ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନର୍ଲା ବ୍ଲକରେ ପୁଣି କାଳ ବୈଶାଖୀର ତାଣ୍ଡବ, କଟିଲା ବିଜୁଳି, ପବନର ବେଗ କମ ଅନୁଭୂତ ହୋଇଥିବା ବେଳେ ଅଧ ଘଣ୍ଟା ଧରି ହୋଇଥିଲା ପ୍ରବଳ ବର୍ଷା, ଗୁଳୁଗୁଳିରୁ ମିଳିଲା ଆଶ୍ବସ୍ତି 

ନର୍ଲା ବ୍ଲକରେ ପୁଣି କାଳ ବୈଶାଖୀର ତାଣ୍ଡବ, କଟିଲା ବିଜୁଳି, ପବନର ବେଗ କମ ଅନୁଭୂତ ହୋଇଥିବା ବେଳେ ଅଧ ଘଣ୍ଟା ଧରି ହୋଇଥିଲା ପ୍ରବଳ ବର୍ଷା, ଗୁଳୁଗୁଳିରୁ ମିଳିଲା ଆଶ୍ବସ୍ତି 

ବିଜୁଳି ଓ ଘଡଘଡିର ବିକଟାଳ ଶବ୍ଦରେ ଭୟଭୀତ ଲୋକେ, 20 ମିନିଟରେ 500ରୁ ଉର୍ଦ୍ଧ ବିଜୁଳି ଓ ଘଡଘଡିର ଶବ୍ଦ  

ରୁପ୍ରା, 30/5 (ମନୀଷ ) : ନର୍ଲା ବ୍ଲକ ଅନ୍ତର୍ଗତ ରୁପ୍ରା ସମେତ ମୁସ୍କୁଟି, କର୍ମେ ଗାଁ, ଗିଗିନା, ଭୀମକେଲା, ଭାନପୁର, ଘୋଡ଼ାବନ୍ଧ, ଟକର୍ଲା ଓ ପଲମ ଗ୍ରାମ ପଂଚାୟତର ପ୍ରାୟ ସମସ୍ତ ଗ୍ରାମରେ ଶନିବାର ପ୍ରାୟ 5ଟା ସମୟରେ ହଟାତ ପଶ୍ଚିମ ଦିଗରୁ କଳାହାଣ୍ଡିଆ ମେଘ ଘୋଟି ଆସିବା ସାଙ୍ଗକୁ ପ୍ରବଳ ବର୍ଷା ସହିତ ବିଜୁଳି ଓ ଘଡଘଡି ର ବିକଟାଲ ଶବ୍ଦରେ ଲୋକେ ଭୟଭୀତ ହୋଇଥିଲେ, ବିଜୁଳି ଓ ଘଡଘଡିର ପ୍ରଭାବ 30ମିନିଟ ଧରି ଅନବରତ ଭାବରେ ଜାରି ରହିଥିବା ବେଳେ 5ଟା ରୁ 5:20 ପର୍ଯ୍ୟନ୍ତ ବିକଟାଲ ଶବ୍ଦ ସହିତ 500ରୁ ଉର୍ଦ୍ଧ କାନଫଟା ଶବ୍ଦରେ ଲୋକେ ଭୟଭୀତ ହୋଇ ଯାଇଥିଲେ, ସତେ ଯେମିତି ଯୁଦ୍ଧଭୂମିର ଦୃଶ୍ୟ ଭଳି ମନେ ହେଉଥିବା କିଛି ବୃଦ୍ଧ ଲୋକ କହିଥିଲେ ଓ ଏମିତି ବିଜୁଳି ଓ ଘଡଘଡି ହେବାର ଆମେ ଜାଣିନାହୁଁ ବୋଲି କହିଥିଲେ l ତେବେ ବଜ୍ରପାତ ଜନିତ କୌଣସି କ୍ଷୟକ୍ଷତି ଖବର ହସ୍ତଗତ ହୋଇନାହିଁ l ମାତ୍ର ପ୍ରବଳ ବର୍ଷା ଯୋଗୁଁ ରାସ୍ତାରେ ପାଣି ଜମି ଗମନାଗମନରେ ଅସୁବିଧା ପରିଲକ୍ଷିତ ହେଉଛି, ରୁପ୍ରା ରେ ଡ୍ରେନେଜ ବ୍ୟବସ୍ଥା ଠିକ ନଥିବାରୁ କିଛି ଘରକୁ ବର୍ଷାପାଣି ପଶି ଥିବା ଜଣାପଡିଛି l ତେବେ ବର୍ଷା ଯୋଗୁଁ ତାତି ରୁ ଆଶ୍ବସ୍ତି ମିଳିଛି l

ତେବେ ଲଗାତାର ଭାବରେ ଏହିସବୁ ଅଞ୍ଚଳରେ କାଳ ବୈଶାଖୀର ତାଣ୍ଡବ ପରିଲକ୍ଷିତ ହେଉଥିବାରୁ ଲୋକଙ୍କ ମଧ୍ୟରେ ଭୟର ବାତାବରଣ ପରିଲକ୍ଷିତ ହେଉଛି l ସେହିପରି ରବି ଧାନ ମଣ୍ଡି ଖୋଲିବାରେ ବିଳମ୍ବ ହେଉଥିବାରୁ ଅମଳ ହୋଇଥିବା ଧାନ ବିଭିନ୍ନ ଖଳାରେ ଥିବାବେଳେ ବର୍ଷା ପ୍ରଭାବରେ କ୍ଷୟକ୍ଷତି ହେବାର ଆଶଙ୍କା ଦେଖାଦେଇଛି, ସେହିପରି ଭଟାଖମାର ମଣ୍ଡିରେ ଧାନ ପଡିଥିଲେହେଁ ମାତ୍ର ଗୋଟିଏ ଟ୍ରକ ଧାନ ଉଠିଥିବା ଜଣାପଡିଛି, ଆହୁରି ଅନେକ ଚାଷୀଙ୍କ ଧାନ ଖୋଲା ଆକାଶ ତଳେ ପଡି ରହିଥିବା ଦେଖିବାକୁ ମିଳିଛି l ତେବେ ପବନ ଓ ବିଜୁଳି ଘଡଘଡି ଯୋଗୁଁ ଏହିସବୁ ଅଞ୍ଚଳରେ ବିଦ୍ୟୁତ ସେବା ବନ୍ଦ ରହିଛି.।

ରିପେlର୍ଟ : ଅଜୟ ସେନାପତି

Related posts

ଓଡିଶା ସୂଚନା ଅଧିକାର ଅଭିଜlନ ପକ୍ଷରୁ ଜିଲ୍ଲା ସ୍ତରୀୟ ସମ୍ମିଳନୀ ଓ ଦିନିକିଆ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ

masiha

ପଣ୍ଡରା ମାଳି ସମାଜ ର ଜିଲ୍ଲାସ୍ତୀୟ ବୈଠକ

Sunil Chandra Nayak

‌ବିମାନସେବା ବନ୍ଦ ହୋଇଥିବାରୁ ସର୍ବଦଳୀୟ ପ୍ରତିବାଦ 

Sunil Chandra Nayak

Leave a Comment

error: Content is protected !!