ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜୁନାଗଡ଼ ଅଂଚଳରେ ମନ୍ଥର ଗତିରେ ଚାଲିଛି ଧାନ କିଣା, ଆସୁନାହିଁ ଗାଡି ,ଚିନ୍ତାରେ ଚାଷୀ

ଜୁନାଗଡ଼ ଅଂଚଳରେ ମନ୍ଥର ଗତିରେ ଚାଲିଛି ଧାନ କିଣା, ଆସୁନାହିଁ ଗାଡି ,ଚିନ୍ତାରେ ଚାଷୀ

ଜୁନାଗଡ଼ ୧୧/୬ ( ମନୀସ ) ଜୁନାଗଡ଼ ନିୟନ୍ତ୍ରିତ ବଜାର କମିଟି ଅଧୀନରେ ଥିବା ପ୍ରାୟତଃ ଅନେଜ ମଣ୍ଡିରେ ଚଳିତ ରବି ଋତୁର ଧାନ କିଣା ମନ୍ଥର ଗତିରେ ଚାଲୁଥିବା ଦେଖିବାକୁ ମିଳିଛି । ଗତ ୨୦ ତାରିଖରୁ ମଣ୍ଡି ଆରମ୍ବ ହୋଇଥିଲେ ସୁଦ୍ଧା ଧାନ ଗୁଡିକ ଏବେବି ମଣ୍ଡିରେ ଶହ ଶହ କୁଇଣ୍ଟାଲ ପଡି ରହିଛି ।ମଣ୍ଡିକୁ ଠିକ ଭାବରେ ଗାଡି ନ ଆସିବା ,ହେମାଳ ମାନେ ନ ଆସିବ । ଏଭଳି ସମସ୍ୟା ପ୍ରାୟ ସବୁବେଳେ ଲାଗି ରହିଛି ।ଫଳରେ ଧାନ ଉଠିବାରେ ବିଳମ୍ବ ଦେଖା ଦେଉଛି ।ବିଶେଷ କରି ଖୋଲା ଆକାଶ ତଳେ ଥିବା ମଣ୍ଡି ଗୁଡିକରେ ଅନେକ ସମସ୍ୟା ରହୁଛି ।ଚାଷୀମାନେ ଦିନରେ ଟାଣ ଖରା ଓ ରାତିରେ ଗୁଲ ଗୁଳି ଯୋଗୁଁ ବହୁତ କଷ୍ଟରେ ଧାନକୁ ଜଗି ବସିଛନ୍ତି । ଚଳିତ ରବି ଚାଷ ରେ ମଣ୍ଡିଗୁଡିକ ମନ୍ଥର ଗତିରେ ଚାଲୁଥିବା ଯୋଗୁଁ ଚାଷୀମାନେ ମୌସୁମୀ ବର୍ଷା ର ସମ୍ମୁଖିନ ହେବାକୁ ପଡିବ ବୋଲି ଏବେ ଚିନ୍ତାରେ ରହୁଛନ୍ତି ।ଧାନ ଅମଳ ଠିକ ସମୟରେ ହୋଇଥିଲେ ମଧ୍ୟ ମଣ୍ଡି ବ୍ୟବସ୍ଥା ଫେଲ ହେବାରୁ ଚାଷୀମାନେ ନାହିଁ ନ ଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି ।

ନରେନ୍ଦ୍ର କ୍ଷିତି ଙ୍କ ରିପୋର୍ଟ୍ 

Related posts

କେନ୍ଦ୍ରାପଡ଼ାର ଅଗ୍ରଣୀ ମହୁ ଚାଷୀ ରାଜ୍ୟ ଓ ଜିଲ୍ଲା ସ୍ତରରେ ପୁରସ୍କୃତ

masiha

ଗାଁ କଲ୍ୟାଣ ସଫେଇ ପଇସା ଯାଉଛି କୁଆଡେ ?

masiha

କୃଷକ ସଚେତନତା ଶିବିର 

masiha

Leave a Comment

error: Content is protected !!