ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଶ୍ରୀ ମେଟାଲିକ୍ସ ପ୍ଲାଣ୍ଟରେ ବିଶ୍ୱ ପରିବେଶ ଦିବସ ପାଳିତ

ଶ୍ରୀ ମେଟାଲିକ୍ସ ପ୍ଲାଣ୍ଟରେ ବିଶ୍ୱ ପରିବେଶ ଦିବସ ପାଳିତ

ଗୁଆଲି :୫/୬ (ଇମିସ )ବିଶ୍ୱ ପରିବେଶ ଦିବସ ଅବସରରେ ଆଜି ଲୋଇଡାପଦା ଶ୍ରୀ ମେଟାଲିକ୍ସ ପ୍ଲାଣ୍ଟ ପରିସରରେ ବିଭିନ୍ନ ସଚେତନତାମୂଳକ କାର୍ଯ୍ୟକ୍ରମ ସହ ପରିବେଶ ଦିବସ ପାଳନ କରାଯାଇଛି। ଏହି ଅବସରରେ ପ୍ଲାଣ୍ଟର ବରିଷ୍ଠ ଅଧିକାରୀ, କର୍ମଚାରୀ ଓ ଶ୍ରମିକମାନେ ଯୋଗଦେଇ ପରିବେଶ ସୁରକ୍ଷା,ଏହି କାର୍ଯ୍ୟକ୍ରମରେ ପ୍ଲାଣ୍ଟର ଏଭିପି (ଟେକ୍ନିକାଲ) କଜେନ୍ଦ୍ର କୁଆଁର, ପ୍ଲାଣ୍ଟ ମ୍ୟାନେଜର ବିଜୟ କୁମାର ନାୟକ, ପ୍ରଦୀପ ଦାସ, ମାନବ ସମ୍ବଳ ଅଧିକାରୀ ଅନିରୁଦ୍ଧ ପଟ୍ଟନାୟକ,ଅଭିରାମ ସାହୁ, ପାର୍ଥ ସାରଥୀ ମିଶ୍ର, ସଭାଗ୍ୟ ମିଶ୍ର, ପ୍ରିୟବ୍ରତ ନାୟକ, ଜୟନ୍ତ ମହାନ୍ତି, ସୂର୍ଯ୍ୟ ମହାପାତ୍ର, ସପନୀଲ ପରିହାରୀ, ମିଥଲେଶ ଝା, ଲଲଜ ରାଉତ, ନିର୍ମଳ ମାଝୀ,ଅନିଲ ଯାଦବ, ଅମନ ମହାଲିକ, ବିଜୟ ସାହୁ, ମୋହନ ରାଉତ, ସୌରଭ ସରକାର, ଅଜୟ କୁମାର ମହାନ୍ତି, ଖୁପ ଚାନ୍ଦ ଯାଦବ ଓ ହିମାଂଶୁ ଶେଖର ବେହୁରିଆ, ଶ୍ରୀକାନ୍ତ ବିଶ୍ଵାଳ, ସୂର୍ଯ୍ୟକାନ୍ତ ଜେନା, ଅନୀଲେଶ ଶର୍ମା, ସମେତ ବହୁ କର୍ମଚାରୀ ଯୋଗଦେଇ ପରିବେଶ ସୁରକ୍ଷା ଓ ବୃକ୍ଷରୋପଣ ଏବଂ ପ୍ରଦୂଷଣ ନିୟନ୍ତ୍ରଣ ସମ୍ପର୍କରେ ସଚେତନତାର ବାର୍ତ୍ତା ଦେଇଥିଲେ।

କାର୍ଯ୍ୟକ୍ରମର ଅଂଶ ସ୍ୱରୂପ ପ୍ଲାଣ୍ଟ ପରିସରରେ ୫୦୦ ଟି (ଆମ୍ବ, ପଣସ, ଲିଚି,)ବୃକ୍ଷରୋପଣ କରାଯାଇଥିବା ବେଳେ ସମସ୍ତେ ଏକ ସବୁଜ ଓ ପ୍ରଦୂଷଣମୁକ୍ତ ପରିବେଶ ଗଠନ ପାଇଁ ଶପଥ ଗ୍ରହଣ କରିଥିଲେ। ଶିଳ୍ପାୟନ ସହ ପରିବେଶର ସନ୍ତୁଳନ ରକ୍ଷା କରିବା ଆଜିର ସମୟର ପ୍ରମୁଖ ଆବଶ୍ୟକତା ବୋଲି ବକ୍ତାମାନେ ମତ ପ୍ରକାଶ କରିଥିଲେ।

ଶ୍ରୀ ମେଟାଲିକ୍ସ ପକ୍ଷରୁ ପରିବେଶ ସୁରକ୍ଷା, ସବୁଜୀକରଣ ଓ ପ୍ରଦୂଷଣ ନିୟନ୍ତ୍ରଣ ଦିଗରେ ବିଭିନ୍ନ ପଦକ୍ଷେପ ଜାରି ରହିଥିବାବେଳେ କମ୍ପାନୀର ପରିବେଶ ସମ୍ପର୍କିତ ଅନୁପାଳନ ଓ ରିପୋର୍ଟ ମଧ୍ୟ ନିୟମିତ ଭାବେ ପ୍ରକାଶ ପାଉଛି।  ଏହି ଅବସରରେ ପରିବେଶ ସୁରକ୍ଷା ପାଇଁ ପ୍ରତ୍ୟେକ ବ୍ୟକ୍ତି ନିଜ ଦାୟିତ୍ୱ ନିଷ୍ଠାର ସହ ପାଳନ କରିବାକୁ ଆହ୍ୱାନ ଦେଇଛନ୍ତି I

ଉର୍ମିଳା ପଣ୍ଡା ଙ୍କ ରିପୋର୍ଟ୍ 

Related posts

ଅଗଷ୍ଟ 9 ବିଶ୍ବ ଆଦିବାସୀ ଦିବସ ରେ ଗୁଣପୁର ରେ ଆଦିବାସୀ ମେଳି

Sunil Chandra Nayak

ନବରଙ୍ଗପୁର ଜିଲ୍ଲାପାଳ ଙ୍କୁ ରାଜ୍ୟସ୍ତରୀୟ ସମ୍ବର୍ଦ୍ଧନା

Sunil Chandra Nayak

ପ୍ରାଥମିକ ଶିକ୍ଷକ (ନୂତନ ପେନସନ ଭୁକ୍ତ) ସଂଘ ବୈଠକ

masiha

Leave a Comment

error: Content is protected !!