ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଭାଇଜାଗ ଇସ୍ପାତ କାରଖାନାର ଦୁର୍ଘଟଣା ନେଇ ରାଉରକେଲା ମଜଦୁର ସଭାର ଉଦବେଗ ପ୍ରକାଶ

ଭାଇଜାଗ ଇସ୍ପାତ କାରଖାନାର ଦୁର୍ଘଟଣା ନେଇ ରାଉରକେଲା ମଜଦୁର ସଭାର ଉଦବେଗ ପ୍ରକାଶ

ରାଉରକେଲା: ଗତକାଲି ୮ ତାରିଖ ଦିନ ରାଷ୍ଟ୍ରାୟତ୍ତ ଇସ୍ପାତ ଉଦ୍ୟୋଗ ଭାଇଜାଗ ଷ୍ଟିଲ ପ୍ଳାଣ୍ଟର ଏସ ଏମ ଏସ -୧ ବିଭାଗରେ ଭୟାବହ ଅଗ୍ନିକାଣ୍ଡ ଘଟି ଆଠ ଜଣ ଶ୍ରମିକ କର୍ମଚାରୀଙ୍କର ଘଟଣା ସ୍ଥଳରେ ଅକାଳ ବିୟୋଗ ଘଟିଛି ଓ ବହୁ ଶ୍ରମିକ ପୋଡିଯାଇ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଚିକିତ୍ସାଧିନ ଅଛନ୍ତି। କୁହାଯାଉଛି ଯେ, ତରଳ ଲୌହ ଢାଳି ହୋଇ କାର୍ଯ୍ଯରତ ଶ୍ରମିକ କର୍ମଚାରୀଙ୍କ ପାଇଁ ଏହା ମୃତ୍ଯୁର କାରଣ ହେଲା ଓ ବହୁ ଶ୍ରମିକ ମୃତ୍ଯୁ ସହିତ ସଂଗ୍ରାମ କରୁଛନ୍ତି। ପ୍ରତିକୂଳ ପରିସ୍ଥିତିରେ ଓ କେନ୍ଦ୍ର ସରକାରଙ୍କ ଭାଇଜାଗ ପ୍ଲାଣ୍ଟକୁ ଘରୋଇକରଣ ଉଦ୍ୟମକୁ ପ୍ରତିହତ କରି ଉତ୍ପାଦନ କରିବା ସହ ନିଜର ଜୀବନ ଜୀବିକାକୁ ବଜାୟ ରଖିବା ପାଇଁ ଅହରହ ସଂଘର୍ଷ କରୁଥିବା ଶ୍ରମିକ କାରଖାନା କର୍ତ୍ତୃପକ୍ଷଙ୍କର ଉଦାସୀନ ଓ ତ୍ରୁଟିପୂର୍ଣ୍ଣ ସୁରକ୍ଷା ବ୍ୟବସ୍ଥାର ଫଳସ୍ୱରୂପ ଏକ ଭୟଙ୍କର ଦୁର୍ଘଟଣାର ଶିକାର ହେଲେ ବୋଲି ରାଉରକେଲା ମଜଦୁର ସଭାର ସଭାପତି ଶଶଧର ନାୟକ ଅବିହିତ କରି ଏଥିନେଇ ଗଭୀର ଦୁଃଖ ପ୍ରକାଶ କରିଛନ୍ତି। ରାଷ୍ଟ୍ରାୟତ୍ତ ଇସ୍ପାତ ଶିଳ୍ପରେ ବାରମ୍ବାର ଏ ଭଳି ଦୁର୍ଘଟଣା ଘଟୁ ଥିଲେହେଁ ଉତ୍ପାଦନ ଓ ଲାଭାର୍ଜନ ନେଇ ଇସ୍ପାତ କାରଖାନାର କର୍ତ୍ତୃପକ୍ଷଙ୍କ ସୁରକ୍ଷା ବ୍ୟବସ୍ଥାର ପରିବର୍ତ୍ତନ ହେଉନାହିଁ। ଏ ଭଳି ଦୁର୍ଘଟଣା ଅନ୍ୟତମ ରାଷ୍ଟ୍ରାୟତ୍ତ ଉଦ୍ୟୋଗ ସେଲ ପାଇଁ ଏକ ସତର୍କ ଘଣ୍ଟି। ସ୍ବଳ୍ପ ଲୋକ ଶକ୍ତିରେ ଠିକାଦାରୀକରଣକୁ ପ୍ରୋତ୍ସାହନ ଦେଇ ଉତ୍ପାଦନ ଲକ୍ଷ୍ୟ ହାସଲ କରିବାର ଚେଷ୍ଟା, ସୁରକ୍ଷା ନେଇ ଦ୍ବିପାକ୍ଷିକ ଆଲୋଚନା ପାଇଁ ଉଦ୍ଦିଷ୍ଟ ଯୁଗ୍ମ କମିଟି ବୈଠକ ନ ଡାକିବା ଆଭିମୁଖ୍ଯକୁ ପରିହାର କରି ଶୂନ୍ଯ ଦୁର୍ଘଟଣା ଲକ୍ଷ୍ୟ ନେଇ ସୁରକ୍ଷା ନୀତି ପ୍ରବର୍ତ୍ତନ କରିବା ପାଇଁ ମଜଦୁର ସଭା ପକ୍ଷରୁ କୁହାଯାଇଛି। ପୁଣି ଭାଇଜାଗ ଇସ୍ପାତ କାରଖାନାରେ ଘଟିଥିବା ଏହି ଦୁର୍ଘଟଣାର କାରଣ ନେଇ ଏକ ଉଚ୍ଚ ସ୍ତରୀୟ ତଦନ୍ତ ଓ ଏଥିନେଇ ଦାୟୀ ବ୍ଯକ୍ତି ବିଶେଷଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସଂଗଠନ ପକ୍ଷରୁ ଦାବି କରାଯାଇଛି।

କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ଅଲ୍ ଓଡ଼ିଶା ସିଡୁଲ୍ଡ କାଷ୍ଟ ଫେଡରେସନର ସହଯୋଗ କ୍ରମେ ହାଇକୋର୍ଟରେ ପକ୍ଷ ରଖିଲେ ପୀଡିତା 

Sunil Chandra Nayak

ନୂଆପଡ଼ା ସିନାପାଲି ବ୍ଲକରେ ଜ଼ିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର , ୬୪ଟି ଅଭିଯୋଗର ଶୁଣାଣି, ତତ୍କାଳୀନ ସହାୟତା ଓ ସ୍ୱଚ୍ଛତା ଦୂତ ସମ୍ମାନ ପ୍ରଦାନ

ଆର୍ଥିକ ସାକ୍ଷରତା କର୍ମଶାଳା

Sunil Chandra Nayak

Leave a Comment

error: Content is protected !!