ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଆଦର୍ଶ ଶିକ୍ଷୟିତ୍ରୀଙ୍କ ଅବସର କାଳୀନ ବିଦାୟ ସଭା

ଆଦର୍ଶ ଶିକ୍ଷୟିତ୍ରୀଙ୍କ ଅବସର କାଳୀନ ବିଦାୟ ସଭା

ରାଉରକେଲା: ସେକ୍ଟର ୧୬ ସ୍ଥିତ ସରକାରୀ ପ୍ରାଥମିକ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ କାବେରୀ ଭଂଜ ଅଧ୍ୟକ୍ଷତାରେ ଅବସର ଗ୍ରହଣ କରିଥିବା ବରିଷ୍ଠ ଶିକ୍ଷୟିତ୍ରୀ ପ୍ରମିଳା ପ୍ରଧାନ ଙ୍କ ଉଦ୍ଦେଶ୍ଯରେ ଏକ ବିଦାୟ କାଳୀନ ସଭା ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଆରପିଏଲ କ୍ଲଷ୍ଟର ସିଆରସିସି ଦୀପକ କୁମାର ସାମଲ ମୁଖ୍ଯ ଅତିଥି ଭାବେ ଯୋଗ ଦେଇ ତାଙ୍କ ବକ୍ତବ୍ଯରେ କହିଲେ ଶ୍ରୀମତୀ ପ୍ରଧାନ ଜଣେ ଛାତ୍ର ବସ୍ରଳ, ସମୟାନୁବର୍ତ୍ତିତା, କାଯ୍ୟଦକ୍ଷତା ସହ ଆଦର୍ଶ ଶିକ୍ଷୟିତ୍ରୀ ଭାବେ ରାଉରକେଲା ଶିକ୍ଷା ଜିଲ୍ଲାରେ ବେଶ ପରିଚିତ। ତାଙ୍କ ପ୍ରଶିକ୍ଷଣରେ ବହୁ ଛାତ୍ରଛାତ୍ରୀ ଅନେକ ପୁରସ୍କାର ପାଇଛନ୍ତି। ଏହି ଅବସରରେ ସମସ୍ତ ଶିକ୍ଷୟିତ୍ରୀ ତରଫରୁ ମୁଖ୍ଯଅତିଥି ଦ୍ବାରା ଶ୍ରୀମତୀ ପ୍ରଧାନଙ୍କୁ ଉପଢୌକନ ଦେଇ ସମ୍ବର୍ଦ୍ଧନା କରିଥିଲେ। ବିଦ୍ୟାଳୟର ବରିଷ୍ଠ ଶିକ୍ଷୟିତ୍ରୀ ରେଣୁବାଳା ରାଉତ, ନିବେଦିତା ମହାପାତ୍ର, ଅମିତା କୁମାରୀ ସାହୁ, କଳାବତୀ ବାଇକ ସମେତ ସମସ୍ତ ପାଚିକା ଗଣ ଉପସ୍ଥିତ ଥିଲେ। ତତ୍ ସଂଗେସଂଗେ ସଂଧ୍ଯା ସମୟରେ ଅବସରପ୍ରାପ୍ତ ଶିକ୍ଷକ ଭାସ୍କର ନନ୍ଦ, କବିତା ପତି ଓ ଲୀଳାବତୀ ଚୌଧୁରୀ ତାଙ୍କ ବାସ ଭବନକୁ ଯାଇ ଶ୍ରୀମତୀ ପ୍ରଧାନଙ୍କୁ ପୁଷ୍ପଗୁଛ ସହ ଉତ୍ତରୀୟ ଦେଇ ସମ୍ବର୍ଦ୍ଧନା କରି ତାଙ୍କର ଅବସର ଜୀବନ ସୁଖମୟ ହେଉ ବୋଲି କାମନା କରିଥିଲେ ।

କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ଦେବାଗାଁ ପଂଚାୟତ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ରେ ଅନିମିୟତା,ସରପଞ୍ଚ ଙ୍କ ନାମରେ ସାଙ୍ଘାତିକ ଅଭିଯୋଗ

masiha

ଜୟପୁର ଠାରେ ଅନୁଷ୍ଠିତ ସୁନ୍ଦରୀ ସୁପର ଗ୍ଲାମ ପ୍ରତିଯୋଗିତା ରେ ପୂଜାରୀଗୁଡ଼ା ର ଝିଅ ପ୍ରଥମ

masiha

ମଣଦା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ବିଭିନ୍ନ ସମସ୍ୟା ନେଇ ମଣଦା ଯୁବ ସଂଗ୍ରାମ କମିଟି ପକ୍ଷରୁ ବିକ୍ଷୋଭ

masiha

Leave a Comment

error: Content is protected !!