ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଇଦଲାମା ଙ୍କ ଘଟ ଯାତ୍ରା ଉଦଯାପିତ

ଇଦଲାମା ଙ୍କ ଘଟ ଯାତ୍ରା ଉଦଯାପିତ 

ବନ୍ଧୁଗାଁ ତା ୧୭/୬/୨୬,ବନ୍ଧୁଗାଁ ବ୍ଲକ ସଦର ପଞ୍ଚାୟତ ବନ୍ଧୁଗାଁ ଗ୍ରାମର ଶ୍ରୀ ଇଦଲାମା ଙ୍କ ଘଣ୍ଟ ଯାତ୍ରା ଉଦଯାପିତ ହୋଇଯାଇଛି। ଇଦଲାମାଙ୍କ ଗାଁ ଘଣ୍ଟ ଯାତ୍ରା ଗତ ୮.୬.୨୬ ରେ ଆରମ୍ଭ ହୋଇଥିଲା, ମା ସ୍ଥାଇ ରୁ ଅସ୍ତାଈ ମନ୍ଦିରକୁ ଆସି ନଅ ଦିନ ଧରି ଗାଁ ଲୋକଙ୍କ ଠାରୁ ପୂଜା ପାଇଥିଲେ I ଏହି ପୂଜା କମିଟି ର ଯୁବକ ମାନଙ୍କ ଦ୍ଵାରା ସୁନ୍ଦର ଲିଚୁ ଆଲୋକ ମାଳାରେ ସାଜସଜ୍ଜା ମଧ୍ୟରେ ଲୋକେ ଭୋକ୍ତି ପୂର୍ଣ୍ଣ ଭାବେ ଶ୍ରୀ ଇଦଲାମା ଙ୍କ ଦର୍ଶନ କରିଛନ୍ତି। ଗ୍ରାମରେ ଥିବା ମାନି ସାହି, ମେଇନ୍ ରୋଡ, କଣ୍ଡା ସାହି, ମେଲକା ସାହି,ଆଦିବାସି ସାହି, ରେଲି ସାହି, ଭତରା ସାହି, ମାଙ୍କଡ଼ ପାତନା ସାହି, ରେଲି ସାହି ରାସ୍ତା ପାର୍ଶ୍ଵ ସାହି ଓ ହରିଜନ ସାହି ର ପ୍ରତି ଘର ଘରକୁ ଶ୍ରୀ ଇଦଲାମା ଙ୍କ ଘଣ୍ଟ ହାଣ୍ଡି ପହଞ୍ଚିବା ପରେ ଲୋକେ ଧୂପ ଦୀପ ଦେଇ ପୂଜା ଅର୍ଚ୍ଚନା କରି ଆଶୀର୍ବାଦ ଗ୍ରହଣ କରୁ ଥିଲେ। ପ୍ରତି ଦିନ ଶ୍ରୀ ଇଦଲାମାଙ୍କ ଙ୍କ ଘଣ୍ଟ ଯାତ୍ରା ଦେଖିବା ପାଇଁ ଆଖପାଖ ଅଞ୍ଚଳର ଶତାଧିକ ଦର୍ଶକ ଆସି ଦର୍ଶନ କରୁଥିଲେ। ରବିବାର ସୋମବାର ଓ ମଙ୍ଗଳ ବାର ଦିନବେଳେ ଲୋକଙ୍କ ମନ ରୋଞ୍ଜନ ପାଇଁ ଅନେକ ପ୍ରକାର ର ଭେଷ ଭୂଷଜରେ ନାଚ ଗୀତ କରି ଲୋକଙ୍କୁ ଆକର୍ଶଣ କରିଥିବାର ଦେଖିବାକୁ ମିଳିଥିଲା ଓ ମଙ୍ଗଳବାର ଦିନ ଦେଶିଆ ନାଟ ହୋଇଥିଲା । ବନ୍ଧୁଗାଁ ବ୍ଲକରେ ଶେଷ ଯାତ୍ରା ହୋଇଥିବା ଯୋଗୁଁ ଆଖ ପାଖ ଅଞ୍ଚଳର ବହୁତ ଲୋକଙ୍କ ଭିଡ଼ ଜମିଥିଲା I ପୂଜା କମିଟିର ପ୍ରମୁଖ ବ୍ୟକ୍ତି ବୃନ୍ଧ ହେଲେ, ଡ଼ି.ଏଙ୍କାଟି,ଏନ.ଆନାଜି, ଭି. ସାଗର, ବସନ୍ତ ଶୁଣ୍ଡି, ଏନ.ସନ୍ତଷ,ଏନ.ପ୍ରସାଦ, ଶ୍ରୀନୁ ପଟ୍ଟନାୟକ, ସନ୍ତଷ ଦାସ, ଭି. ସନ୍ତଷ,ଗୋପାଳ ବେବରା, ବେବରା ଶୂନ୍ଦା, ଗେମ୍ବାଲୀ ରାମ ପ୍ରସାଦ, କାଶୀ ପ୍ରସାଦ, ଓ ପ୍ରମୁଖ ଯୁବକ ଦାୟିତ୍ବ ନେଇ ଶାନ୍ତି ଶୃଙ୍ଖଳାର ସହ ଘଣ୍ଟ ଯାତ୍ରା ପରିଚାଳନା କରିଥିଲେ। ଘଣ୍ଟ ଯାତ୍ରାରେ ଜନପ୍ରତିନିଧି ଓ କିଛି ଭଦ୍ର ଭଦ୍ର ବ୍ୟକ୍ତିଙ୍କୁ ମଧ୍ୟ ନିମନ୍ତ୍ରଣ କରି ଇଦଲାମାଙ୍କ ଦର୍ଶନ କୋରେଇଥିଲେ I ଶ୍ରୀ ଇଦଲାମା ଙ୍କ ଘଣ୍ଟ ଯାତ୍ରା ଭକ୍ତିପୂର୍ଣ୍ଣ ପରିବେଶ ସହ ବୁଧବାର ଦିନ ସକାଳେ ମାଙ୍କୁ ଅସ୍ତାଇ ମନ୍ଦିରରୁ ସ୍ଥାଇ ସ୍ଥାନକୁ ନେଇ ମଧ୍ୟରେ ଉଦଯାପିତ ହୋଇଯାଇଛି ।

 ସଞ୍ଜିବ କୁମାର ବାଙ୍ଗାରୀ ରିପୋର୍ଟରI

Related posts

ଜିଲ୍ଲାସ୍ତରୀୟ ଆନ୍ତର୍ଜାତୀୟ ନିଶା ବ୍ୟବହାର ଓ ଅବୈଧ ଚାଲାଣ ନିଷିଦ୍ଧ ଦିବସ -୨୦୨୩ ପାଳନ 

Sunil Chandra Nayak

ଅଠାନବେ ତମ ମାସିକିଆ ସାମୁହିକ ଜନ୍ମ ଦିବସ ପାଳନ

masiha

ଜିଲ୍ଲାସ୍ତରୀୟ ବିକାଶ ମେଳା ଉଦଯାପିତ, ଜିଲାରେ ପ୍ରଭାବ ପକାଇଛି ବିକାଶ ମେଳା,କୋଟିଏ ଟଙ୍କାର ଏସଏଚଜି ବ୍ୟବସାୟ

masiha

Leave a Comment

error: Content is protected !!