ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପ୍ରଧାନମନ୍ତ୍ରୀଙ୍କ ପାହାଡପୁର ଗସ୍ତ ; ରାଷ୍ଟ୍ରପତିଙ୍କ ଗ୍ରାମକୁ ଦେଶର ପ୍ରଥମ ସୌରଗ୍ରାମ ଆତିଥ୍ୟ ଭେଟି

ପ୍ରଧାନମନ୍ତ୍ରୀଙ୍କ ପାହାଡପୁର ଗସ୍ତ ; ରାଷ୍ଟ୍ରପତିଙ୍କ ଗ୍ରାମକୁ ଦେଶର ପ୍ରଥମ ସୌରଗ୍ରାମ ଆତିଥ୍ୟ ଭେଟି

ରାଇରଙ୍ଗପୁର – ୨୨/୦୬  ମହାମହିମ ରାଷ୍ଟ୍ରପତିଙ୍କ ୬୮ ତମ ଜନ୍ମ ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପାହାଡ଼ପୁର ଗ୍ରାମକୁ ଆସି ସେଠାକାର ପରିବେଶ, ପାହାଡପର୍ବତ, ଦୁର୍ଗମ ଅଞ୍ଚଳର, ଆଦାବାସୀଙ୍କ ସଂସ୍କୃତି, ସଫା ଘର‌ଦ୍ବାର ଦେଖି ବିଭୋର ହୋଇପଡିଥିଲେ ।ଏଠାକାର ଆତିଥ୍ୟ ଦେଖି ବିମୋହିତ ହୋଇ ୍ ଏହି ପାହାଡ଼ ପୁର ଗ୍ରାମକୁ ଭାରତର ପ୍ରଥମ ସୌର ଗ୍ରାମ ଘୋଷଣା କରିଥିଲେ ।ଏହି ସୌର ଗ୍ରାମ ହେବା ଦ୍ଵାରା ଏହା ଅନ୍ଧାରିମୂଲକରୁ ଦୂରେଇବା ସହ ଶିକ୍ଷା, ସ୍ଵାସ୍ଥ୍ୟ ଏବଂ ଆର୍ଥିକ ବିକାଶରେ ସହାୟକ ହେବ ।ପୂର୍ବରୁ ଏସଏଲସ ଟ୍ରଷ୍ଟ ଦ୍ଵାରା ପରିଚାଳିତ ଆଵାସିକ ବିଦ୍ୟାଳୟ ସୌରାୟନ ହୋଇଥିଲା ।ଟିପିଏନଓଡିଏଲର ସିଇଓ ଦୁଷ୍ଯାନ୍ତ ତ୍ୟାଗୀ ତୁରନ୍ତ ରାଇରଙ୍ଗପୁର ବିଦ୍ୟୁତ ଡିଭିଜିଓନାଲ ବିଭାଗକୁ ସର୍ଭେ କରିବା ପାଇଁ ନିର୍ଦେଶ ଦେଇଥିଲେ ।ଟିପିଏନଓଡିଏଲର ଏସଡିଓ ଚିରଞ୍ଜିବୀ ସାହୁ ତାଙ୍କ କର୍ମଚାରୀଙ୍କୁ ଧରି ପାହାଡପୁରର ସମସ୍ତ ଘରକୁ ସର୍ଭେ କରିଥିଲେ ।ଏଥିରେ ସର୍ଭେରେ ୧୪୨ ଟି ଘର ମଧ୍ୟରୁ ୫୭ ଟି ପକ୍କା ଘର ।ସମସ୍ତ ଘରକୁ ସୌରାୟାନ କରାଯିବ ।ଚାଳ, ଛପର, ଆଜବେଷ୍ଟସ ଘରକୁ ଷ୍ଟାଣ୍ଡ ପଏଣ୍ଟ କରାଯାଇ ସୋଲାର ବ୍ୟବସ୍ଥା କରାଯିବ ।ତଲକପୋଖରୀ ସରପଞ୍ଚ ତଥା ପାହାଡ଼ ପୁର ଗ୍ରାମ ବାସିନ୍ଦା ରୁକ୍ମଣୀ ମୁର୍ମୁ ,ଜଗନ୍ନାଥ ମୁର୍ମୁ ସମେତ ସମସ୍ତ ଗ୍ରାମବାସୀ ବହୁତ ଖୁସି ହେବା ସହ ଦ୍ରୌପଦୀ ମୁର୍ମୁ ଏବଂ ପ୍ରଧାନମନ୍ତ୍ରୀ ତାଙ୍କ ଗାଁ ପ୍ରତି ସଦୟ ହୋଇଥିବାରୁ କୃତଜ୍ଞତା ଜଣାଇଥିଲେ ।ସେମାନେ କହିଥିଲେ ପାହାଡ଼ପୁର ଗ୍ରାମ ଜଙ୍ଗଲ ଭିତରେ ହୋଇଥିବାରୁ ବନ୍ଯ ଜୀବଜନ୍ତୁ ଭାଲୁ , ହାତୀ ରାତିରେ ଆଲୁଅ ଯୋଗୁଁ ଗ୍ରାମକୁ ଆସିବେ ନାହିଁ ।ବର୍ଷା, ବାତ୍ୟା ରେ ବିଦ୍ୟୁତ କଟ୍ ହେବ ନାହିଁ ।ଆଦିବାସୀ ପିଲାମାନେ ପାଠ ପଢି ପାରିବେ ।ଲୋକଙ୍କର ଆର୍ଥିକ କାରବାରରେ ସହାୟକ ହେବ ।

ରାଇରଙ୍ଗପୁର ରୁ ଅକ୍ଷୟ ବିଶ୍ଵାଳ

Related posts

ଗ୍ରାମୀଣ ଓଡ଼ିଶାରେ କ୍ୟାନସରର ପ୍ରତିକାର ତଥା ହ୍ରାସ ଉପରେ ସଚେତନତା ସୃଷ୍ଟି କରିଛି ବେଦାନ୍ତ 

masiha

ଧର୍ମଗଡରେ ରଥଯାତ୍ରା ପ୍ରସ୍ତୁତି ବୈଠକ ନୂତନ ରଥ ନିର୍ମାଣ ଓ ଶାନ୍ତି ଶୃଙ୍ଖଳା ଉପରେ ଗୁରୁତ୍ବ

masiha

ଆଦିବାସୀ ଭାଷା ସାନ୍ତାଳୀ ଓ ହୋ ମୁଣ୍ଡା ଭାଷାରେ ରେଳ ଷ୍ଟେସନ ଗୁଡିକରେ ନାମଫଳକ ଲେଖିବା ଓ ସୂଚନା ପ୍ରସାରଣ ପାଇଁ ଦାବି

masiha

Leave a Comment

error: Content is protected !!