ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାଉରକେଲା ହକର୍ସ ଆସୋସିଏସନ୍ ପକ୍ଷରୁ ଆନ୍ତର୍ଜାତୀୟ ହକର ଦିବସ ପାଳିତ.

ରାଉରକେଲା ହକର୍ସ ଆସୋସିଏସନ୍ ପକ୍ଷରୁ ଆନ୍ତର୍ଜାତୀୟ ହକର ଦିବସ ପାଳିତ.

ଖବରକାଗଜ ବିକ୍ରେତା ମାନଙ୍କ ସମ୍ମାନଜନକ ଜୀବନ ପାଇଁ ଆନ୍ଦୋଳନ ସହିତ ସଂଗଠନ କୁ ମଜବୁତ ପାଇଁ ଆହ୍ୱାନ 

ରାଉରକେଲା: ଆଜି ମେ ୨୬ ଅନ୍ତର୍ଜାତୀୟ ହକର ଦିବସ ଅବସରରେ ରାଉରକେଲା ହକର୍ସ ଆସୋସିଏସନ୍ ପକ୍ଷରୁ ସ୍ଥାନୀୟ ଶ୍ରମିକ ଭବନ, ସେକ୍ଟର -୧୬ ଠାରେ ଅନୁଷ୍ଠିତ ହୋଇଯାଇଛି। ଦିବସ ପାଳନ ପୂର୍ବରୁ ଆସୋସିଏସନର ସଭାପତି ତଥା ସି ଆଇ ଟି ୟୁ ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବିଷ୍ଣୁ ମହାନ୍ତି ଙ୍କ ଅକାଳ ବିୟୋଗରେ ଶୋକ ପ୍ରକାଶ କରାଯିବା ସହ ତାଙ୍କର ଅମ୍ଳାନ ସ୍ମୃତି ରେ ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଥିଲା।

   ରାଉରକେଲା ହକର୍ସ ଆସୋସିଏସନ୍ ର ଉପ ସଭାପତି ମିହିର ପାତ୍ର ଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଆସୋସିଏସନର ସାଧାରଣ ସମ୍ପାଦକ ତଥା ସି ଆଇ ଟି ୟୁ ରାଜ୍ୟ ଉପସଭାପତି ବିମାନ ମାଇତି, ରାଜ୍ୟ ସଂପାଦକ ବସନ୍ତ ନାୟକ, ଆଇନ୍ ଉପଦେଷ୍ଟା ଆଇନଜୀବୀ ରାଜ କିଶୋର ପ୍ରଧାନ,ଶରତ ପଣ୍ଡା, କିଶୋର ରାଉତ, ଅଶେଷ ବିଶ୍ଵାଳ, ଆର୍ତ୍ତତ୍ରାଣ ବେହେରା, ଶୁଭେନ୍ଦୁ ପାତ୍ର, ମନୋଜ ପଟ୍ଟନାୟକ, ଅନିରୁଦ୍ଧ ଜେନା,ବାଦଲ ଘୋଷ,ଆନନ୍ଦ କୋଲେ, ଅଶୋକ ସାହୁ, ସମୀର ରାଜହଂସ,ବ୍ରଜ କିଶୋର ନାୟକ, ବରିଷ୍ଠ ସାମ୍ବାଦିକ ମନୋରଞ୍ଜନ ଦାସ, କୁଞ୍ଜବିହାରୀ ରାଉତ, ସଂଗ୍ରାମ ଭୁୟାଁ, ସସ୍ମିତା ପ୍ରଧାନ ପ୍ରମୁଖ ବକ୍ତବ୍ୟ ରଖି ଖବରକାଗଜ ବିକ୍ରେତା ମାନଙ୍କ ସମ୍ମାନଜନକ ଜୀବନ ଓ ବଂଚିବାର ଅଧିକାର ପାଇଁ ଆନ୍ଦୋଳନ କୁ ଆଗାମୀ ଦିନରେ ତୀବ୍ର କରିବା ସହିତ ସଂଗଠନ କୁ ମଜବୁତ କରିବା ପାଇଁ ଆହ୍ୱାନ କରିଥିଲେ।

  ଏହି ଅବସରରେ ୪ ଜଣ ଆସୋସିଏସନର ବରିଷ୍ଠ ସଦସ୍ୟ ହରେକୃଷ୍ଣ ମାଣିକ,କେଶବ ଜେନା, ଶିବାନନ୍ଦ ସାହୁ, ନିରଞ୍ଜନ ସାମଲ ପ୍ରମୁଖ ଙ୍କୁ ବରିଷ୍ଠ ସଦସ୍ୟ ଭାବରେ ଆସୋସିଏସନର ସାଧାରଣ ସମ୍ପାଦକ ବିମାନ ମାଇତି ଓ ଅନ୍ୟାନ୍ୟ ନେତୃତ୍ବ ପୁଷ୍ପଗୁଚ୍ଛ ଓ ଉତ୍ତରୀୟ ପ୍ରଦାନ କରି ସମ୍ମାନିତ କରାଯାଇଥିଲା।

     ଆଗାମୀ ଦିନରେ ରାଉରକେଲା ହକର ଭାଇ ଭଉଣୀ ମାନଙ୍କ ବିଭିନ୍ନ ସମସ୍ୟା, ସାମାଜିକ ସୁରକ୍ଷା, ସରକାରୀ ପ୍ରୋତ୍ସାହନ ଓ ଭତ୍ତା ପାଇଁ ଲଢ଼େଇ କୁ ତୀବ୍ର କରିବା ପାଇଁ ନିଷ୍ପତ୍ତି କରାଯାଇଛି।

କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ଦକ୍ଷିଣ ପୂର୍ବ ରେଳଜୋନ ର ରେଳ ବ୍ୟବହାରକାରୀ ପରାମର୍ଶଦାତା କମିଟିକୁ ରେଳ ବ୍ୟବହାରକାରୀ ସଂଘ ସଭାପତି ମନୋନୀତ

Sunil Chandra Nayak

ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ସିଇଓ ଙ୍କ ପର୍ଯ୍ୟଟନ ସ୍ଥଳି ଗୁଡହାଣ୍ଡି ଡୋକରିଚଞ୍ଚରା ଗ୍ରସ୍ତ

Sunil Chandra Nayak

ଉତ୍କଳ ସାଂସ୍କୃତିକ ପରିଷଦର ଗରିମା ରଜମଉଜ ଆସନ୍ତା ୧୨ ଓ ୧୩ରେ

Leave a Comment

error: Content is protected !!