ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ମିଶ୍ରଣ ପର୍ବରେ ସାଂସଦକୁ ବିରୋଧ ପାଇଁ ଶପଥ ନେଲେ ବିଜେପି କର୍ମୀ

ମିଶ୍ରଣ ପର୍ବରେ ସାଂସଦକୁ ବିରୋଧ ପାଇଁ ଶପଥ ନେଲେ ବିଜେପି କର୍ମୀ

ଆସିକା,୩/୬/୨୬ ( ଶିବ ଶଙ୍କର ମିଶ୍ର )-ଆସିକା ବିଧାନସଭା ନିର୍ବାଚନ ମଣ୍ଡଳ ରେ ଅପାତତଃ ଆସନ୍ତା ୦୫ ତାରିଖ ଦିନ ଖଣ୍ଡଦେଉଳି ପଂଚାୟତ ରେ ବିଜେପି ର ଏକ ମିଶ୍ରଣ ପର୍ବ ଅନୁଷ୍ଠିତ ହେବାକୁ ଯାଉଛି । ଏହି ଦିନ ଆସ୍କା ସାଂସଦ ‘ମିଶ୍ରଣ ପର୍ବ’ ନାମରେ ଅପରାଧୀ ଓ ଅସାମାଜିକ ବ୍ୟକ୍ତିମାନଙ୍କୁ ନେଇ କାର୍ଯ୍ୟକ୍ରମ କରିବାକୁ ଯୋଜନା କରୁଛନ୍ତି ବୋଲି ବିଧାୟକ ଗୋଷ୍ଠି ଆଶା କରିଛନ୍ତି । ଏହାକୁ ଆସିକା ବିଧାୟକ ଗୋଷ୍ଠି ଖଣ୍ଡଦେଉଳି ଫଟାୟତ ଏବଂ ଖମ୍ବେଶ୍ୱରୀ ମନ୍ଦିର ପଛ ପଟେ ଏକ ବୈଠକ କରି ଆସ୍କା ବିଧାନସଭା ଅଞ୍ଚଳରେ କୌଣସି ଅପରାଧୀ ଓ ଅସାମାଜିକ ତତ୍ତ୍ୱଙ୍କୁ ପ୍ରବେଶ କରିବାକୁ ଦିଆଯିବ ନାହିଁ ବୋଲି ଆଲୋଚନା କରିଥିଲେ । ଏହାକୁ ବିରୋଧ କରିବା ସହ ରୋକିବା ପାଇଁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି। ସାଂସଦଙ୍କ ଏହି ଅପରାଧୀଙ୍କ ମିଶ୍ରଣକୁ ବନ୍ଦ କରିବା ପାଇଁ ସମସ୍ତ କାର୍ଯ୍ୟକର୍ଗା ଏକତ୍ରିତ ହୋଇ ଶପଥ ଗ୍ରହଣ କରିଛନ୍ତି। ଆସ୍କାର ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ଆମେ ସମସ୍ତେ ସଂକଳ୍ପବଦ୍ଧ । ଏହି ଦିନ ସଂସଦଙ୍କ ମିଶ୍ରଣ ପର୍ବ ଅନୁଷ୍ଠିତ ହେଲେ ବିରୋଧ କରିବେ ବୋଲି ହଜାର ହଜାର ସମର୍ଥକ ଶପଥ କରିଥିଲେ । ଏହା ବିଷୟରେ ବିଜେପି ସଭାପତି ଏବଂ ସାଂସଦ ଙ୍କୁ ପଚାରିବାକୁ ଚେଷ୍ଟା କରିଥିଲେ ମଧ୍ୟ ସମ୍ଭବପର ହୋଇପାରି ନାହିଁ ।

Related posts

ରାଇବଣିଆ ମଣ୍ଡଳ ବିଜେପି ପକ୍ଷରୁ ନୂତନ କାର୍ଯ୍ୟକର୍ତ୍ତା ମାନଙ୍କୁ ସମ୍ବର୍ଦ୍ଧନା : ୪୦ରୁ ଅଧିକ ପରିବାର ବିଜେପିରେ ସାମିଲ

ଜିଲ୍ଲା କଂଗ୍ରେସ ପକ୍ଷରୁ ମଶାଲ ଶୋଭାଯାତ୍ରା

masiha

ପ୍ରଚାରରେ କମ୍ପୁଛି ଗାଁରୁ ସହର: ଦଳ ନୁହେଁ ପ୍ରାର୍ଥୀଙ୍କୁ ଦେଖି ଅଞ୍ଚଳର ବିକାଶ ପାଇଁ ମତଦାନ କରିବାକୁ ପ୍ରୟାସ

masiha

Leave a Comment

error: Content is protected !!