ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କିଞ୍ଜିରକେଲା ରେ ଅଷ୍ଟ ପ୍ରହର ନାମଯଜ୍ଞ ଉଦଯାପିତ 

କିଞ୍ଜିରକେଲା ରେ ଅଷ୍ଟ ପ୍ରହର ନାମଯଜ୍ଞ ଉଦଯାପିତ 

ସୁନ୍ଦରଗଡ଼ ତା ୭/୬/୨୦୨୬ ବଡ଼ଗାଁ ବ୍ଲକ – ବଡ଼ଗାଁ ପଞ୍ଚାୟତ କିଞ୍ଜିରକେଲା ଗ୍ରାମରେ ଅଷ୍ଟ ପ୍ରହର ନାମଜଜ୍ଞ ଅନୁଷ୍ଠିତ ହେବା ସହିତ ଆଜି ଉଦଯାପିତ ହୋଇଅଛି ।ପ୍ରଥମ ଦିନ ସଂକୀର୍ତନ ମଣ୍ଡଳୀ ସହିତ ଗ୍ରାମବାସୀ ମାନେ ଜଳ ଧାରଣ କରି ପୂଜା ମଣ୍ଡପ ଠାରେ ସ୍ଥାପନ କରିଥିଲେ ।

ଦ୍ଵିତୀୟ ଦିନରେ ନାମଜପ ଆରମ୍ଭ ହୋଇଥିଲା , ତୃତୀୟ ଦିବସରେ ନାମ ଯଜ୍ଞ ଗ୍ରାମରେ ପରିକ୍ରମା ସହ ପୂଜା ମଣ୍ଡପ ରେ ଦଧିଭାଣ୍ଡ ଭଞ୍ଜନ କରାଯାଇଥିଲା ।ଏହି ନାମ ସଂକୀତନ ରେ କର୍ତ୍ତା ଭାବେ ଗ୍ରାମର ସୁଶାନ୍ତ ବିଶି ତାଙ୍କ ସହଧର୍ମିଣୀ ଲିଜା ବିଶି ଦାୟିତ୍ୱ ନିର୍ବାହ କରିଥିବା ବେଳେ ପୂଜକ ଭାବରେ ମନୋରଞ୍ଜନ ପୂଜାରୀ ପୂଜା କାର୍ଯ୍ୟ ତୁଲାଇଥିଲେ । ଗ୍ରାମର ବୟୋଜ୍ୟେଷ୍ଠ ବ୍ୟକ୍ତି ଙ୍କ ମାର୍ଗଦର୍ଶନ ରେ ଗ୍ରାମବାସୀ ଙ୍କ ଆଗ୍ରହ ଓ ଉଦ୍ୟମ ରେ ନାମଯଜ୍ଞ ସଂକୀର୍ତନ ଅନୁଷ୍ଠିତ ଯୋଗୁଁ କିଞ୍ଜିରକେଲା ଗ୍ରାମରେ ଉତ୍ସବ ମୁଖରିତ ହୋଇଥିଲା ।

ଗ୍ରାମର ଅଜୟ ବିଶି , ସରୋଜ ଭିତ୍ରିଆ , ଅରୁଣ ଭିତ୍ରିଆ , ଦିଲ୍ଲୀପ କରସେଲ , ସୁକେଶ୍ୱର ସା , ନବୀନ ଭିତ୍ରିଆ , ଅନୁପ କରସେଲ , ପ୍ରମୋଦ ସା , ଦୀପକ ସା , ଗୌରାଙ୍ଗ ସା , ଲିପନ ମିଶ୍ର , ଦୀପନ ମିଶ୍ର ପ୍ରମୁଖ ଙ୍କ ସମେତ ବହୁ ସଦସ୍ୟ /ସଦସ୍ୟା ନାମଯଜ୍ଞ ପରିଚାଳନା ରେ ସହଯୋଗ ସହାୟତା କରିଥିଲେ ।

ରିପୋର୍ଟ ଟୋନିସ ରୋହିଦାସ ଙ୍କର ସୁନ୍ଦରଗଡ଼ ରୁ

Related posts

ବ୍ଲକ ସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମରେ ରେ ୨୮ ଟି ଅଭିଯୋଗର ଶୁଣାଣି 

masiha

ମଧୁବାବୁ ମଣ୍ଡଳରେ ସ୍ୱଚ୍ଛ ଭାରତ ଅଭିଯାନ, ମହାପୁରୁଷଙ୍କ ପ୍ରତିମୂର୍ତ୍ତିଙ୍କୁ ସ୍ନାନ ଓ ତ୍ରିରଙ୍ଗା ପଦଯାତ୍ରା କାର୍ଯ୍ୟକ୍ରମ ଅନୁଷ୍ଠିତ

Sunil Chandra Nayak

ପ୍ଲାଷ୍ଟିକ ବ୍ୟବହାର ନିରୁତ୍ସାହିତ କରିବା ଦିଗରେ ଅଭିନବ ପଦକ୍ଷେପ

masiha

Leave a Comment

error: Content is protected !!