ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ମଦୁଆ ଅଟୋ ଚାଳକ ଯୋଗୁଁ ନିରୀହ ଲୋକଙ୍କ ମୃତ୍ୟୁ

ବନ୍ଧୁଗାଁ ତା ୪/୬/୨୩ କୋରାପୁଟ ଜିଲ୍ଲା ବନ୍ଧୁଗାଁ ବ୍ଲକ ଗାରିଡି ଗ୍ରାମରେ ଗତ କାଲି ସନ୍ଧ୍ୟା ୮ ଘଣ୍ଟା ସମୟରେ ମଦୁଆ ଅଟୋ ଚାଳକଙ୍କ ଅସାବଧାନତା ଯୋଗୁଁ ଭିତରେ ବସିଥିବା ନିରୀହ ଲୋକଙ୍କ ମୃତ୍ୟୁ ହୋଇଯାଇଛି। ପ୍ରାପ୍ତ ସୂଚନା ଅନୁଯାଇ ଅଟୋ ଚାଳକ ଶ୍ରୀ ହଳଧର କଙ୍କଡା ଗାରିଡି ଉପ ଡାକ ଘରର ଡାକ ପିଅନ ଅଟନ୍ତି । ନିଜେ ଜଣେ ଜଣେ ମାଳି ଲୋକ ହୋଇଥିବାରୁ ଚାକିରି ସହିତ ନିଜ ଜମିରେ ପନିପରିବା ଚାଷ କରନ୍ତି। ଗତ କାଲି ଶନିବାର ହୋଇଥିବାରୁ କୁମ୍ଭାରିପୁଟ ର ସାପ୍ତାହିକ ହାଟରେ ଅଫିସ ନ ଯାଇ ପନିପରିବା ବିକ୍ରି କରିବାକୁ ଆସିଥିଲେ। ହାଟ ଶେଷ ହେବା ପରେ ନିଜ ଅଟୋ ଗାଡ଼ି ମାଧ୍ୟମରେ କିଛି ଯାତ୍ରୀଙ୍କୁ ଭଡ଼ା ମିଳିବାରୁ ବନ୍ଧୁଗାଁ ଛାଡ଼ିବାକୁ ଆସିଥିଲେ । ସେହି ସମୟରେ ସାଥିରେ ଅଟୋ ଗାଡ଼ି ସହିତ ଗାରିଡି ଗ୍ରାମର ଥବିର ଟାକ୍ରି (ପୁ) ୩୦ ବର୍ଷ ଆସିଥିଲେ।ବନ୍ଧୁଗାଁ ଠାରେ ଆସିବା ପରେ ଅଟୋ ଚାଳକ ଓ ଥବିର ଟାକ୍ରି ମଦ ପିଇ ନିଶା ଗ୍ରସ୍ତ ହୋଇ ଯାଇ ଥିଲେ କିଛି ଲୋକ ଆଜି ଅଟୋ ଗାଡ଼ି ନ ଚଳାଇ ରହିବା ପାଇଁ ପରାମର୍ଶ ଦେଇଥିଲେ। କିନ୍ତୁ ଉକ୍ତ ଅଟୋ ଚାଳକ ଜଣକ କାହାରି ପରାମର୍ଶ ନ ଶୁଣି ଅଟୋ ଚଳାଇ ଫେରି ଯାଉ ଥିଲେ। ନିଜ ଗାରିଡି ଗାଁ ନିକଟ ସ୍କୁଲ ନିକଟରେ ଗାଡ଼ିଟି ଓଲଟି ପଡିଥିଲା। ଘଟଣା ସ୍ଥଳରେ ଥବିର ଟାକ୍ରି ଙ୍କ ମୃତ୍ୟୁ ହୋଇଯାଇଥିଲା । ମୃତ ବ୍ୟକ୍ତିଙ୍କ ସ୍ତ୍ରୀ ରୀଙ୍କି ଟାକ୍ରି ରହିଥିବା ବେଳେ ଜଣେ ୪ ବର୍ଷ ଓ ଜଣେ ୨ ବର୍ଷର ପୁଅ ଅଛନ୍ତି। ଜଣେ କେନ୍ଦ୍ର ସରକାରଙ୍କ ଡାକ ବିଭାଗର କର୍ମଚାରୀ ହୋଇ ପନିପରିବା ବେପାର ପୁଣି ନିଜେ ନିଜ ଅଟୋ ଚାଳକ ହୋଇ ମଦ ପିଇ ନିରୀହ ଲୋକଙ୍କ ଜୀବନ ଚାଲି ଯିବା କେତେ ଦୂର ଯଥାର୍ଥ ରହିଛି। ପୁଣି ସେହି ମୃତ ବ୍ୟକ୍ତିଙ୍କ ପରିବାରକୁ କିଛି ସହାୟତା ପାଇବେ ସରକାର ସେଥିପ୍ରତି ଦୃଷ୍ଟି ଦେବାକୁ ଅଞ୍ଚଳବାସି ଅନୁରୋଧ କରିଛନ୍ତି।

ବନ୍ଧୁଗାଁ ରୁ ସଂଜୀବ କୁମାର ବାଙ୍ଗାରି ଙ୍କ ରିପୋର୍ଟ 

Related posts

କଳାହାଣ୍ଡି:ପୋଲିସ-ମାଓବାଦୀ ମୁହାଁମୁହିଁ, ଗୁଳି ବାଜି ପୋଲିସ ଡିଏସ୍‌ପି ଗୁରୁତର ସୂଚନା

ଅବାଧ ଜଙ୍ଗଲ କାଟିବା ଅଭିଯୋଗରେ ଦୁଇ କୋର୍ଟ ଚାଲାଣ କଲା ଆମପାଣି ବନ ବିଭାଗ

Sunil Chandra Nayak

ନୂଆପଡ଼ା ଜିଲ୍ଲା ଖରୀଆର ରୋଡ ଜୁଆ ଆଡ୍ଡା କୁ ଚଢାଉ ଘଟଣା ନେଇ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ସାମ୍ବାଦିକ ସମ୍ମିଳନୀ 

masiha

Leave a Comment

error: Content is protected !!