ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

କବିସୂର୍ଯ୍ୟନଗର ଥାନାରେ ହାଜତ ମୃତ୍ୟୁ ଘଟଣା ରାଜ୍ୟ ମାନବାଧିକାର କମିଶନଙ୍କୁ ଭେଟିଲା ବିଜେଡି ପ୍ରତିନିଧିମଣ୍ଡଳୀ

କବିସୂର୍ଯ୍ୟନଗର ଥାନାରେ ହାଜତ ମୃତ୍ୟୁ ଘଟଣା

ରାଜ୍ୟ ମାନବାଧିକାର କମିଶନଙ୍କୁ ଭେଟିଲା ବିଜେଡି ପ୍ରତିନିଧିମଣ୍ଡଳୀ
ପୋଲିସ ବିରୋଧରେ କାହିଁକି ମାମଲା ରୁଜୁ ହେଉ ନାହିଁ?
ସୁଶାନ୍ତଙ୍କ ପତ୍ନୀ ଦେଇଥିବା ଏଫ୍ଆଇଆର କୁଆଡେ ଗଲା ?
ସୁଶାନ୍ତର ପରିବାରକୁ ସରକାରୀ ସହାୟତା ପାଇଁ ଦାବି

ଭୁବନେଶ୍ୱର, ୦୩/୦୬/୨୦୨୬: କବିସୂର୍ଯ୍ୟନଗର ଥାନା ହାଜତରେ ଭିନ୍ନକ୍ଷମ ଯୁବକ ସୁଶାନ୍ତ ସାହୁଙ୍କୁ ଅକଥନୀୟ ନିର୍ଯାତନା ଦେବା ଯୋଗୁଁ ମୃତୁ୍ୟବରଣ ହୋଇଥିବା ଘଟଣାରେ ଆଜି ବିଜୁ ଜନତା ଦଳର ଏକ ପ୍ରତିନିଧି ମଣ୍ଡଳୀ ରାଜ୍ୟ ମାନବାଧିକାର କମିଶନଙ୍କୁ ଭେଟିଛନ୍ତି । 

ବିନା ଅଭିଯୋଗରେ ସୁଶାନ୍ତଙ୍କୁ ଥାନାକୁ ଆଣି ଏକ ସପ୍ତାହ ପର୍ଯ୍ୟନ୍ତ ଶାରୀରିକ ନିର୍ଯାତନା ଦେବା ଫଳରେ ସେ ଗୁରୁତର ହୋଇଯାଇଥିଲେ । ଚିକିତ୍ସା ପାଇଁ ମେଡିକାଲ ନେବା ପରିବର୍ତ୍ତେ, ସୁଶାନ୍ତଙ୍କୁ ତାଙ୍କ ପରିବାର ନିକଟରେ ଛାଡିଦେଇଥିଲା ପୋଲିସ । ସୁଶାନ୍ତଙ୍କୁ ପରିବାର ଦ୍ୱାରା ଏମ୍କେସିଜି ମେଡିକାଲ ନିଆଯାଉଥିବା ସମୟରେ ରାସ୍ତାରେ ତାଙ୍କର ମୃତୁ୍ୟ ହୋଇଥିଲା । ସୁଶାନ୍ତଙ୍କ ପତ୍ନୀ ଦେଇଥିବା ଏଫ୍ଆଇଆର ପୋଲିସ ରୁଜୁ କରୁନାହିଁ କାହିଁକି ବୋଲି ବିଜେଡି ଅଭିଯୋଗ କରିଛି । ଯେଉଁ ପୋଲିସ ଅଧିକାରୀଙ୍କ ନିର୍ଯାତନା ଫଳରେ ସୁଶାନ୍ତଙ୍କ ମୃତୁ୍ୟ ଘଟିଛି । ସେମାନଙ୍କ ବିରୋଧରେ କାହିଁକି ବର୍ତ୍ତମାନ ସୁଦ୍ଧା ମାମଲା ରୁଜୁ ହୋଉନାହିଁ ବୋଲି ବିଜେଡି ଅଭିଯୋଗ କରିଛି । 

ସୁଶାନ୍ତ ତାଙ୍କ ପରିବାରର ଏକମାତ୍ର ରୋଜଗାରକ୍ଷମ ସଦସ୍ୟ ଥିଲେ । ତାଙ୍କର ବିଧବା ପତ୍ନୀ, ଦୁଇଟି ଛୋଟ ଛୁଆ ଓ ପରିବାର ବେସାହାରା ହୋଇପଡିଛନ୍ତି । ସେମାନଙ୍କୁ ଦୀର୍ଘମିଆଦୀ ସରକାରୀ ସହାୟତା ଦେବା ସହ ପରିବାରକୁ ସୁରକ୍ଷା ଦେବା ପାଇଁ ବିଜେଡି ମାନଧିକାର କମିଶନଙ୍କ ନିକଟରେ ଦାବି କରିଛି । 

ବିଜେଡିର ଏହି ପ୍ରତିନିଧିମଣ୍ଡଳୀରେ ପୂର୍ବତନ ବିଧାୟକ ଡ. ରମେଶଚନ୍ଦ୍ର ଚ୍ୟାଉପଟ୍ଟନାୟକ, ବରିଷ୍ଠ ସାଧାରଣ ସମ୍ପାଦକ ଭୃଗୁ ବକ୍ସିପାତ୍ର, ସାଧାରଣ ସମ୍ପାଦକ ବିଜୟ ନାୟକ, ଗଂଜାମ ଜିଲ୍ଲା ବିଜେଡିର କାର୍ଯ୍ୟକାରୀ ସଭାପତି ପୂର୍ଣ୍ଣଚନ୍ଦ୍ର ସ୍ୱାଇଁ, ପୂର୍ବତନ ବିଧାୟକ ଲତିକା ପ୍ରଧାନ, ସୂର୍ଯ୍ୟମଣି ବୈଦ୍ୟ, ବିପ୍ଲବ ପାତ୍ର, ସୁବାସ ମହାରଣା, ରଂଜିତା ସାହୁ, ନଚିକେତା ସ୍ୱାଇଁ, ସୁଲକ୍ଷଣା ଗୀତାଞ୍ଜଳୀ ଦେବୀ, ଦଳର ଗଣମାଧ୍ୟମ ସଂଯୋଜକ ତଥା ମୁଖପାତ୍ର ଡ. ଲେନିନ ମହାନ୍ତି ଓ ତୁମ୍ବନାଥ ପଣ୍ଡା ପ୍ରମୁଖ ରହିଥିଲେ ।

ଲିପିକା ରାଣୀ ରାଉତ ଙ୍କ ରିପୋର୍ଟ୍ 

Related posts

ମୁସଲମାନ ଅତିବାଦୀଙ୍କ ଦ୍ବାରା ସମ୍ବଲପୁରରେ ହନୁମାନ ଜୟନ୍ତୀ ଶୋଭାଯାତ୍ରା ଓ ସାଂପ୍ରଦାୟିକ ଉତେଜନାକାରୀଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ନେଇ ରାଇରଙ୍ଗପୁରରେ ବିଜେପି ତରଫରୁ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପ୍ରତିବାଦ ସଭା

Sunil Chandra Nayak

କଳାହାଣ୍ଡି ବିକାଶ ପରିଷଦ ପକ୍ଷରୁ ‘ଜନଜାଗରଣ ଅଭିଯାନ’

ବିଜେଡି ପକ୍ଷରୁ ଦୁର୍ଗମ ତ୍ରିଲୋଚନପୁରରେ ପଥପ୍ରାନ୍ତ ସଭା

masiha

Leave a Comment

error: Content is protected !!