ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଲାଗି ଏବେ ଠାରୁ ପ୍ରସ୍ତୁତି ଆରମ୍ଭ

ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଲାଗି ଏବେ ଠାରୁ ପ୍ରସ୍ତୁତି ଆରମ୍ଭ

ଢେଙ୍କାନାଳ – ରାଜ୍ୟରେ ଆଗାମୀ ୨୦୨୭ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଲାଗି ଢେ଼ଙ୍କାନାଳ ଜିଲ୍ଲାର ହାଇପ୍ରୋଫାଇଲ ୪ଟି ନିର୍ବାଚନ ମଣ୍ଡଳୀରେ ରାଜନୈତିକ ଉଷ୍ମତା ଚରମ ସୀମାରେ ପହଞ୍ଚିଛି। ଗ୍ରାମାଞ୍ଚଳ ଭୋଟ ହାତେଇବା ଲାଗି ଅଞ୍ଚଳର ୩ ପ୍ରମୁଖ ରାଜନୈତିକ ଦଳ ନିଜ ନିଜର ରଣନୀତି ପ୍ରସ୍ତୁତ କରି ଜୋରସୋରରେ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି। ସେହିପରି ଭାପୁର ଛଦେଶ ଅଞ୍ଚଳରେ ନିର୍ବାଚନମଣ୍ଡଳୀ ଅଧୀନରେ ଥିବା ବିଭିନ୍ନ ପଞ୍ଚାୟତରେ ନେତା ଓ କର୍ମୀମାନଙ୍କର ଗହଳି ଜମିବା ସହ ବୈଠକ ଚାଲିଛି। ବିଜେଡି,ବିଜେପି ଏବଂ କଂଗ୍ରେସ ପକ୍ଷରୁ ଗାଁ ଗାଁରେ ସଙ୍ଗଠନକୁ ସୁଦୃଢ଼ କରିବା ଲାଗି ପ୍ରୟାସ ଆରମ୍ଭ ହୋଇଯାଇଛି। ସ୍ଥାନୀୟ ପ୍ରତିନିଧି ଏବଂ ଦଳୀୟ ଆଶାୟୀ ପ୍ରାର୍ଥୀମାନେ ଏବେଠାରୁ ଜନସମ୍ପର୍କ ଯାତ୍ରା ଓ ଗାଁ,ସାହି,ଛକ,ବଜାରରେ ବୁଲି ଭୋଟରଙ୍କ ମନ ଜିଣିବାକୁ ଚେଷ୍ଟା କରୁଛନ୍ତି। ବିଶେଷ କରି ସରପଞ୍ଚ,ସମିତିସଭ୍ୟ ଓ ଜିଲ୍ଲାପରିଷଦ ଆସନ ଲାଗି ଆଶାୟୀ ପ୍ରାର୍ଥୀଙ୍କ ସଂଖ୍ୟା ବଢୁଥିବାରୁ,ଦଳୀୟ ନେତୃତ୍ବଙ୍କ ମଧ୍ୟରେ ଯୋଗ୍ୟ ପ୍ରାର୍ଥୀ ଚୟନ କରିବା ଏକ ବଡ଼ ଆହ୍ବାନ ପାଲଟିଛି। ଗ୍ରାମୀଣ ବିକାଶ,ସ୍ଥାନୀୟ ସମସ୍ୟା ଓ ବିଭିନ୍ନ ସରକାରୀ ଯୋଜନାକୁ ମୁଦ୍ଦା କରି ତିନି ପ୍ରମୁଖ ଦଳ ପରସ୍ପରକୁ ଟକ୍କର ଦେବା ଲାଗି ୨୦୨୭ ପଞ୍ଚାୟତ ସ୍ତରୀୟ ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ କରିବାରେ ବ୍ୟସ୍ତ ଅଛନ୍ତି। ସେହିପରି ଆପର ସଦସ୍ୟତା ଅଭିଯାନ ଆରମ୍ଭ,ଜୁନ୍‌୧ ରୁ ଜୁନ୍ ୧୦ ପର୍ଯ୍ୟନ୍ତ ଜିଲ୍ଲାବ୍ଯାପୀ ଚାଲିର୍ବ ଢେଙ୍କାନାଳ ଜିଲ୍ଲାରେ ଆମ୍ ଆଦମୀ ପାର୍ଟିର ସଦସ୍ୟତା ଅଭିଯାନ ଆଜିଠୁ ଆରମ୍ଭ ହୋଇଯାଇଛି। ଏହି ଅଭିଯାନ ଜୁନ ୧ ରୁ ୧୦ ପର୍ଯ୍ୟନ୍ତ ଚାଲିବ। ଆପରେ “ଯୋଡ଼ି ହୁଅନ୍ତୁ,ପରିବର୍ତ୍ତନ କରନ୍ତୁ ଏବଂ ନିର୍ମାଣ କରନ୍ତୁ ନୂଆ ଓଡ଼ିଶା”ର ନାରା ଦେଇ ଆପର କର୍ମୀମାନେ ଜିଲ୍ଲାର ଚାରୋଟି ନିର୍ବାଚନ ମଣ୍ଡଳୀର ପ୍ରତ୍ୟେକ ସହରର ୱାର୍ଡକୁ ୱାର୍ଡ ଓ ପଞ୍ଚାୟତର ଗାଁକୁଗାଁ ବୁଲି ଲୋକଙ୍କ ସହିତ ସମ୍ପର୍କ ସ୍ଥାପନ କରିବେ ଏବଂ ସ୍ବାଧୀନତାର ଏହି ଦ୍ବିତୀୟ ଲଢ଼େଇରେ ସାମିଲ ହେବାପାଇଁ ଆହ୍ବାନ କରିବେ। ଆମେ କାହିଁକି ଲଢ଼ୁଛେ ? ଦୁର୍ନୀତି ମୁକ୍ତ ଓ ଭ୍ରଷ୍ଟାଚାର ମୁକ୍ତ ଶାସନ ପାଇଁ, ସର୍ବୋପରି ଶିକ୍ଷା,ବିଶ୍ବ ସ୍ତରୀୟ ସ୍ବାସ୍ଥ୍ୟସେବା ପାଇଁ,ଶିକ୍ଷିତ ଯୁବପିଢ଼ିଙ୍କୁ ରୋଜଗାର ଯୋଗାଇ ଦେବାପାଇଁ,ମହିଳା ମାନଙ୍କୁ ସଶକ୍ତି କରିବା ଏବଂ କୃଷକ ମାନଙ୍କ କଲ୍ୟାଣ ଭଳି ପ୍ରସଙ୍ଗକୁ ନେଇ ସାଧାରଣ ଲୋକଙ୍କୁ ସଚେତନ କରାଇ ଦଳରେ ଯୋଡିବା। ଦଳରେ ଯୋଗ ଦେବାକୁ ଇଚ୍ଛୁକ ବ୍ୟକ୍ତି ମାନଙ୍କ ପାଇଁ ନିଜ ନାମ,ମୋବାଇଲ୍ ନମ୍ବର ଓ ଜିଲ୍ଲା ନାମ ପଞ୍ଜିକରଣ କରି ସଭ୍ୟ ହୋଇ ପାରିବେ। ଏହି ସଦସ୍ୟତା ଅଭିଯାନ ଜିଲ୍ଲାର ୮ଟି ବ୍ଲକ ଏବଂ ଢେ଼ଙ୍କାନାଳ ସହରର କୋର୍ଟଛକ,ମହାବୀର ବଜାର ଛକ ଏବଂ ଓଡାପଡ଼ା ବ୍ଲକ ଗୁଣ୍ଡିଚାପଡା ପଞ୍ଚାୟତର ବିଭିନ୍ନ ସ୍ଥାନରେ ଅନୁଷ୍ଠିତ ହୋଇଯାଇଛି। ଆଗକୁ ଆଉ କିଛି ଦିନ ଗଲେ ନିର୍ବାଚନ ତାରିଖ ପାଖେଇ ଆସୁଥିବାରୁ ଜିଲ୍ଲାର ୪ଟି ନିର୍ବାଚନ ମଣ୍ଡଳୀ ତଥା ଭାପୁର ଛଦେଶ ଅଞ୍ଚଳରେ ରାଜନୈତିକ ଉତ୍ସାହ ଦିନକୁ ଦିନ ଦ୍ବିଗୁଣିତ ହେବାରେ ଲାଗିଛି।

ପ୍ରହ୍ଲାଦ ମୁଦୁଲି ଙ୍କ ରିପୋର୍ଟ୍ 

Related posts

କାମାକ୍ଷାନଗର ମହାଲକ୍ଷ୍ମୀ ୟୁଥ୍ କ୍ଳବ୍ ପକ୍ଷରୁ ୭୪ ତମ ଗଣତନ୍ତ୍ର ଦିବସ ପାଳିତ

Sunil Chandra Nayak

ପ୍ରତିଭା ଅନ୍ଵେଷଣରେ କାମାକ୍ଷାନଗର ସହର

Sunil Chandra Nayak

ଶିକ୍ଷା ଓ ନିଯୁକ୍ତି କ୍ଷେତ୍ରରେ ଓବିସି, ଏସ.ଟି, ଏସ.ସି ବର୍ଗର ଛାତ୍ରଛାତ୍ରୀଙ୍କୁ ଜନସଂଖ୍ୟା ଅନୁପାତରେ ସଂରକ୍ଷଣ ପାଇଁ ଦାବିପତ୍ର ପ୍ରଦାନ

Sunil Chandra Nayak

Leave a Comment

error: Content is protected !!