ଆସିକା ପୋଲିସ ପକ୍ଷରୁ ୧୨ ଚୋରା ବାଇକ ଉଦ୍ଧାର ୩ ଗିରଫ
ଆସିକା, ୭/୬/୨୬ (ଶିବ ଶଙ୍କର ମିଶ୍ର ) ଆସିକା ପୋଲିସ ପକ୍ଷରୁ ଓଡିଶା ର ବିଭିନ୍ନ ଥାନା ଇଲାକାରୁ ଚୋରି ହୋଇଥିବା ୧୨ ଗୋଟି ବାଇକ ଉଦ୍ଧାର ସହ ୩ ଜଣ କୁ ଗିରଫ ମଧ୍ୟ କରାଯାଇଛି । ଆଜି ଆସିକା ଥାନା ଠାରେ ଏକ ଖବର ଦାତା ସମ୍ମିଳନୀ କରି ଉପଖଣ୍ଡ ଆରକ୍ଷୀ ଅଧୂକାରୀ ସୌରଭ ରଞ୍ଜନ ପ୍ରଧାନ, ଆସିକା ଥାନା ଅଧିକାରୀ ସୁଧୀର କୁମାର ସାହୁ, ଏହି ସୂଚନା ପ୍ରଦାନ କରିଛନ୍ତି । ପୋଲିସ ଗତକାଲି ପେଟ୍ରୋଲିଂ ସମୟରେ କିଛି ଯୁବକ ମାନଙ୍କ ଗାଡି ଚଳାଇବାର ଗତିବିଧୂ ଉପରେ ନଜର କରିଥିଲା । ଦୁଇ ଗୋଟି ଟିମ କରି ତେଙ୍ଗାପଲ୍ଲୀ ଓ ଗଣ୍ଡପଲ୍ଲୀ ଏରଗୋଲା ବସ୍ତି ଉପରେ ଚଢ଼ାଉ କରିଥିବା ସମୟରେ ଗାଡିର ଆବଶ୍ୟକ କାଗଜପତ୍ର ନଥୁଲା । ପୋଲିସ ଗାଡିର ନମ୍ବର ଓ ଚେସିସ ନମ୍ବର ଦେଖୋଲା ବେଳେ ଜାଣିବାକୁ ପାଇଲା ଭୁବନେଶ୍ବର ଏୟର ଫିଲଡ଼ ଥାନା, ଧଉଳି ଥାନା, ବ୍ରହ୍ମପୁର ବି ଏନ ପୁର ଥାନା ବାଣପୁର, କବିସୂର୍ଯ୍ୟନଗର, ଟାଙ୍ଗୀ ଥାନା ଇଲାକରୁ ଚୋରି ହୋଇଥିବା ଜଣାପଡିଛି । ଆଉ କିଛି ବାଇକର ଠିକଣା ଜଣାପଡ଼ୁନାହିଁ । ବାଇକ ଚୋର ମାନେହେଲେ ଗଣ୍ଡପଲ୍ଲୀର ଏ. ସନ୍ତୋଷ (୨୨), ଡି. ଚିନା (୨୦), ଠେଙ୍ଗାପଲ୍ଲୀ ଅଂଚଳର ପି. ଅଜୟ (୨୨) ବୋଲି କୁହାଯାଇଛି । ଆସିକା ଥାନା କେସ ନମ୍ବର ୨୮୫/୨୬ ରେ ଏକ ମାମଲା କରି ଅଧୂକ ତଦନ୍ତ ଚାଲିଛି ବୋଲି ଏସ ଡି ପି ଓ ପ୍ରକାଶ କରିଛନ୍ତି । ଏହି ବାଇକ ଗୁଡିକୁ ବିଭିନ୍ନ ସମୟରେ ଚୋରି, ଡକାୟତି ଭଳି ଅନେକ କାର୍ଯ୍ୟରେ ଲଗାଯାଉଥିଲା । ଏମାନଙ୍କ ନାମରେ ବିଭିନ୍ନ ସ୍ଥାନରେ ଭିନ୍ନ ଭିନ୍ନ ମାମଲା ରହିଛି । ଏଥି ସହିତ ଏହି ବସ୍ତିରୁ ୩୦୦୦ ଲିଟର ପୋଚ ନଷ୍ଟ ହେବା ସହ ୨୦ ଲିଟର ଦେଶୀ ମଦ ଜବତ ହୋଇଛି ।

