ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନବରଙ୍ଗପୁରରେ ବିଶ୍ୱ ସିକଲ ସେଲ ଦିବସ–୨୦୨୬ ପାଳିତ 

ନବରଙ୍ଗପୁରରେ ବିଶ୍ୱ ସିକଲ ସେଲ ଦିବସ–୨୦୨୬ ପାଳିତ 

ନବରଙ୍ଗପୁର :(୧୯.୬.୨୦୨୬)(ରବି ନାରାୟଣ ମହାନ୍ତି)ବିଶ୍ୱ ସିକଲ ସେଲ ଦିବସ–୨୦୨୬ ପାଳନ ଅବସରରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ (ଡିଏଚଏଚ) ନବରଙ୍ଗପୁରର ସମ୍ମିଳନୀ ଗୃହରେ ଏକ ସଚେତନତା ଓ ଆଲୋଚନା ସଭା ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଡା. ପ୍ରଫୁଲ୍ଲ କୁମାର ପାଢ଼ୀ, ମୁଖ୍ୟ ଜିଲ୍ଲା ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ (CDM&PHO) ଅଧ୍ୟକ୍ଷତା କରିଥିଲେ।କାର୍ଯ୍ୟକ୍ରମରେ ଡା. ମଲୟ କୁମାର ତ୍ରିପାଠୀ, ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ (DPHO), ଡା. ମନମୋହନ ବିଷୋୟୀ, ବରିଷ୍ଠ ମେଡିସିନ ବିଶେଷଜ୍ଞ, ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ସତ୍ୟ ନାରାୟଣ ପ୍ରଧାନ, ଇଲେକ୍ଟ୍ରୋନିକ ଓ ପ୍ରିଣ୍ଟ ମିଡିଆର ପ୍ରତିନିଧିମାନେ ଏବଂ ସ୍ୱାସ୍ଥ୍ୟ ବିଭାଗର କର୍ମଚାରୀମାନେ ଉପସ୍ଥିତ ଥିଲେ।ସହକାରୀ ପରିଚାଳକ (ଅଣସଂକ୍ରାମକ ରୋଗ)ତରୁଣ କୁମାର ସାହୁ ସମଗ୍ର କାର୍ଯ୍ୟକ୍ରମକୁ ସଫଳତାର ସହ ସଂଯୋଜନା କରିଥିଲେ।ସଭାରେ ସିକଲ ସେଲ ରୋଗର ସ୍କ୍ରିନିଂ, ରୋଗର ଅବସ୍ଥା, ରୋଗୀ ପରିଚାଳନା ଏବଂ ଚିକିତ୍ସା ପ୍ରୋଟୋକଲ ସମ୍ବନ୍ଧରେ ବିସ୍ତୃତ ଆଲୋଚନା ହୋଇଥିଲା। ବକ୍ତାମାନେ ଶୀଘ୍ର ରୋଗ ଚିହ୍ନଟ, ନିୟମିତ ଚିକିତ୍ସା ଓ ଜନସଚେତନତାର ଆବଶ୍ୟକତା ଉପରେ ଗୁରୁତ୍ୱ ଆରୋପ କରିଥିଲେ।ଏହି ଅବସରରେ ସିକଲ ସେଲ ରୋଗୀଙ୍କ ଚିକିତ୍ସା ଓ ସେବା କ୍ଷେତ୍ରରେ ତାଙ୍କର ନିଷ୍ଠାପୂର୍ଣ୍ଣ ଅବଦାନ ପାଇଁ ଡା. ମନମୋହନ ବିଷୋୟୀଙ୍କୁ ସମ୍ମାନିତ କରାଯାଇଥିଲା।ସଚେତନତା ବୃଦ୍ଧି ଉଦ୍ଦେଶ୍ୟରେ ଇଲେକ୍ଟ୍ରୋନିକ ଓ ପ୍ରିଣ୍ଟ ମିଡିଆ ପ୍ରତିନିଧିମାନଙ୍କ ମଧ୍ୟରେ ଏକ କୁଇଜ୍ ପ୍ରତିଯୋଗିତା ମଧ୍ୟ ଆୟୋଜିତ ହୋଇଥିଲା।ଶେଷରେ ଡା. ପ୍ରଫୁଲ୍ଲ କୁମାର ପାଢ଼ୀ, CDM&PHO ଧନ୍ୟବାଦ ଜ୍ଞାପନ କରି ସଭାର ସମାପନ ଘୋଷଣା କରିଥିଲେ। ସେ ସିକଲ ସେଲ ନିୟନ୍ତ୍ରଣ ଓ ପରିଚାଳନା କ୍ଷେତ୍ରରେ ଜିଲ୍ଲା ପ୍ରଶାସନର ନିରନ୍ତର ପ୍ରୟାସ ଜାରି ରହିବ ବୋଲି ମତ ପ୍ରକାଶ କରିଥିଲେ।

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ 

Related posts

ରାଜଧାନୀରେ ଅନୁଷ୍ଠିତ ହେଲା ଢେଙ୍କାନାଳ ଉତ୍ସବ 

ଲାଉତୁମ୍ବl କଳାକୃତି ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଉଦଯାପିତ 

Sunil Chandra Nayak

ରାଇରଙ୍ଗପୁର ଅସନଵଣି ଶିଳ୍ପାଞ୍ଚଳରେ ଡାଇନା ଫୋମ ଇଣ୍ଡଷ୍ଟ୍ରି ରେ ରାସାୟନିକ ବିପର୍ଯ୍ୟୟ ପରିଚାଳନା ସମ୍ବନ୍ଧୀୟ ମକଡ୍ରିଲ 

masiha

Leave a Comment

error: Content is protected !!