ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

୧୩ ବର୍ଷ ବିବାହିତା ନାବାଳିକାର ସନ୍ଧେହ ଜନକ ଆତ୍ମହତ୍ୟା  !

୧୩ ବର୍ଷ ବିବାହିତା ନାବାଳିକାର ସନ୍ଧେହ ଜନକ ଆତ୍ମହତ୍ୟା !

ବନ୍ଧୁଗାଁ ତା ୨୭/୫/୨୬, ବନ୍ଧୁଗାଁ ବ୍ଲକ ବଡସରପଲ୍ଲୀ ପଞ୍ଚାୟତ ସଦର ଗ୍ରାମର ଜଣେ ୧୩ ବୟସର ବାଳିକା ଆତ୍ମହତ୍ୟା କରିଛନ୍ତି। ସୁଚନା ଅନୁଯାୟୀ ୨୦୨୫ ବର୍ଷରେ ବଡସରପଲ୍ଲୀ ଗ୍ରାମର ସୁରେଶ କାଡ୍ରାକା (୨୦ ) ଙ୍କୁ ଘର ପଡିଶା ର କିଶୋରୀ ବାଳିକା ପୂର୍ଣ୍ଣିମା ପିଡିକା ୧୩ ବର୍ଷ ଭଲ ପାଇ ପ୍ରେମ ବିବାହ କରି ଥିଲେ। ଝିଅ ଜଣେ କିଶୋରୀ ହୋଇ ଥିବା ରୁ ସିଡିପିଓ ଗୀତାଞ୍ଜଳୀ ମହାରଣା ଜାଣି ଗାଁ ରେ ପହଞ୍ଚି ଝିଅର ବାପା ରାମ ପିଡିକା, ପୁଅର ବାପା ଗୋପେୟା କାଡ୍ରାକା, ଗାଁର ମୁଖ୍ୟ ତାମାନା ପିଡିକା (ଭିଲେନ), ୱାର୍ଡ ମେମ୍ବର ଶିବାଜୀ ପିଡିକା, ସମିତି ସଭ୍ୟ ସିନାଜି ପିଡିକା ଓ ଦିଶାରୀ ଦିଶି ପିଡିକା ଓ ଅନ୍ୟ କେତେ ଜଣ ବସି ଝିଅ ପୂର୍ଣ୍ଣିମା ଙ୍କୁ ୧୮ ବର୍ଷ ହେବା ପର୍ଯ୍ୟନ୍ତ ବାପା ମାଆ ଙ୍କ ଘରେ ରହିବାକୁ ଏକ ଆଇନଜିବୀ ଙ୍କୁ ନେଇ ଲିଖିତ ଭାବେ ସିଡିପିଓ ଙ୍କୁ ଦେଇ ଥିଲେ। କିନ୍ତୁ ପରେ ସ୍ୱାମୀ ରାମ ପିଡ଼ିକା ନିଷ୍ପତି ପ୍ରକାରେ ଲିଖିତ ବିଷୟକୁ ଅମାନ୍ୟ କରି ମାତ୍ର ୫ ଦିନ ମଧ୍ୟରେ ନିଜ ବଡ ସ୍ତ୍ରୀ କୁ ବାପା ଓ ମାଆ ଙ୍କ ଘରେ ଓ ସାନ ସ୍ତ୍ରୀ କିଶୋରୀ ଝିଅ ପୂର୍ଣ୍ଣିମା ଙ୍କୁ ପୁଅ ଜେଜେ ବାପା ସେମ୍ଭୁ କାଡ୍ରାକା ଓ ମାଆଙ୍କ ଗାଁ ଠାରୁ ଏକ କିମି ଦୂରରେ ଥିବା ଡାଙ୍ଗୁକୁଡ଼ିଆ ଘରେ ରଖି ରହି ଆସୁ ଥିଲେ । ସିଡିପିଓ ଜାଣିବା ପରେ ମଧ୍ୟ ବାଲ୍ୟ ବିବାହ ରୋକିବା ପାଇଁ ଆଇନ ଅନୁଯାୟୀ ଆବଶ୍ୟକ ପଦକ୍ଷେପ ଗ୍ରହଣ ନ କରି ନୀରବ ରହି ଯାଇ ଥିଲେ। କୌଣସି କାରଣରୁ ତିନି ଦିନ ତଳେ କିଶୋରୀ ବାଳିକା ପୂର୍ଣ୍ଣିମା ପିଡିକା ଗାଁରେ ରହୁଥିବା ନିଜ ବାପା ରାମ ପିଡିକା ଙ୍କ ଘରେ ଆସି ରହି ଥିଲେ। ବୁଧବାର ଦିନ କୌଣସି କାରଣରୁ ସ୍ୱାମୀ ସୁରେଶ ଓ ସ୍ତ୍ରୀ ପୂର୍ଣ୍ଣିମା ସହିତ ଗଣ୍ଡଗଳ ହୋଇ ଥିଲେ ପରେ ପାଖରେ ଥିବା ପୁଅର ବାପା ଗପେୟା କାଡ୍ରାକାଙ୍କ ଘରେ ଝିଅର ଝୁଲନ୍ତା ଶବ ଦେଖିବାକୁ ମିଳିଥିଲା। କିଶୋରୀ ପୂର୍ଣ୍ଣିମା ଝୁଲନ୍ତା ଅବସ୍ଥାରେ ଥିବା ଜାଣିବା ପରେ ସାଉନ୍ତା ତାମାନା ପିଡିକା (ଭିଲେନ୍) ଦୌଡି ଯାଇ ମୃତ ଝିଅର ଝୁଲନ୍ତା ମୃତଦେହ ଆଣି ବାହାରେ ଶୁଆଇ ଦେଇ ଥିଲେ। ପରେ ମୃତ ଝିଅର ପିତା ମାତା ଥାନାରେ ଲିଖିତ ଅଭିଯୋଗ କରିବା ପାଇଁ କହି ଆସୁଥିଲେ ମଧ୍ୟ ଗ୍ରାମର ମୁଖିଆ ସମିତି ସଭ୍ୟ ସିନାଜି ପିଡିକା, ସାଉନ୍ତା ତାମାନା ପିଡିକା,ୱାର୍ଡ ମେମ୍ବର ଶିବାଜୀ ପିଡିକା, ଦିଶାରି ବିଶି ପିଡିକା ପ୍ରମୁଖ ଙ୍କ ନିଷ୍ପତି ପ୍ରକାରେ ଥାନାରେ ଅଭିଯୋଗ ନ ଦେବାକୁ କହି ଶବକୁ ଶ୍ମଶାନ ସଙ୍ଗେ ସଙ୍ଗେ ନେଇ ନିଆଁ ଲଗାଇ ଦେଇଥିଲେ। ସ୍ଥାନୀୟ ପୋଲିସ ଥାନା ଆଇଆଇସି ସିନ୍ଧୁ ସାରାକା ଙ୍କ ପାଖରେ କିଶୋରୀ ବାଳିକା ର ମୃତ ଖବର ଜାଣିବା ପରେ ଥାନା ଏସ ଆଇ ଟଙ୍କଧର ନାଇକ ଓ ଷ୍ଟାଫ ଙ୍କ ସହିତ ଶ୍ମଶାନ ରେ ପହଞ୍ଚିବା ବେଳକୁ ଲୋକେ ପୋଲିସ କୁ ଦେଖି ସମସ୍ତେ ଦୌଡି ଚାଲି ଗଲେ। ପୋଲିସ ଗାଁ କୁ ଯାଇ କିଛି ତଥ୍ୟ ସଂଗ୍ରହ କରି ଥିଲେ ମଧ୍ୟ ମୁଖ୍ୟ ମାନଙ୍କ ଦେଖା ହୋଇ ପାରି ନ ଥିଲା। ବାଲ୍ୟ ବିବାହ ରୋକିବା ପାଇଁ ପ୍ରଶାସନ ଜାଣି ବିଫଳ ହୋଇ ଥିବା ବେଳେ ୧୩ ବାଳିକା ର ମୃତ୍ୟୁ ଆତ୍ମହତ୍ୟା ନା ହତ୍ୟା ସନ୍ଦେହ ଘେରରେ ରହିଛି। ଗ୍ରାମବାସୀ ଜଣେ କିଶୋରୀ ବାଳିକା ଏକ ବର୍ଷ ତଳେ ୧୩ ବୟସରେ ବାଲ୍ୟ ବିବାହ କରି ତାକୁ ରୋକିବାକୁ ନିଷ୍ପତି ନେଇ ସିଡିପିଓ ଙ୍କୁ ଲିଖିତ ଭାବେ ଥିଲେ। ଆଜି ଗ୍ରାମବାସୀ ଓ ଅବିଭାବକ ଅମାନ୍ୟ କରି ଝିଅକୁ ବାଲ୍ୟ ବିବାହ କରି ଥିବା ରୁ ଝିଅର କେଉଁ କାରଣରୁ ମୃତ୍ୟୁ ହୋଇଛି ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି।

 ସଞ୍ଜିବ କୁମାର ବାଙ୍ଗାରୀ ରିପୋର୍ଟର I

Related posts

ଅବକାରୀ ଚଢାଉ ମହୁଲ ଜବତ, ୧ ଗିରଫ

Sunil Chandra Nayak

ବେକରେ ଓଢଣୀ ବାନ୍ଧି ନାବାଳିକାର ଆତ୍ମହତ୍ୟା

Sunil Chandra Nayak

ମହିଳାଙ୍କୁ ମରଣାନ୍ତକ ଆକ୍ରମଣ ପାଇଁ ଅଭିଯୁକ୍ତକୁ ୩ ବର୍ଷ ଜେଲ ଦଣ୍ଡାଦେଶ

masiha

Leave a Comment

error: Content is protected !!