ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ଧର୍ମଗଡ଼ ବିଜୁ ଜନତା ଦଳ ପକ୍ଷରୁ ନାରୀ ଅଧିକାର ଅଭିଯାନ ଓ ପ୍ରତିବାଦ ସଭା

ଧର୍ମଗଡ଼ ବିଜୁ ଜନତା ଦଳ ପକ୍ଷରୁ ନାରୀ ଅଧିକାର ଅଭିଯାନ ଓ ପ୍ରତିବାଦ ସଭା

ମହାମହିମ ରାଜ୍ୟପାଳ ଙ୍କ ଉଦ୍ଦେଶ୍ୟରେ ଉପ ଜିଲ୍ଲାପାଳ ଙ୍କୁ ଦାବୀପତ୍ର….

ଧର୍ମଗଡ଼ ବିଜୁ ଜନତା ଦଳ ପକ୍ଷରୁ ନିର୍ବାଚନ ମଣ୍ଡଳୀ ସ୍ତରୀୟ ନାରୀ ଅଧିକାର ଅଭିଯାନ ଓ ଧର୍ମଗଡ଼ ବ୍ଲକ କାର୍ଯ୍ୟଳୟ ସମ୍ମୁଖରେ ଏକ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଯାଇଛି। ଏନେଇ ଧର୍ମଗଡ଼ ଡାକ ବଙ୍ଗଳା ଠାରୁ ଏକ ବିଶାଳ ଶୋଭାଯାତ୍ରାରେ ଶତାଧିକ ମହିଳା ଓ ପୁରୁଷ ବିଜେଡ଼ି କର୍ମୀ ସାମିଲ ହୋଇ ରାଜ୍ୟରେ ଶାସନାଧିନ ବିଜେପି ସରକାର ବିରୁଦ୍ଧରେ ବିଭିନ୍ନ ନାରା ଦେଇ ବ୍ଲକ କର୍ଯ୍ୟାଳୟ ସମ୍ମୁଖରେ ଏକତ୍ରିତ ହୋଇଥିଲେ। ଏହି ଅବସରରେ ବିଜେଡ଼ି ଜିଲ୍ଲା ସଭାନେତ୍ରୀ ସବିତା ପ୍ରଧାନ ଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏକ ପ୍ରତିବାଦ ସଭାରେ ନର୍ଲା ବିଧାୟିକା ଶ୍ରୀମତୀ ମନୋରମା ମହାନ୍ତି, ପୂର୍ବତନ ମନ୍ତ୍ରୀ ପୁଷ୍ପେନ୍ଦ୍ର ସିଂ ଦେଓ, ପୂର୍ବତନ ବିଧାୟକ ମୌଷଧି ବାଗ, ଗୋବର୍ଦ୍ଧନ ଦାସ, ଦୁଷ୍ମନ୍ତ ନାଏକ, ଜିଲ୍ଲା ଉପ ସଭାପତି ବଦ୍ରୀ ପଟ୍ଟନାୟକ ପ୍ରମୁଖ ଯୋଗ ଦେଇ ଗତ କିଛି ଦିନ ଧରି ସାରା ଦେଶରେ ବିଜେପି ପକ୍ଷରୁ ମହିଳା ସଂରକ୍ଷଣକୁ ନେଇ ବହୁତ ନାରାବାଜିି ଚାଲିଛି। ପାର୍ଲିଆମେଣ୍ଟରୁ ଆରମ୍ଭ କରି ବିଧାନସଭା ପର୍ଯ୍ୟନ୍ତ ସବୁଆଡେ ବଡ଼ ବଡ଼ ଭାଷଣବାଜି କରାଗଲା କିନ୍ତୁ ମହିଳା ମାନଙ୍କ ଅଧିକାର ଓ ସୁରକ୍ଷା ଆଜି ମଧ୍ୟ ବଡ ପ୍ରଶ୍ନବାଚୀ ହୋଇ ରହିଛି। ରାଜ୍ୟରେ ନାରୀ ନିର୍ଯାତନା ବଢ଼ି ବଢ଼ି ଚାଲିଛି। ଆଇନ ଶୃଙ୍ଖଳା ରକ୍ଷା ଦିଗରେ ସରକାରଙ୍କ ବିଫଳତା ପାଇଁ ଓଡ଼ିଆଙ୍କ ମୁଣ୍ଡ ଆଜି ତଳକୁ ହୋଇ ଯାଉଛି। ନବୀନ ପଟ୍ଟନାୟକ ଙ୍କ ନିର୍ବାଚନ ମଣ୍ଡଳୀ ହିଞ୍ଜିଳିରେ କିଛି ଦିନ ତଳେ ଯେପରି ଜଣେ ଗର୍ଭବତୀ ମହିଳାକୁ ତାଙ୍କ ଶିଶୁ ସମ୍ମୁଖରେ ବିଭତ୍ସ ଭାବରେ ହତ୍ୟା କରାଗଲା ଓ ବ୍ୟାଙ୍କ ରୁ ଟଙ୍କା ଉଠାଇବାକୁ ଭଉଣୀର କଙ୍କାଳ ବୋହିବା ଘଟଣା ତାହା ଅତ୍ୟନ୍ତ ବେଦନା ଦାୟକ। ମା ଆଜି କାହିଁକି ତାର ସୃଷ୍ଟିରେ ସୁରକ୍ଷିତ ନୁହେଁ ? ଆଜି କାହିଁକି ନାରୀକୁ ରାଜନୀତିରେ ମୋହରା ବନାଯାଉଛି ? ନାରୀର ଅଧିକାର ସମ୍ପର୍କରେ ତାକୁ କାହିଁକି ଆଜି ପ୍ରତାରିତ କରାଯାଉଛି ବୋଲି ନେତ୍ରୁ ବୃନ୍ଦ ପ୍ରଶ୍ନ କରିଥିଲେ।

ନାରୀମାନଙ୍କର ଅଧିକାର ପାଇଁ ନାରୀମାନଙ୍କୁ ସଶକ୍ତ କରିବା କ୍ଷେତ୍ରରେ ବିଜୁବାବୁ ହିଁ ଥିଲେ ଯୁଗ ପ୍ରବର୍ତ୍ତକ। ପଞ୍ଚାୟତିରାଜ ସଂସ୍ଥାଠାରୁ ଆରମ୍ଭ କରି ସରକାରୀ ଚାକିରୀ କ୍ଷେତ୍ରରେ ୩୩ ପ୍ରତିଶତ ସ୍ଥାନ ମହିଳା ମାନଙ୍କ ପାଇଁ ସଂରକ୍ଷଣ ଭଳି ସାହସିକ ନିଷ୍ପତ୍ତି ନେଇ ବିଜୁବାବୁ ଇତିହାସ ସୃଷ୍ଟି କରିଯାଇଛନ୍ତି। ବିଜୁବାବୁଙ୍କ ଆଦର୍ଶରେ ଆମ ସରକାର ଥିବା ସମୟରେ ଆମେ ପଞ୍ଚାୟତ ଓ ପୌର ସଂସ୍ଥାରେ ସଂରକ୍ଷଣକୁ ୫୦ ପ୍ରତିଶତ ବୃଦ୍ଧି କରିଥିଲୁ। ୨୦୧୯ ଓ ୨୦୨୪ ନିର୍ବାଚନରେ ଲୋକସଭା ପାଇଁ ଆମ ଦଳର ମହିଳା ମାନଙ୍କୁ ଆମେ ୩୩ ପ୍ରତିଶତ ଟିକେଟ ମଧ୍ୟ ଦିଆ ଯାଇଥିଲା, ମହିଳାମାନଙ୍କ ପାଇଁ କିଛି କରି ନ ଥିବା ବିଜେପି ସରକାର ମିଛଟାରେ ଡେଙ୍ଗୁରା ପିଟୁଛନ୍ତି। ମହିଳା ସଂରକ୍ଷଣ ବିଲ୍‌ ୨୦୨୩କୁ ବିଜୁ ଜନତା ଦଳ ଦୃଢ଼ ଭାବରେ ସମର୍ଥନ କରିଥିଲା। ଆମର ଦାବିକୁ ତୁରନ୍ତ କାର୍ଯ୍ୟକାରୀ କରାଯାଉ। ବର୍ତ୍ତମାନର ଲୋକ ସଭାରେ ସ୍ଥାନ ସଂଖ୍ୟା ଭିତ୍ତିରେ ଏହି ସଂରକ୍ଷଣ ଦିଆଯାଉ। ସୀମା ନିର୍ଦ୍ଧାରଣ ବିଲ୍‌ ସହ ଯୋଡି ବିଭ୍ରାନ୍ତି ସୃଷ୍ଟି କରା ନ ଯାଉ ବୋଲି ବିଜେଡ଼ି ନେତା ମାନେ ବିଜେପି ସରକାର ଉପରେ ବର୍ଷିଥିଲେ।

ଏହି ନାରୀ ଅଧିକାର ଅଭିଯାନ ଓ ପ୍ରତିବାଦ ସଭା ରେ ବିଜେଡିର ଜିଲ୍ଲା ଉପ ସଭାପତି ଟିକେ ଲାଲ ସାହୁ, ଥବିର ପ୍ରସାଦ ସାହୁ, ରାଜ୍ୟ ଜୋନାଲ ସଭାନେତ୍ରୀ ଲଳିତା ନାଏକ,ରାଜ୍ୟ ମହିଳା ସମ୍ପାଦିକା ହୀରା ବାଗ,ଧର୍ମଗଡ଼ ବ୍ଲକ ସଭାନେତ୍ରୀ ମମତା ଗୋପାଳ, କଲମପୁର ସଭାନେତ୍ରୀ ମଧୁଛନ୍ଦା ଭଞ୍ଜ, ଜିଲ୍ଲା ସମ୍ପାଦକ ପ୍ରଶାନ୍ତ ତିୱାରୀ, ଜିଲ୍ଲା ପରିଷଦ ସଭ୍ୟ ଗୋପୀନାଥ ବାଗ, ପ୍ରଣବ ଭଇଁସାଲ, ଶଙ୍କର ଯୁଏଡ, ସଭ୍ୟା ଦୁହିତା ମାଝୀ,ଧର୍ମଗଡ଼ ବ୍ଲକ ସଭାପତି ଡାକେ ଲହଜଲ, କଲମ ପୁର ବ୍ଲକ ସଭାପତି ଅଭିମନ୍ୟୁ ବାଗ ,ଏନଏସି ସଭାନେତ୍ରୀ ସନ୍ତୋଷୀ ନାଏକ, ରାଜେନ୍ଦ୍ର ଭୋଇ ସମେତ ଶତାଧିକ ମହିଳା ଉପସ୍ଥିତ ଥିଲେ। ରାଜ୍ୟ ମଙ୍ଗଳ ବୋର୍ଡ଼ ର ପୂର୍ବତନ ଅଧ୍ଯକ୍ଷା କଲ୍ୟାଣୀ ନାଏକ କାର୍ଯ୍ଯକ୍ରମ ପରିଚାଳନା କରିଥିଲେ।

ପ୍ରତିବାଦ ସଭା ପରେ ଧର୍ମଗଡ଼ ନିର୍ଵାଚନ ମଣ୍ଡଳୀ ସ୍ତରୀୟ ବିଜୁ ଜନତା ଦଳ ପକ୍ଷରୁ ମହାମହିମ ରାଜ୍ୟପାଳ ଙ୍କ ଉଦ୍ଦେଶ୍ୟରେ ଧର୍ମଗଡ଼ ଉପ ଜିଲ୍ଲାପାଳ ଙ୍କୁ ଏକ ଦାବୀପତ୍ର ପ୍ରଦାନ କରଯାଇଥିଲା।

ବିଦ୍ୟାଧର ସାହୁଙ୍କ ରିପୋର୍ଟ…..

Related posts

ସାମ୍ପ୍ରତିକ ରାଜନୀତି ରେ “ଚାଟୁକାରିତା “ଏକ ବଡ଼ ଚାରିତ୍ରିକ ଆଵଶ୍ୟକତା ନା ବାଧ୍ୟ ବାଧକତା ? ନବୀନ ନନ୍ଦ, ପୁର୍ବତନ ବିଧାୟକ ଙ୍କ ସ୍ମୃତି ଓ ଅନୁଭୂତି

Sunil Chandra Nayak

ବିଜେପିର ବୈମାତୃକ ଶାସନ ବିରୁଦ୍ଧରେ, ବ୍ଲକ ବିଜେଡି ପକ୍ଷରୁ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ସ୍ମାରକ ପତ୍ର ପ୍ରଦାନ 

Sunil Chandra Nayak

ଜିଲ୍ଲା କଂଗ୍ରେସ କମିଟିର କର୍ମକର୍ତ୍ତା ଚୟନ ତ୍ରିଲୋଚନ ପାଣିଗ୍ରାହୀ ହେଲେ ଜିଲ୍ଲା ସାଧାରଣ ସମ୍ପାଦକ

masiha

Leave a Comment

error: Content is protected !!