ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କୋଶଳ ଉଚ୍ଚ ବିଦ୍ୟାଳୟ ପରିସରରେ ଆଚାର୍ଯ୍ୟ ଆଚାର୍ଯ୍ୟା ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ 

କୋଶଳ ଉଚ୍ଚ ବିଦ୍ୟାଳୟ ପରିସରରେ ଆଚାର୍ଯ୍ୟ ଆଚାର୍ଯ୍ୟା ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ 

ସଦର ସୁବର୍ଣ୍ଣପୁର ଜିଲ୍ଲାର ସ୍ଥାନୀୟ ପଟାଭାଡ଼ି ଠାରେ ଗଢିଉଠିଥିବା କୋଶଳ ଉଚ୍ଚ ବିଦ୍ୟାଳୟରେ ତ୍ରି ଦିବସୀୟ ଆଚାର୍ଯ୍ୟ ଆଚାର୍ଯ୍ୟା ପ୍ରଶିକ୍ଷଣ ଶିବିର ଉଦଘାଟିତ ହୋଇ ଯାଇଅଛି || ନୁଆଁ ଶିକ୍ଷା ବର୍ଷରେ ନୂତନ ଢାଞ୍ଚା ଓ ଶିକ୍ଷାଦାନ ଶୈଳୀର ଦକ୍ଷତା ବୃଦ୍ଧି କରିବା ପାଇଁ ଗ୍ରୀଷ୍ମ ଅବକାଶ ପରେ ସମସ୍ତ ଶିକ୍ଷକ ଓ ଶିକ୍ଷୟତ୍ରୀମାନଙ୍କୁ ନେଇ ଏକ ପ୍ରଶିକ୍ଷଣ ବର୍ଗ ଅନୁଷ୍ଠିତ ହୋଇଛି | ଯାହାଫଳରେ ତାଲିମ ପ୍ରାପ୍ତ ହୋଇ ଶିକ୍ଷାଦାନ ଦେଲେ ଶିଶୁମାନେ ଲାଭବାନ ହେବେ ଓ ଅଗ୍ରଗତି ପାନ୍ଥକୁ ଅବଲୋକନ କରିବା ହେବେ | ଏହି ପ୍ରଶିକ୍ଷଣରେ ସୁଦୂର ନବରଙ୍ଗପୁର, କୋରାପୁଟ, ବୌଦ୍ଧ ଏହିପରି ଅନେକ ସ୍ଥାନରୁ ଆସି ଯୋଗଦେଇ ତାଲିମ ଗ୍ରହଣ କରିବେ | କାର୍ଯ୍ୟକ୍ରମର ଉଦ୍ଘାଟନୀ ସମାରୋହରେ ମୁଖ୍ୟ ଅତିଥି ଭାବରେ ଜିଲ୍ଲାର ସୁପରିଚିତା ଅତିରିକ୍ତ ଜିଲ୍ଲାପାଳ ଶ୍ରୀମତୀ ଅଞ୍ଜଳୀନା ପଧାନ, ସ୍ୱତନ୍ତ୍ର ଅତିଥି ଭାବରେ ଭାରତୀୟ ଶିକ୍ଷା ବିକାଶ ସଂସ୍ଥାନ ର ପ୍ରତିଷ୍ଠାତା ଶ୍ରୀମହନ୍ତ ମହାମଣ୍ଡଳେଶ୍ୱର କମଳାକାନ୍ତ ଦାସ ମହାରାଜ, ସଂସ୍ଥାନର କାର୍ଯ୍ୟକାରୀ ସମ୍ପାଦକ ଶ୍ରୀଯୁକ୍ତ ପ୍ରକାଶ ଚନ୍ଦ୍ର ବିଷୋୟୀ, ବିଦ୍ୟାଳୟର ସଭାପତି ତଥା ବିଶିଷ୍ଟ ସମାଜସେଵୀ ଶ୍ରୀଯୁକ୍ତ ଶ୍ରୀବତ୍ସ ମଲ୍ଲିକ ଓ ମୁଖ୍ୟ ବକ୍ତା ଭାବରେ ସୁବର୍ଣ୍ଣପୁର ମହାବିଦ୍ୟାଳୟର ପ୍ରାଣୀ ବିଜ୍ଞାନ ବିଭାଗର ବରିଷ୍ଠ ଅଧ୍ୟାପକ ଶ୍ରୀଯୁକ୍ତ ଉମାକାନ୍ତ ନାଗ ପ୍ରଭୃତି ଯୋଗଦେଇ ବିଭିନ୍ନ ଉପଦେଶାତ୍ମକ ବାଣୀ ଉପସ୍ଥାପିତ କରିବା ସହ ଏକ ଆଦର୍ଶ ଶିକ୍ଷକ ହୋଇ ଗଢି ଉଠିବାକୁ ପରାମର୍ଶ ଦେଇଥିଲେ |ପ୍ରାୟତଃ 45 ଜଣ ଗୁରୁଜୀ ଗୁରୁମା ଯୋଗ ଦେଇଛନ୍ତି || ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ଶ୍ରୀଯୁକ୍ତ ପରମା ନାଏକ ଅତିଥିଙ୍କ ଉଦ୍ଧେଶ୍ୟର ସ୍ୱାଗତ ଅଭିଭାଷଣ ରଖିବା ସହିତ ଶିବିରର ଉଦ୍ଧେଶ୍ୟ ଉପସ୍ଥାପନ କରିଥିଲେ | ସମ୍ପାଦକ ଶ୍ରୀଯୁକ୍ତ ସଞ୍ଜୟ କୁମାର ସାହୁ ଧନ୍ୟବାଦର ପର୍ବକୁ ଆଗେଇଥିଲେ ଓ ସହ ପ୍ରଧାନ ଆଚାର୍ଯ୍ୟା ସୁଶ୍ରୀ ସ୍ମିତାରାଣୀ ନାଏକ ମଞ୍ଚ ପରିଚାଳନା କରିଥିଲେ | ଶିକ୍ଷକ ପ୍ରମୋଦ ସାହୁ, ଦୀପକ କୁମ୍ଭାର, ସୁମନ ସାହୁ, ଶୁକ୍ଳମ୍ବର ବନଛୋର ଓ ଶିକ୍ଷୟତ୍ରୀ ଦିପ୍ତିମୟୀ ପଲିଆ, କାମିନୀ ଜେନା, ବୁଲି ବିଶ୍ୱାଳ, ରମିଲା ସାହୁ, ଅନନ୍ୟା ପଧାନ, ନମିତା କୁମ୍ଭାର, ରୁପା ପଧାନ, ପ୍ରଭୁତି ଯୋଗଦେଇ କାର୍ଯ୍ୟକ୍ରମ ସୁଫଳ କରିଥିଲେ।

Related posts

ଇନଷ୍ଟିଚ୍ୟୁସନ୍ ଅଫ୍ ଇଞ୍ଜିନିୟର୍ସ, ରାଉରକେଲାର ଆଣବିକ ପରୀକ୍ଷା ବିରୋଧରେ ଆନ୍ତର୍ଜାତୀୟ ଦିବସ ପାଳନ 

masiha

ସଂକୁଳ ସ୍ତରୀୟ ଜ୍ଞାନ ବିଜ୍ଞାନ ମେଳା

Sunil Chandra Nayak

ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଜୟନ୍ତୀ ପାଳିତ

masiha

Leave a Comment

error: Content is protected !!