ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବାଲିଗୁଡା ଏନଏସି ରେ ହୋଇଥିବା ଦୁର୍ନୀତି ର ଉଚ୍ଚ ସ୍ତରୀୟ ତଦନ୍ତ ଦାବୀ ନେଇ ଦୁଇ କାଉନସିଲର ଙ୍କ ଅନିଦ୍ଧିଷ୍ଟକାଳ ପାଇଁ ଧାରଣା

ବାଲିଗୁଡା ଏନଏସି ରେ ହୋଇଥିବା ଦୁର୍ନୀତି ର ଉଚ୍ଚ ସ୍ତରୀୟ ତଦନ୍ତ ଦାବୀ ନେଇ ଦୁଇ କାଉନସିଲର ଙ୍କ ଅନିଦ୍ଧିଷ୍ଟକାଳ ପାଇଁ ଧାରଣା

ବାଲିଗୁଡା, ତା, ୨୨/୦୬:(ମନିସ): କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଏନ୍ଏସି କାର୍ଯ୍ୟାଳୟରେ ବ୍ୟାପକ ଦୁର୍ନୀତି ସହ ଆୟବ୍ୟୟର ହିସାବ ଦେଉନଥିବା ପ୍ରତିବାଦ ରେ ଏନ୍ଏସି କାର୍ଯ୍ୟାଳୟ ସମ୍ମୁଖରେ ଦୁଇ ଜଣ କଂଗ୍ରେସ କାଉନସିଲର ପୁଣି ସୋମବାର ଠାରୁ ଅନିର୍ଦ୍ଧିଷ୍ଟ କାଳ ପାଇଁ ଗାନ୍ଧୀ ଫୋଟ ଚିତ୍ରରେ ପୁଲ ମାଳ ଦେଇ ଫ୍ଲାଗ କାର୍ଡ ଧରି ୫ ଟି ପ୍ରମୁଖ ଅଭିଯୋଗ ଓ ୪ ଦାବୀ ନେଇ ଶାନ୍ତି ପୂର୍ଣ୍ଣ ଭାବରେ ଗଣତାନ୍ତ୍ରିକ ଉପାୟରେ ୧ନଂ. ୱାର୍ଡ଼ ର ଅଜୟ କୁମାର ନାୟକ ଓ ୧୩ ନଂ ୱାର୍ଡ ର ଆଲୋକ କୁମାର ନାୟକ ଏହି ଦୁଇଜଣ କାଉନସିଲର ଧାରଣା ରେ ବସିଛନ୍ତି l ସେମାନଙ୍କ ର ୫ଟି ପ୍ରମୁଖ ଅଭିଯୋଗ ମଧ୍ୟରେ ନିର୍ବାଚିତ ହେବା ଦିନ ଠାରୁ ଏନ ଏ ସି ର ଆୟ-ବ୍ୟୟ ହିସାବ ପ୍ରଦାନ କରାଯାଇନାହିଁ, କାଉନସିଲର ବୈଠକ ନିୟମିତ ଭାବେ ହେଉନାହିଁ , ବିନା ରେଜୋଲ୍ୟୁସନରେ ବିଭିନ୍ନ କାର୍ଯ୍ୟ କରାଯାଇଛି, ଯେଉଁ ସ୍ଥାନରେ କାମ ହେବାକୁ ଅନୁମୋଦଳ ମିଳୁଛି, ସେହି କାମ ଅନ୍ୟ ସ୍ଥାନରେ କରାଯାଇଛି l ସରକାରୀ ଅର୍ଥର ଅପବ୍ୟବହାର ଓ ଅନିୟମିତତାର ଅଭିଯୋଗ ହୋଇଛି ଏବଂ ୪ ଟି ଦାବୀ ମଧ୍ୟରେ ବାଲିଗୁଡ଼ା ଏନ ଏ ସି ର ଆୟ-ବ୍ୟୟର ସମ୍ପୂର୍ଣ୍ଣ ହିସାବ ସାର୍ବଜନୀନ କରାଯାଇ ସମସ୍ତ ବିକାଶମୂଳକ କାର୍ଯ୍ୟର ଭିଜିଲାନ୍ସ ତଦନ୍ତ କରାଯାଉ, ଉଚ୍ଚସ୍ତରୀୟ ନିରପେକ୍ଷ ତଦନ୍ତ ମାଧ୍ୟମରେ ସତ୍ୟ ଭନ୍ମୋଚନ କରାଯାଉ , ଦୋଷୀ ଅଧୁକାରୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯାଉ । ସେମାନଙ୍କ ଲକ୍ଷ୍ୟ ସ୍ଵଚ୍ଛ ପ୍ରଶାସନ ଓ ଦୁର୍ନୀତିମୁକ୍ତ ବାଲିଗୁଡା ଗଠନ ପାଇଁ ଆସନ୍ତୁ ଏକାଠି ହେବା ବୋଲି ସ୍ଲୋଗାନ ରହିଛି । ଏନେଇ ସେମାନେ ପ୍ରଶାସନ ଓ ପୁଲିସ କୁ ଅବଗତ କରାଇ ଅନିଦ୍ଧିଷ୍ଟକାଳ ପାଇଁ ଧାରଣାରେ ବସିଛନ୍ତି l ଅନ୍ୟପଟେ ସ୍ବତନ୍ତ୍ର ଅଡିଟ୍ କରି ସମସ୍ତ ତଥ୍ୟ ନଦେବା ଯାଏଁ ଆମେ ଧାରଣାରୁ ହଟିବୁ ନାହିଁ ବୋଲି କହିଛନ୍ତି ଦୁଇ କଂଗ୍ରେସ କାଉନସିଲର । ଏହା ସହ ଏକ ନିର୍ଦ୍ଧିଷ୍ଟ ରାଜନୈତିକ ଦଳ ର କିଛି କୁଜିନେତା ଏହି ଏନ୍ଏସି ବୈଠକ ପରିଚାଳନା କରୁଛନ୍ତି ତାଙ୍କୁ କିଏ ଅଧିକାର ଦେଲା ବୋଲି ପ୍ରଶ୍ନ କରିଛନ୍ତି।

ରିପୋର୍ଟ:-ସଞ୍ଜୟ କୁମାର ପାଣିଗ୍ରାହୀ 

Related posts

ସର୍ବଭାରତୀୟ ସ୍ତରରେ ବିପିୟୁଟି ସ୍ମାର୍ଟ ଇଣ୍ଡିଆ ହାକାଥନ୍-୨୦୨୫ ଗ୍ରାଣ୍ଡ ଫାଇନାଲ ନୋଡାଲ୍ ସେଣ୍ଟର ଭାବରେ ମନୋନୀତ

Sunil Chandra Nayak

ରାସ୍ତାରେ ମହାବଳ ବାଘ:: ଅଞ୍ଚଳରେ ଭୟର ବାତାବରଣ 

Sunil Chandra Nayak

ଅ’ ସାହିତ୍ୟ ଅନୁଷ୍ଠାନର ବାର୍ଷିକ କବିତା ଆସର

masiha

Leave a Comment

error: Content is protected !!