ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଅପରାହ୍ନର କାଳବୈଶାଖୀ ତାଣ୍ଡବରେ ଭାଙ୍ଗିଲା ବିରାଟ ଗଛ ଓ ଦୋକାନର ବୋର୍ଡ

ଅପରାହ୍ନର କାଳବୈଶାଖୀ ତାଣ୍ଡବରେ ଭାଙ୍ଗିଲା ବିରାଟ ଗଛ ଓ ଦୋକାନର ବୋର୍ଡ

ରାଉରକେଲା ୨୭/୫, ଆଜି ଦିନର ୪୨ ଡିଗ୍ରୀ ତାପମାତ୍ରା ଓ ଗୁଳଗୁଳି ଥିବା ବେଳେ ଅପରାହ୍ନ ୩ଟା ସମୟରେ କାଳବୈଶାଖୀ ତାଣ୍ଡବରେ ରାଉରକେଲାର ବିଭିନ୍ନ ଅଞ୍ଚଳରେ ଗଛ ଉପୁଡିବା, ଗଛ ଭାଙ୍ଗିବା ସହିତ ମୁଖ୍ଯ ରାସ୍ତାରେ ଥିବା ଦୋକାନର ଏସିପି ବୋର୍ଡରେ ନିର୍ମିତ ବିରାଟ ନାମଫଳକ ଭାଙ୍ଗି ମୁଖ୍ୟ ରାସ୍ତା ଉପରେ ପଡିଯାଇଛି। ଏଥିରେ କୌଣସି ବ୍ୟକ୍ତି ମୃତାହତ ହୋଇଥିବା ଖବର ମିଳିନାହିଁ।

    ଏଠାରେ ସୂଚନା ଯୋଗ୍ୟ ଯେ, କାଳବୈଶାଖୀ ତାଣ୍ଡବରେ ସୋମବାର ଦିନ ରାଉରକେଲା ଇସ୍ପାତ ସହରାଞ୍ଚଳର ସେକ୍ଟର-୨୧, ସେକ୍ଟର-୧, ସେକ୍ଟର-୨ ଏବଂ ସେକ୍ଟର-୨୦ ଅଞ୍ଚଳରେ ତାଣ୍ଡବ ରଚି ବିରାଟ ବିରାଟ ଗଛ ଉପୁଡିବା ସହ ଗଛ ଭାଙ୍ଗି ମନ୍ଦିର ଉପରେ ପଡିବା ସହିତ ସେକ୍ଟର-୨ ପଡିଆରେ ଅନୁଷ୍ଠିତ ହେବାକୁ ଥିବା ଶ୍ରୀଜଗନ୍ନାଥଙ୍କ ବତିଶି ବେଶ ଦର୍ଶନ ଓ ପଞ୍ଚ ଦିବସୀୟ ବିଷ୍ଣୁ ମହାଯଜ୍ଞର ସେଡକୁ ନଷ୍ଟ କରିଥିଲା। ସେଥି ଯୋଗୁଁ ଶ୍ରୀଜଗନ୍ନାଥଙ୍କ ବତିଶି ବେଶ ଦର୍ଶନ ଓ ପଞ୍ଚ ଦିବସୀୟ ବିଷ୍ଣୁ ମହାଯଜ୍ଞକୁ ୨୯ ତାରିଖକୁ ଘୁଞ୍ଚିଲା ଦିଆଯାଇଛି। କାଳବୈଶାଖୀ ଯୋଗୁଁ ୨୪ ଘଣ୍ଟାରୁ ଉର୍ଦ୍ଧ୍ବ ସମୟ ଧରି ବିଦ୍ୟୁତ ଯୋଗାଣ ବ୍ଯାହତ ହୋଇଥିଲା।

      ଆଜି କାଳବୈଶାଖୀ ପ୍ରଭାବରେ ରାଉରକେଲାର ବିଭିନ୍ନ ଅଞ୍ଚଳରେ ପ୍ରବଳ ପବନ ସହ କୁଆପଥର ବୃଷ୍ଟି ଏବଂ ବଜ୍ରପାତ ସହ ବର୍ଷା ଲାଗିରହିଛି।

କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ନୂଆପଡ଼ା ଉପନିର୍ବାଚନ ପାଇଁ ନିଯୁକ୍ତ ତିନି କେନ୍ଦ୍ରୀୟ ପର୍ଯ୍ୟବେକ୍ଷକଙ୍କ ସମସ୍ତ ବିଧାୟକ ପ୍ରାର୍ଥୀ ମାନଙ୍କ ସହିତ ବୈଠକ 

Sunil Chandra Nayak

ସୁନ୍ଦରଗଡ ଲେଖକ ସାମୁଖ୍ଯର ମାସିକ ସାହିତ୍ଯ ଆସର

Sunil Chandra Nayak

ଗୋଲାମୁଣ୍ଡା ବ୍ଲକରେ ମଧୁବାବୁ ନୂତନ ଭତ୍ତା ବଣ୍ଟନ: ୨୨୯ ହିତାଧିକାରୀ ଉପକୃତ

Leave a Comment

error: Content is protected !!