ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଖଣ୍ଡାୟତ ମହାସଭାର ସ୍ବତନ୍ତ୍ର ବୈଠକ

ଖଣ୍ଡାୟତ ମହାସଭାର ସ୍ବତନ୍ତ୍ର ବୈଠକ

 ରାଉରକେଲା: ଆଜି ସଂଧ୍ୟା ୬ ଘଟିକା ସମୟରେ ସେକ୍ଟର ୩ ସ୍ଥିତ ଖଡ୍ଗ ଭବନ ପରିସରରେ ଏକ ଜରୁରୀ ବୈଠକ ଆୟୋଜିତ ହୋଇଥିଲା। ଖଣ୍ଡାୟତ ମହାସଭାର କାର୍ଯ୍ୟକାରୀ ସଭାପତି ଉପେନ୍ଦ୍ର କୁମାର ନାୟକଙ୍କ ଅଧ୍ୟକ୍ଷତାରେ ଓ ସାଧାରଣ ସମ୍ପାଦକ ଶଶଧର ପାତ୍ରଙ୍କ ଆବାହକତ୍ୱରେ ସର୍ବଶ୍ରୀ ନାରାୟଣ ସାମଲ, ଅକ୍ଷୟ କୁମାର ଦାସ, ଜଗନ୍ନାଥ ରାଉତ, ସୁବ୍ରତ କୁମାର ମଲ୍ଲିକ, ଶମ୍ଭୁନାଥ ପରିଡ଼ା ଓ ଉଗ୍ରସେନ ବିଶ୍ବାଳ ପ୍ରମୁଖ ଉପସ୍ଥିତ ରହି ଆସନ୍ତା ଜୁନ୍ ୭ ତାରିଖ ସକାଳ ୭ଟା ସମୟରେ ମହାସଭାର ସଭାପତି ତଥା ନବନିର୍ବାଚିତ ରାଜ୍ୟସଭା ସାଂସଦ ଦିଲିପ ରାୟଙ୍କୁ ଭବ୍ୟ ସ୍ଵାଗତ କରିବା ପାଇଁ ସ୍ଥିର କରାଗଲା। ଏହି ସଭାରେ ସାଂସଦଙ୍କ ରାଉରକେଲା ପ୍ରତିନିଧି ଶ୍ରୀ ରଣଜିତ କୁମାର ନାୟକ ଉପସ୍ଥିତ ରହି ସମସ୍ତ ସହଯୋଗ ଓ ଯୋଗାଯୋଗ କରିବା ପାଇଁ ସମ୍ମତି ପ୍ରକାଶ କଲେ। ତାଙ୍କୁ ଉପସ୍ଥିତ ସମସ୍ତ ସଭ୍ୟ ପୁଷ୍ପଗୁଚ୍ଛ ଦେଇ ସ୍ବାଗତ ଜଣାଇଥିଲେ। ଶେଷରେ ସାଧାରଣ ସମ୍ପାଦକ ଶ୍ରୀ ପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ।

କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ପୁଣି ସ୍ଥିତି ଜାହିର୍ କଲା ଲାଲ୍ ବାହିନୀ : ଆସନ୍ତା ୨୧ ରୁ ପ୍ରତିଷ୍ଠା ଦିବସ ପାଳନ ପାଇଁ ବ୍ୟାନର ମାଧ୍ୟମରେ ଆହ୍ବାନ 

Sunil Chandra Nayak

ମୋଟରସାଇକେଲ – କାର ଦୁର୍ଘଟଣା ୨ ଗୁରୁତ୍ତର,୧ ଆହତ

masiha

ତେଜିଲା ରାଇରଙ୍ଗପୁର ଜିଲ୍ଲା ଦାବି , ୧୨ ଘଣ୍ଟିଆ ବହଳଦା ଠପ୍

Sunil Chandra Nayak

Leave a Comment

error: Content is protected !!