ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜୁନାଗଡ଼ରେ ଧାନ ମଣ୍ଡି ଉଦଘାଟିତ

ଜୁନାଗଡ଼ରେ ଧାନ ମଣ୍ଡି ଉଦଘାଟିତ

ଜୁନାଗଡ଼, ୨୬/୫ (ମନୀସ.) : କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ଆର.ଏମ.ସି ୟାର୍ଡ ଠାରେ ଜୁନାଗଡ଼ ପ୍ରାଥମିକ କୃଷି ସମବାୟ ସମିତି ଦ୍ୱାରା ଧାନ ମଣ୍ଡି ଉଦଘାଟିତ ହୋଇଯାଇଛି। ଏହା ଫଳରେ ଜୁନାଗଡ଼ ପ୍ରାଥମିକ କୃଷି ସେବା ସମବାୟ ସମିତି ଅନ୍ତର୍ଗତ ମେରିଆବନ୍ଧଳି, ବଳଦିଆମାଲ ଓ ଭୈରିଗୁଡା ଅଞ୍ଚଳର ଚାଷୀମାନେ ଆଜିଠାରୁ ଏହି ମଣ୍ଡିରେ ଧାନ ବିକ୍ରୟ କରିପାରିବେ।

ଏହି ଉଦଘାଟନୀ କାର୍ଯ୍ୟକ୍ରମରେ ପ୍ରାଥମିକ କୃଷି ସମବାୟ ସମିତିର ଡାଇରେକ୍ଟର ସନ୍ତୋଷ କୁମାର ସିଂହ ଦେଓ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମଣ୍ଡିକୁ ଉଦଘାଟନ କରିଥିଲେ। ସମ୍ମାନିତ ଅତିଥି ଭାବେ ଆର.ଏମ.ସି ଏକାଉଣ୍ଟାଣ୍ଟ ବସନ୍ତ ସେଠି ଓ ଭୁବନେଶ୍ୱର କାଣ୍ଡ ଉପସ୍ଥିତ ଥିଲେ।

ଏହି ଅବସରରେ ପେକ୍ସର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଯଦୁମଣି ଭାଟି, ଦିନେଶ କୁମାର ପାତ୍ର, କପୁର କାଣ୍ଡ, ଭୂପେନ୍ଦ୍ର ଘି, ଦେବାଶିଷ ପଣ୍ଡା, ଆର.ଏମ.ସି ପକ୍ଷରୁ ଦୟାନିଧି କୁଠିଆ, କୁମୁଦ ବିଶି ସମେତ ବହୁ ଚାଷୀ ଉପସ୍ଥିତ ଥିଲେ।

ନରେନ୍ଦ୍ର କ୍ଷିତି ଙ୍କ ରିପୋର୍ଟ୍ 

 

Related posts

ମହିଳା ପରିବାର ନିୟୋଜନ ବନ୍ଧ୍ୟାକରଣ ଅସ୍ତ୍ରୋପଚାର କ୍ଷେତ୍ରରେ ଉଲ୍ଲେଖନୀୟ ସେବା କାର୍ଯ୍ୟ ପାଇଁ ଡାକ୍ତର ସଦାନନ୍ଦ ପାଣିଗ୍ରାହୀ ସମ୍ବର୍ଦ୍ଧିତ

Sunil Chandra Nayak

ଅଦ୍ଵିକା କାର୍ଯ୍ୟକ୍ରମ ମାଧ୍ୟମରେ କିଶୋର କିଶୋରୀ ମାନଙ୍କୁ ନେଇ ନାଗରିକ ଦାୟିତ୍ଵ ବୋଧ ଶିକ୍ଷା ସହିତ ବୃକ୍ଷ ରୋପଣ କାର୍ଯ୍ୟକ୍ରମ

masiha

ବନ୍ଧୁଗାଁ – ପ୍ରବଳ ଗ୍ରୀଷ୍ମ ଯୋଗୁଁ ୬୦ ଟି ପରିବାରକୁ ବଣ୍ଟନ କରା ଯାଇଥିବା କୁକୁଡା ଛୁଆର ମୃତ୍ୟୁ

Leave a Comment

error: Content is protected !!