ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାଜ୍ୟ ସରକାରଙ୍କ ଅଧିନସ୍ଥ ହୋମିଓ ପାଥି କେନ୍ଦ୍ରର ଅବସ୍ଥା ଯଥା ପୂର୍ଵଂ ତଥା ପରଂ ବ୍ୟବସ୍ଥିତ କରିବା ପାଇଁ ରାଜ୍ୟ ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ନିକଟରେ ଦାବି…

ରାଜ୍ୟ ସରକାରଙ୍କ ଅଧିନସ୍ଥ ହୋମିଓ ପାଥି କେନ୍ଦ୍ରର ଅବସ୍ଥା ଯଥା ପୂର୍ଵଂ ତଥା ପରଂ

ବ୍ୟବସ୍ଥିତ କରିବା ପାଇଁ ରାଜ୍ୟ ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ନିକଟରେ ଦାବି….. 

ମାନ୍ଧାତା ଅମଳରୁ ବାହାରି ପାରି ନାହିଁ ରାଜ୍ୟ ଆୟୁଷ ବିଭାଗ ରାଜ୍ୟ ସରକାରଙ୍କ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଅଧୀନସ୍ଥ ଆୟୁଷ ବିଭାଗ ର କାର୍ଯ୍ୟ ପଦ୍ଧତି କୁ ଦେଖ‌ିଲେ ଲାଗେ ସତେ ଯେମିତି ଏହାର ନବ କଳେବର କେଉଁ ଯୁଗ ରୁ ହୋଇନାହିଁ।ଏହି ନିର୍ଦ୍ଦେଶାଳୟ ଅଧୀନରେ ୧୧୮୮ ଆୟୁର୍ବେଦ, ହୋମିଓପାଥି ଓ ୟୁନାନି ଚିକିତ୍ସାଳୟ ତଥା ରାଜ୍ୟ ର ସମସ୍ତ ଆୟୁଷ ଚିକିତ୍ସା ମହାବିଦ୍ୟାଳୟ କାର୍ଯ୍ୟ କରୁଛନ୍ତି।ବିଗତ ଦିନରେ ସୂଚନା ଅଧିକାର ଆଇନରେ ମିଳିଥିବା ତଥ୍ୟ ଅନୁଯାୟୀ ସଂଖ୍ୟାଧିକ ଆୟୁଷ ଚିକିତ୍ସାଳୟ ର ନିଜସ୍ବ ଭିତ୍ତଭୂମିର ଅଭାବ ରହିଛି, କେଉଁଠି ଘର ନାହିଁ ତ କେଉଁଠି ଜମି ନାହିଁ, ଏ ପରି ଅନେକ ଚିକିତ୍ସାଳୟ ବେସରକାରୀ ଗୃହ ରେ ମଧ୍ଯ କାର୍ଯ୍ୟ କରୁଅଛି। ସୂଚନା ଅନୁଯାୟୀ ୧୯୯୦ ମସିହା ର ତତ୍କାଳୀନ ଭାରତୀୟ ଚିକିତ୍ସା ଓ ହୋମିଓପାଥି ନିର୍ଦ୍ଦେଶକ( ବର୍ତ୍ତମାନ ର ଆୟୁଷ ନିର୍ଦ୍ଦେଶକ) ଙ୍କ ଚିଠି ଅନୁଯାୟୀ ଆୟୁର୍ବେଦ ଚିକିତ୍ସାଳୟ ପାଇଁ ଏକ ଏକର ଜମି ଓ ହୋମିଓପାଥି ଚିକିତ୍ସାଳୟ ପାଇଁ ୫୦ ଡିସମିଲ୍ ଜମି ର ଅବଶ୍ୟକ ରହିଛି। ୩୬ ବର୍ଷ ପରେ ମଧ୍ୟ ଏହି ଜମି ର ସଂଶୋଧନ କରା ଯାଉନାହିଁ, ସେତେବେଳେ ଜନ ସଂଖ୍ୟା, ସୀମିତ ସରକାରୀ ଯୋଜନା ଓ ସରକାରୀ ଜମି ର ସହଜ ଉପଲବ୍ଧତା କୁ ଦୃଷ୍ଟି ରେ ରଖି ଏହି ଜମି ର ମାତ୍ରା ସ୍ଥିର କରା ଯାଇଥିଲା, ବର୍ତ୍ତମାନ ଭିତ୍ତଭୂମି ନିର୍ମାଣ ର ଆଧୁନିକ ପ୍ରକଳ୍ପ, ଅବଶ୍ୟକ ସ୍ଥଳେ ବହୁତଳ କୋଠା ର ନିର୍ମାଣ ଯୋଗୁ ତଥା ବିବିଧ ସରକାରୀ ଯୋଜନା ର କାର୍ଯ୍ୟକାରୀ ପାଇଁ ସରକାରୀ ଜମି ର ଅନୁପଲବ୍ଧତା ସୀମିତ ଜମି ରେ ଆୟୁଷ ଚିକିତ୍ସା କେନ୍ଦ୍ର ର ନିର୍ମାଣ ର ପୁନଃ ଆଧୁନିକ ପ୍ରକଳ୍ପ ଯୋଜନା କରିବାର ଆବଶ୍ୟକ ରହିଛି। ସୂଚନା ଯୋଗ୍ୟ ଯେ ବର୍ତ୍ତମାନ ସମୟରେ ଆୟୁଷ ଚିକିତ୍ସା କେନ୍ଦ୍ର ର କୋଠା ନିର୍ମାଣ କୁ ୨୩ ବର୍ଷ ତଳେ ଅନୁମୋଦନ କରା ଯାଇଥିଲା ।

ଏକ ପକ୍ଷ ରେ ଜମି ଅଧ‌ିଗ୍ରହଣ ସମସ୍ୟା ଯୋଗୁଁ ଅନେକ ଆୟୁଷ ଚିକିତ୍ସା କେନ୍ଦ୍ର ରେ ମୌଳିକ ସୁବିଧା ନ ଥ‌ିବା ବେଳେ କୋଠା ନିର୍ମାଣ ର ପୁରାତନ ଶୈଳୀ ଯୋଗୁ ବର୍ତ୍ତମାନ ର ଆବଶ୍ୟକତା କୁ ଏହା ପୂରଣ କରିବା ପାଇଁ ସକ୍ଷମ ହେଉନାହିଁ। ଏହା ସହ ସମସ୍ତ ହୋମିଓପ୍ୟାଥି ଚିକିତ୍ସା କେନ୍ଦ୍ର ରେ ସେହି ପୁରାତନ ଶୈଳୀ ରେ ହୋମିଓପାଥି ଔଷଧ ବଣ୍ଟନ କରା ଯାଉଅଛି। ହୋମିଓପାଥି ର ଜନକ ଡ଼ା ସାମୁଏଲ ହ୍ୟନିମ୍ୟାନ୍ ଙ୍କ ଶେଷ ପଦ୍ଧତି ରେ ଔଷଧ ବଣ୍ଟନ ସର୍ବାଧ‌ିକ ପ୍ରଭାବୀ ଥ‌ିବା ବେଳେ ରାଜ୍ୟରେ ଏହାକୁ କାର୍ଯ୍ୟ କାରି କରିବା ପାଇଁ ଆୟୁଷ ନିର୍ଦ୍ଦେଶାଳୟ ର କୌଣସି ଯୋଜନା ମଧ୍ୟ ନାହିଁ। ଫଳରେ ରୋଗୀ ମାନେ ଏହି ଔଷଧ ପାଇବା ରୁ ବଞ୍ଚିତ ହେଉଥ‌ିବା ବେଳେ ରାଜ୍ୟ ସରକାର ଙ୍କ ଅର୍ଥ ରାଶି ର ସୁବିନିଯୋଗ ମଧ୍ୟ ହେଇ ନାହିଁ । ଜମି ଅଧୂଗ୍ରହଣ ସମସ୍ୟା ପାଇଁ ନୂତନ ଭାବେ ନିର୍ମାଣ ପ୍ରକଳ୍ପ ର ଯୋଜନା କରିବା ଓ ସୀମିତ ସରକାରୀ ଜମି ରେ ସୁଦୃଢ଼ ଭିତ୍ତିଭୂମି ବିକାଶ କରିବା ଓ ସମସ୍ତ ହୋମିଓପ୍ୟାଥି ଚିକିତ୍ସା କେନ୍ଦ୍ର ରେ ଏହି ଔଷଧ ଯୋଗାଣ ପାଇଁ ଅଲ ଓଡିଶା କିଭିଡ-୧୯ ଆୟୁଷ ଡାକ୍ତର ସଙ୍ଘ ର ସଭାପତି ଡ଼ା ଦୁଷ୍ମନ୍ତ ୟାଦବ ରାଜ୍ୟ ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ନିକଟରେ ଦାବି କରିଛନ୍ତି।

ବିଦ୍ୟାଧର ସାହୁଙ୍କ ରିପୋର୍ଟ…..

Related posts

ସରକାରଙ୍କ ୨ ବର୍ଷ ପୂର୍ତ୍ତି ଉତ୍ସବକୁ ସରପଞ୍ଚ ସଂଘର ବିରୋଧ, ବିଭିନ୍ନ ସମସ୍ୟା ନେଇ ବିଡିଓଙ୍କୁ ଦାବିପତ୍ର

Sunil Chandra Nayak

ଗାଁ ର ଗରିବ,କୃଷକ, ଯୁବକ,ମହିଳା, ଆଦିବାସୀ ଙ୍କ ବିକାଶ ପାଇଁ ବ୍ୟାଙ୍କ ଋଣ ଦିଅ. ସାଂସଦ ନିରଞ୍ଜନ

masiha

ଉତ୍କଳ ଆଲୁମିନା ଆଦିବାସୀ ମହିଳାଙ୍କ ପାଇଁ ଆନ୍ତର୍ଜାତିକ ମହିଳା ଦିବସ ଆୟୋଜନ କଲା

masiha

Leave a Comment

error: Content is protected !!