ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମା ଭୁବନେଶ୍ୱରୀ ମନ୍ଦିରରେ ଶିବ ବିବାହ ଓ ଶୀତଳଷଷ୍ଠୀ ଅନୁଷ୍ଠିତ

ମା ଭୁବନେଶ୍ୱରୀ ମନ୍ଦିରରେ ଶିବ ବିବାହ ଓ ଶୀତଳଷଷ୍ଠୀ ଅନୁଷ୍ଠିତ

ରାଉରକେଲା: ଛେଣ୍ଡ ସ୍ଥିତ ଫେଜ ୨ ରେ ଥିବା ମା ଭୁବନେଶ୍ୱରୀ ମନ୍ଦିର ଠାରେ ଚଳିତ ବର୍ଷ ଶିବଙ୍କର ୨୧ତମ ବିବାହ ବାର୍ଷିକୀ ଓ ଶୀତଳଷଷ୍ଠୀ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ଚଳିତ ବର୍ଷ ଶିବଙ୍କର ପିତା ମାତା ଭାବେ ସେକ୍ଟର ୯ ର ବାସିନ୍ଦା ପ୍ରସନ୍ନ କୁମାର ବେହେରା ଓ ସବିତା ବେହେରା,ମାତା ପାର୍ବତୀ ଙ୍କ ପିତା ମାତା ଭାବେ ଛେଣ୍ଡ ର ବାସିନ୍ଦା ପ୍ରମୋଦ ପାତ୍ର ଓ ସ୍ବପ୍ନା ପାତ୍ର କର୍ତ୍ତା ଭାବେ ଦାୟିତ୍ଵ ତୁଲାଇଥିଲା ବେଳେ ପୂଜକ ଭାବେ ଭାଗବତ ମିଶ୍ର ଦାୟିତ୍ୱ ତୁଲାଇଥିଲେ। ସକାଳେ ମଙ୍ଗନ କାର୍ଯ୍ୟ ଓ ବର ନିମନ୍ତ୍ରଣ ପରେ ସନ୍ଧ୍ୟାରେ ବରାନୁଗମନ ଓ ଶୋଭାଯାତ୍ରା, ବିବାହ,ପରେ ପ୍ରସାଦ ସେବନର ବନ୍ଦୋବସ୍ତ କରାଯାଇଥିଲା। ଏଥିରେ ଆଖପାଖ ଅଞ୍ଚଳରେ ସହସ୍ରାଧିକ ଶ୍ରଦ୍ଧାଳୁ ଙ୍କ ସମାଗମ ହୋଇଥିଲା। ଏହି ଅବସରରେ ପୂର୍ବ ବର୍ଷ ମାନଙ୍କରେ କର୍ତ୍ତା ସାଜିଥିବା ବ୍ୟକ୍ତିମାନଙ୍କୁ ସମ୍ମାନିତ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ସାଧାରଣ ସମ୍ପାଦକ ଅନୀଲ କୁମାର ଦାଶ, ବୈରାଗୀ ଚରଣ ରାଉତ, ସୁଶାନ୍ତ କୁମାର ଦାସ,ମୃଣୟ ରାୟଗୁରୁ,କେଶବ ଚନ୍ଦ୍ର ପତି, ମହେଶ୍ୱର ସିଂ,ପୁରଞ୍ଜନ ଦାସ, ମନୋଜ କୁମାର ଆଚାର୍ଯ୍ୟ, କୁଞ୍ଜବିହାରୀ ରାଉତ, ସଂଯୁକ୍ତା ଆଚାର୍ଯ୍ୟ,ଆଶାଲତା ଦାଶ, ପଦ୍ମଚରଣ ଦାଶ, ନିରଞ୍ଜନ ପଣ୍ଡା, ରଘୁନାଥ ଦାଶ, ବାସନ୍ତୀ ସ୍ବାଇଁ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ।

କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ଚିତ୍ରଶିଳ୍ପୀ ସଂଘ ର ନୂତନ କର୍ମକର୍ତ୍ତା ଚୟନ

masiha

ବାହାନଗା ରେଳ ଦୁର୍ଘଟଣାଗ୍ରସ୍ତଙ୍କ ଲାଗି ପ୍ରଧାନମନ୍ତ୍ରୀ ରିଲିଫ୍ ପାଣ୍ଠିକୁ ଯୁଗ ପୁରୁଷୋତ୍ତମ ଶ୍ରୀ ଶ୍ରୀ ଠାକୁର ଅନୁକୂଳ ଚନ୍ଦ୍ରଙ୍କ ସତସଙ୍ଗ ପକ୍ଷରୁ ୫୦ ଲକ୍ଷ ଟଙ୍କା ସହାୟତା

Sunil Chandra Nayak

ଚଇତିର ଉଦ୍ଘାଟନୀ ଉତ୍ସବ ସାଂସ୍କୃତିକ ଶୋଭାଯାତ୍ରା ନିମନ୍ତେ ପ୍ରସ୍ତୁତି ବୈଠକ ଅନୁ୍ଷ୍ଠିତ 

masiha

Leave a Comment

error: Content is protected !!