୁ ଏହି ମଣ୍ଡିରେ ଧାନ ବିକ୍ରୟ କରିପାରିବେ।

ଏହି ଉଦଘାଟନୀ କାର୍ଯ୍ୟକ୍ରମରେ ପ୍ରାଥମିକ କୃଷି ସମବାୟ ସମିତିର ଡାଇରେକ୍ଟର ସନ୍ତୋଷ କୁମାର ସିଂହ ଦେଓ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମଣ୍ଡିକୁ ଉଦଘାଟନ କରିଥିଲେ। ସମ୍ମାନିତ ଅତିଥି ଭାବେ ଆର.ଏମ.ସି ଏକାଉଣ୍ଟାଣ୍ଟ ବସନ୍ତ ସେଠି ଓ ଭୁବନେଶ୍ୱର କାଣ୍ଡ ଉପସ୍ଥିତ ଥିଲେ।

ଏହି ଅବସରରେ ପେକ୍ସର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଯଦୁମଣି ଭାଟି, ଦିନେଶ କୁମାର ପାତ୍ର, କପୁର କାଣ୍ଡ, ଭୂପେନ୍ଦ୍ର ଘି, ଦେବାଶିଷ ପଣ୍ଡା, ଆର.ଏମ.ସି ପକ୍ଷରୁ ଦୟାନିଧି କୁଠିଆ, କୁମୁଦ ବିଶି ସମେତ ବହୁ ଚାଷୀ ଉପସ୍ଥିତ ଥିଲେ।

ନରେନ୍ଦ୍ର କ୍ଷିତି ଙ୍କ ରିପୋର୍ଟ୍ 

 

Related posts

ତିରିଂ ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟ ଆନୁକୁଲ୍ୟରେ ‘ ମୁଁ ବି ବିଦ୍ୟାଳୟ ଯିବି’ ସଚେତନତା ରଥ ଶୁଭାରମ୍ଭ 

masiha

ରବିଧାନ ବିକ୍ରିରୁ ବଞ୍ଚିତ ମେଗାଲିଫ୍‌ଟ ଅଞ୍ଚଳର ଚାଷୀଙ୍କ ଆନ୍ଦୋଳନ ଜାରୀ ଆଜି ଧର୍ମଗଡ଼ ଆଞ୍ଚଳିକ କୃଷକ ମହାସଂଘ ଚାଷୀ ଆନ୍ଦୋଳନରେ ସାମିଲ

ତହସିଲଦାର ଙ୍କୁ କର୍ଲାମୁଣ୍ଡା ରେ ବସଷ୍ଟାଣ୍ଡ ପାଇଁ ବିବେକସେନା ର ଦାବିପତ୍ର ପ୍ରଦାନ

Sunil Chandra Nayak

Leave a Comment

error: Content is protected !!