ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜିଲ୍ଲାସ୍ତରୀୟ ସ୍ବାଧୀନତା ଦିବସ-୨୦୨୪ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ ଅନୁସ୍ଥିତ

ଜିଲ୍ଲାସ୍ତରୀୟ ସ୍ବାଧୀନତା ଦିବସ-୨୦୨୪ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ ଅନୁସ୍ଥିତ

କେନ୍ଦ୍ରାପଡ଼ା, : ଜିଲ୍ଲାସ୍ତରୀୟ ସ୍ବାଧୀନତା ଦିବସ ୨୦୨୪ ପାଳନ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ଜିଲ୍ଲାପାଳ ସୂର୍ଯ୍ୟବଂଶୀ ମୟୂର ବିକାଶଙ୍କ ଅଧ୍ଯକ୍ଷତାରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସଦ୍‌ଭାବନା ସଭାକକ୍ଷରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକର ଆଲୋଚନା ପରେ ସ୍ଥିର ହେଲା ଯେ, ସ୍ବାଧୀନତା ଦିବସ‌ ଦିନ ପ୍ରତ୍ଯୁଷ । ୪.୩୦ ମିନିଟ୍‌ରେ ଜିଲ୍ଲା ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ଡାକବାଜି ଯନ୍ତ୍ର ଯୋଗେ । କେନ୍ଦ୍ରାପଡ଼ା ପୌରାଂଚଳରେ ରାମଧୂନ୍ ପରିବେଷଣ କରାଯିବ । ସେହିପରି ସମସ୍ତ ବ୍ଲକ୍ ଏବଂ ପଟ୍ଟାମୁଣ୍ଡାଇ ପୌରାଚଂଳରେ ଯଥାକ୍ରମେ ସଂପୂକୁ ବ୍ଲକ୍‌ର ବିଡିଓ ଓ କାର୍ଯ୍ୟ ନିର୍ବାହୀ ଅଧୂକାରୀ ରାମ୍‌ଧୂନ୍ ପ୍ରଚାର କରାଇବାକୁ ନିଷ୍ପତି ହୋଇଛି । ପ୍ରଭାତଫେରୀ ପାଇଁ ସକାଳ ୬ଘଟିକା ସ୍ଥିର ହୋଇଥ‌ିବା ବେଳେ ବିଦ୍ୟାଳୟରେ ପତାକା ଉତୋଳନର ସମୟ ହେଉଛି ସକାଳ ୭ ଘଟିକା । ସକାଳ ୭.୩୦ ମିନିଟ୍‌ରେ ସମସ୍ତ ସରକାରୀ କାର୍ଯ୍ୟାଳୟ, ବେସରକାରୀ କାର୍ଯ୍ୟାଳୟ, ଶିଳ୍ପାନୁଷ୍ଠାନ, ବାଣିଜ୍ୟାନୁଷ୍ଠାନ, ନିଜସ୍ବ ଗୃହମାନଙ୍କରେ ଜାତୀୟ ପତାକା ଉତୋଳନ କରାଯାଇ ସଂଧ୍ଯା ପୂର୍ବରୁ ସମ୍ମାନର ସହ ପତାକା ଅବତରଣ କରାଯିବ । ସକାଳ ୯.୧୫ ମିନିଟ୍ ସମୟରେ କେନ୍ଦ୍ରାପଡ଼ା ସ୍ବୟଂଶାସିତ ମହାବିଦ୍ୟାଳୟ ପଡ଼ିଆରେ ଜିଲ୍ଲା ସ୍ତରୀୟ ଉତ୍ସବରେ ମୁଖ୍ୟ ଅତିଥ୍‌ଙ୍କ ଦ୍ବାରା ଜାତୀୟ ପତାକା ଉତୋଳନ,ସମ୍ମିଳିତ ପ୍ୟାରେଡ୍‌ରେ ଅଭିବାଦନ ଗ୍ରହଣ ଓପରେ ପରେ ଅଭିଭାଷଣ ପ୍ରଦାନ କରିବେ ମୁଖ୍ୟଅତିଥ୍ । ଏହି ଜାତୀୟ ଦିବସ କାର୍ଯ୍ୟକ୍ରମରେ ଜିଲ୍ଲା ଆରକ୍ଷୀ ବାହିନୀ ବ୍ୟାଣ୍ଡ୍ ପାର୍ଟି ପକ୍ଷରୁ ରାଷ୍ଟ୍ରୀୟ ସଙ୍ଗୀତ ପରିବେଷଣ କରାଯିବ ।ଜିଲ୍ଲା । ପାଇଁ ସୁନାମ ଆଣିଥୂବା ବ୍ୟକ୍ତି ବିଶେଷ ଏବଂ ଜିଲ୍ଲାସ୍ତରୀୟ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀମାନଙ୍କୁ ମୁଖ୍ୟ ଅତିଥି ପ୍ରମାଣପତ୍ର ଓଟ୍ରଫି ପ୍ରଦାନ କରିବେ । ସ୍ବାଧୀନତା ସଂଗ୍ରାମୀମାନଙ୍କୁ ସମ୍ବଦ୍ଧନା ପରେ ପରେ କଏଦୀମାନଙ୍କୁ ମିଷ୍ଟାନ୍ନ ଓ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ରୋଗୀମାନଙ୍କୁ ଫଳ ବଂଟନ କରାଯିବା ପାଇଁ ନିଷ୍ପତି ହୋଇଛି ହୋଇଛି । ଜିଲ୍ଲା ଶିକ୍ଷାଧୂକାରୀଙ୍କ ଦ୍ବାରା ପ୍ରଥମେ ବ୍ଲକ୍ ସ୍ତରୀୟ ଓ ପରେ ଜିଲ୍ଲାସ୍ତରୀୟ ଓଡ଼ିଆ ବକ୍ତୃତା, ଦେଶଭକ୍ତି ସଂଗୀତ ଓ ଚିତ୍ରକଳା ପ୍ରତିଯୋଗିତାଆୟୋଜନ କରାଯାଇ କୃତୀ ଛାତ୍ରଛାତ୍ରୀ ଚୟନ କରାଯିବ । ସୂଚନାଯୋଗ୍ୟ, ଦଳଗତ ଦେଶଭକ୍ତି ନୃତ୍ୟ ପ୍ରତିଯୋଗିତା ଅଗଷ୍ଟ ୯ତାରିଖରେ ଜିଲ୍ଲା ସଂସ୍କୃତି ଭବନଠାରେ ଆୟୋଜନ ହେବାକୁ ସ୍ଥିର ହୋଇଛି । ପ୍ରତିଯୋଗିତାରେ ନିରପେକ୍ଷତା ପାଇଁ ଜିଲ୍ଲାପାଳଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ବିଚାରକମଣ୍ଡଳୀଙ୍କ ନାମ ଚୟନ କରାଯିବ ଏହି ବୈଠକରେ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ସିଦ୍ଧାର୍ଥ କଟ୍ଟାରିଆ, ଅତିରିକୁ ଜିଲ୍ଲାପାଳ (ରାଜସ୍ବ) ନୀଲୁ ମହାପାତ୍ର, ଉପ- ଜିଲ୍ଲାପାଳ ରବିନ୍ଦ୍ର କୁମାର ପ୍ରଧାନ, ଅତିରିକୁ ଆରକ୍ଷୀ ଅଧୀକ୍ଷକ ଦେବାଶିଷ ଧଳ, ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ବାସ୍ଥ୍ୟ ଅଧୂକାରୀ ଅନୀତା ପଟ୍ଟନାୟକ, ଏସ୍‌ଡିପିଓ ଦେବେନ୍ଦ୍ର ମଲ୍ଲିକ, ଆଂଚଳିକ ପରିବହନ ଅଧୂକାରୀ ଧୀରେନ୍ଦ୍ର କୁମାର ନାୟକ, ଜିଲ୍ଲା ଶିକ୍ଷା ଅଧୂକାରୀ ପ୍ରଦୀପ କୁମାର ନାଗ, କେନ୍ଦ୍ରାପଡ଼ା ମୁନିସିପାଲିଟିର କାର୍ଯ୍ୟନିର୍ବାହୀ ଅଧୂକାରୀ ଆଶୁତୋଷ ଗୌରବ କର, ଜିଲ୍ଲା ଶିଶୁ ସୁରକ୍ଷା ଅଧୂକାରୀ ବିଜୟ କେତନ ସାହୁ, ଜିଲ୍ଲା କ୍ରୀଡ଼ା ଅଧୂକାରୀ ଲୋକନାଥ ପାଣିଗ୍ରାହୀ, ଟାଉନ୍ ଥାନା ଆଇଆଇସି ଦିଲ୍ଲିପ କୁମାର ସାହୁ, ଅଗ୍ନିଶମ ଅଧୂକାରୀ ଭବେନ୍ଦ୍ରନାଥ ଦେ, ଜନସ୍ବାସ୍ଥ୍ୟ ସହକାରୀ ଯନ୍ତ୍ରୀ ରମଣ ଦାସ, ରାସ୍ତା ଓ କୋଠାବାଡ଼ି ବିଭାଗର ଅଧୀକ୍ଷଣ ଯନ୍ତ୍ରୀ ରତିକାନ୍ତ ବେହେରା ଏବଂ ସହକାରୀ ଯନ୍ତ୍ରୀ କ୍ଷୀରୋଦ ଚନ୍ଦ୍ର ବେହେରା, ସହକାରୀ ଯନ୍ତ୍ରୀ ଆଜାଉଦ୍ଦିନ୍ ଖାନ୍, ଏଲ୍‌ଡିଏମ୍ ମନୋଜ ପ୍ରଧାନୀ, ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧୂକାରୀ ଆଲୋକ କୁମାର ମହାନ୍ତି, ଜିଲ୍ଲା ସାମାଜିକ ସୁରକ୍ଷା ଅଧୂକାରୀ ରୂପାଲି ପ୍ରିୟଦର୍ଶିନୀ, ଜିଲ୍ଲା ମଙ୍ଗଳ ଅଧୂକାରୀ ଗୁରୁଚରଣ ମଲ୍ଲିକ, ରିଜର୍ଭ ଇନିସ୍ପେକ୍ଟର ପ୍ରଶାନ୍ତ କୁମାର ରଣସିଂହ, ଏନ୍‌ସିସି ଅଫିସର୍ କ୍ୟାପ୍ଟେନ୍‌ ସୀମା ମହାନ୍ତି, ଉଦ୍ୟାନକୃଷିର ସହକାରୀ ନିର୍ଦ୍ଦେଶକ ଦେବଦାସ ଦତ, ବିଏନ୍ ଏଂଟର ପ୍ରାଇଜେସ୍‌ର ସମ୍ପାଦକ ନିରଞ୍ଜନ ଦାସ, ବ୍ୟାଙ୍କ୍ ଅଫ୍ ବରୋଦା, ଷ୍ଟେଟ୍ ବ୍ୟାଙ୍କ୍, କେନ୍ଦ୍ରାପଡ଼ା ଅର୍ବାନ କୋ ଅପରେଟିଭ୍ ଓ ୟୁନିଅନ୍ ବ୍ୟାଙ୍କ୍ ଅଫ ଇଣ୍ଡିଆର ଅଧୂକାରୀ ଜିଲ୍ଲାସ୍ତରୀୟ ଅଧୂକାରୀ, ବିଭିନ୍ନ ଲାଇନ୍ ଡିପାର୍ଟିମେଟ୍‌ର ଅଧୂକାରୀ ପ୍ରମୁଖ ଯୋଗ ଦେଇଥିଲେ । ଉପଖଣ୍ଡ ସୂଚନା ଓ ଲୋକସଂପର୍କ ଅଧୂକାରୀ ଅଶୋକ ବଳିଆରସିଂ ପ୍ରାରମ୍ଭିକ ସୂଚନା ପ୍ରଦାନ କରିବା ସହ ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

କେନ୍ଦ୍ରାପଡ଼ା ରୁ ଜିଲ୍ଲା ପ୍ରତି ନିଧି ସମୀର କୁମାର ପ୍ରଧାନ ଙ୍କ ରିପୋର୍ଟ ମସିହା ନିୟୁଜ!

Related posts

ଶ୍ରମିକ ନେତା କାହ୍ନୁଚରଣ ସୂତାର ଙ୍କ ବିୟୋଗରେ ସି ଆଇ ଟି ୟୁ ର ଶୋକ 

Sunil Chandra Nayak

The 5th installation ceremony of Intract club of SSVM

Sunil Chandra Nayak

କବିତା(‘ସ୍ୱପ୍ନ’) ପ୍ରତିଯୋଗିତା ର ଫଳାଫଳ ପ୍ରକାଶିତ

masiha

Leave a Comment

error: Content is protected !!