ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଏହି ମେଳା ଆୟୋଜନ ଦ୍ୱାରା ଅନେକ ବେକାର ଯୁବତୀ ଯୁବକ ଅନୁପ୍ରାଣିତ ହୋଇ ସ୍ବାବଲମ୍ବୀ ହୋଇ ପାରିବେ । ମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର

ଆରମ୍ଭ ହେଲା ଖଦି ମେଳା; ଭାଗ ନେଲେ ୪୦ଟି ଅନୁଷ୍ଠାନ

ଚଳିତ ବର୍ଷ ଓଡ଼ିଶା ଖଦି ଓ ଗ୍ରାମୋଦ୍ୟୋଗ ବୋର୍ଡ଼ ପକ୍ଷରୁ ଖଦି ବୋର୍ଡ଼ର ଖାରବେଳ ନଗର ସ୍ଥିତ କାର୍ଯ୍ୟାଳୟ ପରିସରରରେ ଆରମ୍ଭ ହୋଇଛି।ମହାମାରୀ ସମୟରେ ଏହି ଖଦି ବୁଣାକାର ଓ କାରିଗରମାନେ ଅନେକ କ୍ଷତି ସହିଥିଲେ। ବୁଣାକାରମାନଙ୍କୁ ପୁନଃ ସ୍ରାବଲମ୍ବୀ କରିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଏକ ସ୍ୱତନ୍ତ୍ର ବଜାର ଯୋଗାଇ ଦେବା ଉଦ୍ଦେଶ୍ୟରେ ଏହି ପ୍ରଦର୍ଶନୀର ଆୟୋଜନ କରାଯାଉଛି। ଖଦି ବୁଣାକାର ତଥା ଗ୍ରାମ୍ୟଶିଳ୍ପ କାରିଗରମାନଙ୍କୁ ସେମାନଙ୍କ ଉତ୍ପାଦ ବିକ୍ରୟ କରିବାରେ ସାହାଯ୍ୟ କରିବା ସଙ୍ଗେ ସଙ୍ଗେ ସେମାନଙ୍କ ନିମନ୍ତେ ଏକ ବଜାର ସୃଷ୍ଟି କରିବା ଏହି ପ୍ରଦର୍ଶନୀ ଆୟୋଜନର ମୂଳ ଲକ୍ଷ୍ୟ। ୧୪ ତାରିଖରୁ ୨୩ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ରାଜ୍ୟ ସ୍ତରୀୟ ଖଦି ଓ ଗ୍ରାମୋଦ୍ୟୋଗ ପ୍ରଦର୍ଶନୀ ଉଦ୍ଘାଟିତ ହୋଇଯାଇଛି। ମୁଖ୍ୟ ଅତିଥି ଭାବେ ମାନ୍ୟବର ଶକ୍ତି, ଗୃହ, ଶିଳ୍ପ ଏବଂ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ମନ୍ତ୍ରୀ କ୍ୟାପଟେନ୍‌ ଦିବ୍ୟଶଙ୍କର ମିଶ୍ର, ମୁଖ୍ୟବକ୍ତା ଭାବେ ସୂଚନା ଓ ଲୋକ ସମ୍ପର୍କ ବିଭାଗ ମନ୍ତ୍ରୀ ରଘୁନନ୍ଦନ ଦାସ, ସମ୍ମାନିତ ଅତିଥି ଭାବେ ବିଧାୟକ ଅନନ୍ତ ନାରାୟଣ ଜେନା ଯୋଗଦେଇ ପ୍ରଦର୍ଶନୀର ଶୁଭାରମ୍ଭ କରିଛନ୍ତି। କରୋନା ମହାମାରୀ ଯୋଗୁ ଦୀର୍ଘ ୧ବର୍ଷ ଧରି ଗାଁ ଗହଳିର ଗରିବ ବୁଣାକାର ହାତବାନ୍ଧି ବସିଥିବାବେଳେ ସେମାନଙ୍କ ଉତ୍ପାଦିତ ସାମଗ୍ରୀର ପ୍ରଦର୍ଶନ ଓ ବିପଣନ ପାଇଁ ଏହି ମେଳା ଅନ୍ଧାର ଭିତରେ ଆଲୋକବର୍ତ୍ତିକା ହେବ। ଏହାବ୍ୟତୀତ ମେଳାଦ୍ୱାରା ଅନେକ ବେକାର ଯୁବତୀ ଯୁବକ ଅନୁପ୍ରାଣିତ ହୋଇ ସ୍ବାବଲମ୍ବୀ ହୋଇ ପାରିବେ ବୋଲି ଅତିଥିମାନେ କହିଛନ୍ତି। ବୋର୍ଡ ସଭାପତି ସଂଗ୍ରାମ କେଶରୀ ପାଇକରାୟ ସଭାପତିତ୍ୱ କରି କହିଛନ୍ତି, ଖଦିକୁ ବାଦ୍‌ଦେଇ ଦେଶର ଆର୍ଥିକ ପ୍ରଗତି ପରିକଳ୍ପନା କରାଯାଇ ପାରିବ ନାହିଁ। ଖଦି କେବଳ ବସ୍ତ୍ର ନୁହେଁ, ଏକ ବିଚାର। ଏଥିପ୍ରତି ଅଧିକରୁ ଅଧିକ ଲୋକଙ୍କ ଆକର୍ଷିତ କରିବା ପାଇଁ ଏହି ମେଳା ଏକ ପ୍ରୟାସ ବୋଲି ପାଇକରାୟ କହିଛନ୍ତି।

ପ୍ରତିବର୍ଷ ଏହି ମେଳାର ଆୟୋଜନ ହେଉଥିବାବେଳେ ୨୦୨୦ରେ ମହାମାରୀ ପାଇଁ ସମ୍ପୂର୍ଣ୍ଣ ବନ୍ଦ ରହିଥିଲା ଏହି ମେଳା।ଏବର୍ଷ ବେଶ ଆଡ଼ମ୍ବର ସହକାରେ ଆୟୋଜିତ ହେବ ମେଳା। ଖଦି ପ୍ରତି ଲୋକଙ୍କ ଆଗ୍ରହ ବଢୁଛି। ଆମ ରାଜ୍ୟର ବୁଣାକାରଙ୍କୁ ରୋଜଗାର ଯୋଗାଇ ଦେବା ଓ ଖଦି ପୋଷାକକୁ ପ୍ରୋତ୍ସାହନ ଦେବା ପାଇଁ ଏହି ମେଳାର ଆୟୋଜନ ହେଉଛି। ରାଜଧାନିବାସୀ ଆସନ୍ତୁ ଖଦି ଜିନିଷ ଉପଭୋଗ କରନ୍ତୁ,” କହିଛନ୍ତି ଓଡ଼ିଶା ଖଦି ଓ ଗ୍ରାମୋଦ୍ୟୋଗ ବୋର୍ଡ଼ର ସଭାପତି ଶ୍ରୀଯୁକ୍ତ ସଂଗ୍ରାମ କେଶରୀ ପାଇକରାୟ।ରାଜ୍ୟର ବିଭିନ୍ନ ଜିଲ୍ଲାରୁ ୪୦ ଗୋଟି ସାହାଯ୍ୟପ୍ରାପ୍ତି ଖଦି ଓ ଗ୍ରାମୋଦ୍ୟୋଗ ଅନୁଷ୍ଠାନ ଏହି ପ୍ରଦର୍ଶନୀରେ ଅଂଶ ଗ୍ରହଣ କରିବେ । ବିଭିନ୍ନ ଜିଲ୍ଲାରୁ କୁଶଳୀ କାରିଗର ଓ ବୁଣାକାରମାନେ ସେମାନଙ୍କ ଉତ୍ପାଦ ପ୍ରଦର୍ଶନ ତଥା ବିକ୍ରୟ କରିବେ। ଏହି ପ୍ରଦର୍ଶନୀ ପ୍ରତ୍ୟେହ ଅପରାହ୍ନ ୩ ଟାରୁ ରାତ୍ର ୯ ଘଟିକା ପର୍ଯ୍ୟନ୍ତ ଖୋଲା ରହିବ । ପ୍ରତ୍ୟେହ ସଂଧ୍ୟାରେ ମନୋଜ୍ଞ ସାଂସ୍କୃତିକ କାର୍ଯ୍ୟକ୍ରମ ସହିତ ରୁଚିପୂର୍ଣ ଓଡ଼ିଆ ଖାଦ୍ୟର ବ୍ୟବସ୍ଥା ରହିଛି ।

ଵିଦ୍ୟାଧର ସାହୁଙ୍କ ରିପୋର୍ଟ…..

 

Related posts

ବାଲାଜି ସେଠୀ ଙ୍କ କବିତା ବିଘ୍ନ ବିନାଶକ 

Sunil Chandra Nayak

ମାମି ପାତ୍ର ଙ୍କ କବିତା ଅନ୍ଧାରକୁ ଦୂର କରି ଜାଳିବା ଆସ ଦୀପାବଳି

Sunil Chandra Nayak

ବ୍ଲକ ଆଇନ ପରାମର୍ଶ ଦାତାଙ୍କ ଯୋଗଦାନ

Leave a Comment

error: Content is protected !!