ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ହରିପୁର ଗ୍ରାମବାସୀ ପାନୀୟ ଜଳ ପାଇଁ ଡହକ ବିକଳ, କୁମ୍ଭକର୍ଣ୍ଣ ନିଦ୍ରାରେ ପ୍ରଶାସନ

ହରିପୁର ଗ୍ରାମବାସୀ ପାନୀୟ ଜଳ ପାଇଁ ଡହକ ବିକଳ, କୁମ୍ଭକର୍ଣ୍ଣ ନିଦ୍ରାରେ ପ୍ରଶାସନ

 ଢେଙ୍କାନାଳ – ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବ୍ଲକ ଅନ୍ତର୍ଗତ ଜରଡ଼ା ଗ୍ରାମ ପଞ୍ଚାୟତ ହରିପୁର ଗ୍ରାମକୁ ପାଇପ ପାନୀୟ ଜଳ ଯୋଗାଣ ହେଉ ନଥିବା ଫଳରେ ଗ୍ରାମବାସୀ ନାହି ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି |ସରକାର ଗ୍ରାମାଞ୍ଚଳକୁ ପାନୀୟ ଜଳ ଯୋଗାଣ ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ ଏହାର କୌଣସି ସୁଫଳ ହରିପୁର ଗ୍ରାମବାସୀ ପାଇପାରୁନଥିବା ଅତ୍ୟନ୍ତ କ୍ଷୋଭ ଓ ପରିତାପର ବିଷୟ ବୋଲି ଜଣାଯାଇଛି |ହରିପୁର ଗ୍ରାମକୁ ଜରଡ଼ା ଗ୍ରାମଠାରୁ ବସୁଧା ଏବଂ ମେଗା ପ୍ରକଳ୍ପ ପାଇପ ଲାଇନ ବହୁଦିନ ଧରି ବିଛା ଯାଇଥିବା ବେଳେ ବିଭାଗୀୟ କର୍ମଚାରୀଙ୍କ ମନମୁଖୀ କାର୍ଯ୍ୟ ପାଇଁ ଏଥିରେ ଅଦ୍ୟାବଧି ଜଳାଯୋଗାଣ ହୋଇ ପାରିନାହିଁ |ଫଳରେ ଗ୍ରାମବାସୀ ବଡଯୋଡ଼ା ନାଳର ଅପରିଷ୍କାର ଜଳ ବ୍ୟବହାର କରି ବିଭିନ୍ନ ରୋଗରେ ପଡୁଛନ୍ତି |ଏ ସମ୍ପର୍କରେ ଗ୍ରାମବାସୀ ହିନ୍ଦୋଳର ଉପ ଜିଲ୍ଲାପାଳ, ଗୋଷ୍ଠୀ ଉର୍ନ୍ନୟନ ଅଧିକାରୀ, ଗ୍ରାମୀଣ ଜଳଯୋଗଣ ଏବଂ ପରିମଳ ବିଭାଗର ସହକାରୀ ଯନ୍ତ୍ରୀଙ୍କୁ ଚଳିତ ମାସ ତିନି ତାରିଖରେ ଲିଖିତ ଅଭିଯୋଗ କରିଥିଲେ ମଧ୍ୟ ଏହାର କୌଣସି ସୁଫଳ ଗ୍ରାମବାସୀଙ୍କ ପାଖରେ ପହଞ୍ଚି ପାରିନାହିଁ |ଏପରିକି ହିନ୍ଦୋଳର ଊପ ଜିଲ୍ଲାପାଳ ଗ୍ରାମୀଣ ଜଳ ଯୋଗାଣ ଏବଂ ପରିମଳ ବିଭାଗର ସହକାରୀ ଯନ୍ତ୍ରୀଙ୍କୁ ପତ୍ର ସଂଖ୍ୟା -3758,ତା. 04.06.2026ଯୋଗେ ସାତଦିନ ମଧ୍ୟରେ ଆକ୍ସନ ଟେକେନ ରିପୋର୍ଟ ମାଗିଥିଲେ ମଧ୍ୟ ତାହାର କୌଣସି ପ୍ରଭାବ ପଡ଼ିନଥିବା ଅନୁସନ୍ଧାନରୁ ଜଣାଯାଇଛି |ଶେଷରେ ଗ୍ରାମବାସୀ ସ୍ଥାନୀୟ ଜରଡ଼ା ଗ୍ରାମ ପଞ୍ଚାୟତର ସରପଞ୍ଚଙ୍କୁ ପାଇପ ପାନୀୟ ଜଳାଯୋଗାଣ ପାଇଁ ଲିଖିତ ଅଭିଯୋଗ କରିଥିଲେ ମଧ୍ୟ ତାହାର କୋୖଣସି କାର୍ଯ୍ୟାନୁଷ୍ଠାନ ହୋଇପାରିନାହିଁ | ହରିପୁର ଗ୍ରାମକୁ ପାନୀୟ ଜଳ ଯୋଗାଣର ବ୍ୟବସ୍ଥା କେବେ ଆସିବ ତାହା ଦେଖିବାକୁ ବାକି ରହିଲା |

ପ୍ରହ୍ଲାଦ ମୁଦୁଲି ଙ୍କ ରିପୋର୍ଟ୍ 

Related posts

ବିର୍ସା ମୁଣ୍ଡା ଆଥଲେଟିକ ଷ୍ଟାଡିୟମରେ ପାଳିତ ହେଲା ଅନ୍ତର୍ଜାତୀୟ ଯୋଗ ଦିବସ

Sunil Chandra Nayak

ନର୍ଲାବ୍ଲକ୍ ରେ ଫାଇଲେରିଆ ନିରାକରଣ ନିମନ୍ତେ ସାମୁହିକ ଔଷଧ ସେବନ କାର୍ଯ୍ୟକ୍ରମର ଶୁଭାରମ୍ଭ

masiha

ଓଡ଼ିଆ ଭାଷା,କଳା, ସାହିତ୍ୟ ସଂସ୍କୃତି ନବଞ୍ଚିଲେ ରାଜ୍ୟ ତଥା ଦେଶର ପ୍ରଗତି ଅସମ୍ଭବ – ରଞ୍ଜନ ଦାଶ

Sunil Chandra Nayak

Leave a Comment

error: Content is protected !!