ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଓଡ଼ିଶା ପ୍ରଶାସନିକ ଅଧିକାରୀ ଭାବେ ଉତ୍ତୀର୍ଣ୍ଣ ସୁଚିସ୍ମିତାଙ୍କୁ ସମ୍ବର୍ଦ୍ଧନା ପ୍ରଦାନ 

ଓଡ଼ିଶା ପ୍ରଶାସନିକ ଅଧିକାରୀ ଭାବେ ଉତ୍ତୀର୍ଣ୍ଣ ସୁଚିସ୍ମିତାଙ୍କୁ ସମ୍ବର୍ଦ୍ଧନା ପ୍ରଦାନ 

କଟକ : କଥାରେ ଅଛି କଠିନ ପରିଶ୍ରମର ବିକଳ୍ପ ନାହିଁ । କେନ୍ଦ୍ରାପଡ଼ା ଜିଲ୍ଲା ମାର୍ଶାଘାଇ ବ୍ଲକ ଅନ୍ତର୍ଗତ ତାଳସଂଗା ପଞ୍ଚାୟତର ସାସନିପଡା ଗ୍ରାମର ସୁଚିସ୍ମିତା ନାୟକ ଓଡ଼ିଶା ପ୍ରଶାସନିକ ଅଧିକାରୀ ଭାବେ ୩୨ ନମ୍ୱର ସ୍ତରରେ ଉତ୍ତୀର୍ଣ୍ଣ ହେବା ସହିତ ତାଲସଂଗା ପଞ୍ଚାୟତ ନୁହେଁ,ପୁରା କେନ୍ଦ୍ରାପଡ଼ା ଜିଲ୍ଲା ଶୁଭେଚ୍ଛା ବାର୍ତ୍ତା ପ୍ରଦାନ କରିଛନ୍ତି। ତାଳସଙ୍ଗା ପଞ୍ଚାୟତର ସରପଞ୍ଚ ପ୍ରତିନିଧି ସଞ୍ଜୟ କୁମାର ବେହେରା,ତାଳସଙ୍ଗା ପଞ୍ଚାୟତର ସୁଖ ଦୁଃଖର ସାଥୀ ଯୁବ ନେତା ଚିତ ରଂଜନ ମହାନ୍ତି,ଦୁର୍ଲଭ ଲେଙ୍କା ଏବଂ କେନ୍ଦ୍ରାପଡ଼ା ଜିଲ୍ଲାର ସୁଦକ୍ଷ ପ୍ରତିଭା,ସୁଖ ଦୁଃଖର ସାଥୀ,ଗରିବଙ୍କ ସାଥୀ,ରକ୍ତ ଦାତା ଭାବେ ସୁପରିଚିତ ତଥା ଜଣା ଶୁଣା ସମାଜ ସେବୀ କେନ୍ଦ୍ରାପଡ଼ା ଜିଲ୍ଲା ଲାୟନ୍ସ କ୍ଲବର ସଭାପତି ତଥା ମହାକାଳପଡ଼ା ୟୁଥ୍ ଗ୍ରୁପର ସଭାପତି ଦୀପକ୍ କୁମାର ଚୌଧୁରୀ,ଶାସନୀପଡ଼ା ସ୍ଥିତ ସୁଚିସ୍ମିତା ନାୟକଙ୍କ ବାସ ଭବନରେ ପହଞ୍ଚି ତାଙ୍କୁ ସମ୍ବର୍ଦ୍ଧନା ଦେବା ସହିତ ତାଙ୍କର ଉଜ୍ଜ୍ୱଳ ଭବିଷ୍ୟତ ପାଇଁ କାମନା କରିଥିଲେ । ତାଙ୍କ ପିତା ଜଣେ ଦିନ ମଜୁରିଆ ଭାବରେ କାର୍ଯ୍ୟ କରନ୍ତି। ସୁଚିସ୍ମିତାଙ୍କ କହିବା କଥା ମୋର ଏ ସଫଳତା ହାସଲ କରିବା ପଛରେ ପ୍ରଥମେ ମୋ ବାପା ମୋ ପ୍ରେରଣା । ସମାଜକୁ ବାର୍ତ୍ତା ଦେଇ ସୁଚିସ୍ମିତା କହିଛନ୍ତି ଅକ୍ଲାନ୍ତ ପରିଶ୍ରମ,ନିଷ୍ଠା ଏବଂ ବାପା ମାଙ୍କ ଆଶୀର୍ବାଦ ସହିତ ଭଗବାନଙ୍କ ଉପରେ ଭରସା ରଖି ନିଷ୍ଠାର ସହିତ ଯେଉଁ କାର୍ଯ୍ୟ ଜଣେ କରିବାକୁ ଚାହିଁବ ସେ ନିଶ୍ଚୟ ସଫଳ ଶିଖରରେ ପହଞ୍ଚି ପାରିବ।

ଶ୍ରୀକାନ୍ତ ବେଉରା ଙ୍କ ରିପୋର୍ଟ୍ 

Related posts

ତେନ୍ତୁଳିଖୁଣ୍ଟି ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ର: ସରକାରୀ ଗାଡି ରଖିବା ଷ୍ଟଲ ରେ ବେସରକାରୀ ଗାଡି ଭର୍ତ୍ତି , ସରକାରୀ ଗାଡି ବାହାରେ

Sunil Chandra Nayak

ଜିଲ୍ଲା ପରିଷଦ ଅଧ୍ୟକ୍ଷା ଓ ବ୍ଲକ ଅଧ୍ୟକ୍ଷାଙ୍କ ଉପସ୍ଥିତିରେ ଦୁଇଟି ପଞ୍ଚାୟତର ଅଙ୍ଗନୱାଡ଼ି କେନ୍ଦ୍ରକୁ ସାମଗ୍ରୀ ବଣ୍ଟନ

masiha

ବନ୍ଧୁଗାଁ ବ୍ଲକରେ ଆଜି ପଞ୍ଚାୟତ ସମିତି ବୈଠକ ଅନୁଷ୍ଠିତ ହୋଇଯାଇଛି 

masiha

Leave a Comment

error: Content is protected !!