ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ରଘୁନାଥପଲ୍ଲୀ କ୍ଷେତ୍ରରେ ମନ୍ କି ବାତ୍ କାର୍ଯ୍ୟକ୍ରମରେ ବିଧାୟକ ଦୁର୍ଗା ଚରଣ ତନ୍ତୀ 

ରଘୁନାଥପଲ୍ଲୀ କ୍ଷେତ୍ରରେ ମନ୍ କି ବାତ୍ କାର୍ଯ୍ୟକ୍ରମରେ ବିଧାୟକ ଦୁର୍ଗା ଚରଣ ତନ୍ତୀ 

ରାଉରକେଲା: ଜସ୍ଵଶି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଙ୍କ ,”ମନ୍ କି ବାତ୍ ” କାର୍ଯ୍ୟକ୍ରମକୁ ଏଲ୍ ଇ ଡି ମାଧ୍ୟମରେ ଶୁଣିବା ପାଇଁ ଆଜି ସେକ୍ଟର-୧୮ ସ୍ଥିତ ଉପହାର ହଲରେ ରଘୁନାଥପଲ୍ଲୀ ବିଧାୟକ ଦୁର୍ଗା ଚରଣ ତନ୍ତୀଙ୍କ ଆୟୋଜନରେ ଏହି କ୍ଷେତ୍ରର ନେତୃବୃନ୍ଦ ଓ କର୍ମୀ ଏକତ୍ରିତ ହୋଇଥିଲେ । ଏହି କାର୍ଯ୍ୟକ୍ରମ ଆକାଶବାଣୀ ଜରିଆରେ ପୂର୍ବାହ୍ନ ୧୧.୦୦ ସମୟରେ ପ୍ରଚାରିତ ହେବାମାତ୍ରେ ରଘୁନାଥପଲ୍ଲୀ ବିଧାୟକ ଦୁର୍ଗା ଚରଣ ତନ୍ତୀ ଯୋଗଦେଇଥିଲେ । ମନ କି ବାତରେ ପ୍ରଧାନମନ୍ତ୍ରୀ ମୋଦୀ ଭାରତର କ୍ରୀଡ଼ା କ୍ଷେତ୍ରର ସଫଳତା ଏବଂ ଦକ୍ଷତା ବିଷୟରେ ଆଲୋଚନା କରିଥିଲେ। ସେ ଦେଶୀୟ ପାନୀୟ, ଜ୍ଞାନ ଭାରତମ୍ ଅଭିଯାନ, ଖଗୋଳ ବିଜ୍ଞାନ, ଗଙ୍ଗା ଡଲଫିନ୍ ସଂରକ୍ଷଣ, ସ୍ୱଚ୍ଛତା ଏବଂ ଦାନର ଗୁରୁତ୍ୱ ପରି ଅନେକ ଗୁରୁତ୍ୱପୂର୍ଣ୍ଣ ବିଷୟ ଉପରେ ମଧ୍ୟ ମତ ପ୍ରକାଶ କରିଥିଲେ ସେ ଚୋଳ ରାଜବଂଶର ତାମ୍ରପଟ ଯାହା ନେଦରଲ୍ୟାଣ୍ଡରୁ ଭାରତକୁ ଫେରାଇ ଆଣାଯାଇଛି, ସେ ବିଷୟରେ ବିସ୍ତୃତ ଭାବେ ବର୍ଣ୍ଣନା କରି ଥିଲେ। ଏହା ସହିତ ସେ ଗ୍ରୀଷ୍ମ ଋତୁରେ ସତର୍କ ରହିବା, ଅଧିକ ପାଣି ପିଇବା ଏବଂ ତାପଜନିତ ସମସ୍ୟାରୁ ନିଜକୁ ସୁରକ୍ଷିତ ରଖିବା ପାଇଁ ଦେଶବାସୀଙ୍କୁ ଆହ୍ୱାନ କରିଥିଲେ । ବିଧାୟକ ବହୁ ଧ୍ୟାନର ସହିତ ଏହି କାର୍ଯ୍ୟକ୍ରମକୁ ଦେଖିବା ଓ ଶ୍ରବଣ କରିବା ସହିତ ପ୍ରଧାନ ମନ୍ତ୍ରୀଙ୍କୁ ବହୁତ ପ୍ରଂଶସା କରିଥିଲେ । ଏହି କାର୍ଯ୍ୟକ୍ରମରେ ରାଜ୍ୟ ସମ୍ପାଦକ ରାମ ଚନ୍ଦ୍ର ହାଁସଦା , ରାଜ୍ୟ ମହିଳା ମୋର୍ଚ୍ଚା ସାଧାରଣ ସମ୍ପାଦିକା ଲତିକା ପଟ୍ଟନାୟକ, ଜିଲ୍ଲା ସଭାନେତ୍ରୀ ପୂର୍ଣ୍ଣିମା କେରକେଟା, ଜିଲ୍ଲା ମୁଖପାତ୍ର ଗଙ୍ଗାଧର ଦାଶ, ପୂର୍ବତନ ବିଧାୟକ ପ୍ରଭାତ ମହାପାତ୍ର, ଜିଲ୍ଲା ଉପସଭାପତି ସତ୍ୟପ୍ରିୟ ସାହୁ, ଜିଲ୍ଲା ସମ୍ପାଦକ ସନ୍ତୋଷ ବିରାଟ, ଜିଲ୍ଲା ସମ୍ପାଦିକା ନମ୍ରତା ବାଗ, ବରିଷ୍ଠ ନେତା ମୁରଲୀ ଗୌଡ଼, ଏସ ଏନ ପାତ୍ର, ଦୋଳଗୋବିନ୍ଦ ଦାସ, ମଳୟ ମହାପାତ୍ର, ସରୋଜ ଦାସ, ଶଶାଙ୍କ ଶେଖର ଜେନା, ସନ୍ତୋଷ ବେହେରା, ଅଶୋକ ଲେଙ୍କା, ସୁବ୍ରତ ପଟନାୟକ, ଅଜୟ କଂସାରୀ, ଅକ୍ଷୟ ଦାଶ, ପ୍ରଫୁଲ୍ଲ ମିଶ୍ର, ମନୋଜ ପଟ୍ଟନାୟକ, ଦିଲ୍ଲୀପ କୁମାର ଦାଶ, ପରେଶ କୁମାର ମିଶ୍ର, ରୋହିତ ତନ୍ତୀ, ରବି ମିଶ୍ର, ମଣ୍ଡଳ ସଭାପତି ମନୋଜ ସ୍ୱାଇଁ ଓ ପ୍ରତିମା ରାଉତ, ଗାଡୁ ବାଗ, ଗୌତମ ବାଡ଼ା, ରବୀନ୍ଦ୍ର ବାରିକ୍, ନିରଞ୍ଜନ ପଟେଲ, ପ୍ରଭାସ ସାମଲ, ବଳରାମ ସମାସୀ, ପ୍ରେମ ଚାନ୍ଦ ପଶାୟତ, ପୁଷ୍ପା ସାହୁ,, ନମିତା ସେନାପତି, ହେମନ୍ତ ଜେନା, ପ୍ରଶାନ୍ତ ଦାସ, ସଂଗ୍ରାମ ପ୍ରଧାନ ଏବଂ ବିଶିଷ୍ଟ ବ୍ୟକ୍ତି ମାନଙ୍କ ମଧ୍ୟରେ ଶ୍ରୀ ଅକ୍ରୁର ମାର୍ଥା, ସର୍ବେଶ୍ୱର ଦାସ, ଅମୂଲ୍ୟ କୁମାର ମିଶ୍ର, ବିଶ୍ୱମ୍ବର ମିଶ୍ରଙ୍କ ସମେତ ଜିଲ୍ଲା, ମଣ୍ଡଳ, ବୁଥ କମିଟିର କାର୍ଯ୍ୟକର୍ତ୍ତା ଓ କର୍ମୀ ଆଦି ୩୦୦ରୁ ଉର୍ଦ୍ଧ୍ବ ଅଂଶ ଗ୍ରହଣ କରିଥିଲେ ।

କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ବାଲିଗୁଡା ନିର୍ବାଚନ ମଣ୍ଡଳୀ : ବାଜିଲା ନିର୍ବାଚନ ବିଗୁଲ ସଂଖ୍ୟାଲଘୁ ଭୋଟରଙ୍କ ଉପରେ ବିଜେଡି ଓ କଂଗ୍ରେସର ନଜର 

masiha

ନିର୍ବାଚନୀ ପ୍ରଚାରରେ ଶିଶୁ  ଆଦର୍ଶ ଆଚରଣ ବିଧି ଉଲଘଂନ ଅଭିଯୋଗ

masiha

କଣ୍ଟାବାଞ୍ଜି ରାଜନୀତିରେ ହଟଚମଟ , ଉଭୟ କଂଗ୍ରେସ ,ବିଜେପି ଓ ବିଜେଡି ମଧ୍ଯରେ ଛକାପଞ୍ଚା

masiha

Leave a Comment

error: Content is protected !!