ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବରିଡା ପଞ୍ଚାୟତରେ ବିକାଶର ନୂଆ ଅଧ୍ୟାୟ : ବିଭିନ୍ନ ପ୍ରକଳ୍ପର ଭିତ୍ତିପ୍ରସ୍ତର ଓ ଉଦଘାଟନ କଲେ ଆସିକା ବିଧାୟକ ସରୋଜ କୁମାର ପାଢ଼ୀ

ବରିଡା ପଞ୍ଚାୟତରେ ବିକାଶର ନୂଆ ଅଧ୍ୟାୟ : ବିଭିନ୍ନ ପ୍ରକଳ୍ପର ଭିତ୍ତିପ୍ରସ୍ତର ଓ ଉଦଘାଟନ କଲେ ଆସିକା ବିଧାୟକ ସରୋଜ କୁମାର ପାଢ଼ୀ

ଆସିକା, ୨୪/୬/୨୬ (ଶିବ ଶଙ୍କର ମିଶ୍ର ) ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ବ୍ଲକ ଅନ୍ତର୍ଗତ ବରିଡା ‘ଏ’ ଗ୍ରାମ ପଞ୍ଚାୟତରେ ବିକାଶର ନୂଆ ଅଧ୍ୟାୟର ଶୁଭାରମ୍ଭହୋଇଛି। ଆସିକା ବିଧାୟକ ସରୋଜ କୁମାର ପାଢ଼ୀ ପଞ୍ଚାୟତରେ ବିଭିନ୍ନ ଉନ୍ନତିମୂଳକ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ ଏବଂ ଉଦଘାଟନ କରି ଅଞ୍ଚଳବାସୀଙ୍କୁ ବିକାଶର ନୂତନ ଉପହାର ପ୍ରଦାନ ନାନ କରିଛନ୍ତି। ପ୍ରଶାସନିକ ‘ଏ’ ଆମ୍ଵ ପୁଆ ପଞ୍ଚାୟତ ଅଞ୍ଚଳର ଜନସଂଖ୍ୟା ଓ ପ୍ରଶା ଆବଶ୍ୟକତାକୁ ଦୃଷ୍ଟିରେ ରଖ୍ ଏଠାରେ ବହୁଦିନରୁ ନରୁ ଦାବି ହୋଇଆସୁଥ‌ିବା ରାଜସ୍ବ ନିରୀକ୍ଷକ (ଆର୍‌ଆଇ) କ କାର୍ଯ୍ୟାଳୟ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି। ଏହା ସହିତ ସ୍ଥାୟୀ କାର୍ଯ୍ୟାଳୟ ନିର୍ମାଣ ସମ୍ପୂର୍ଣ୍ଣ ହେବା ପର୍ଯ୍ୟନ୍ତ ଲୋକ ମଧ୍ଯ ଉଦଘାଟନ କରାଯାଇଛି। ଏହା ଫଳରେ ଜମିଜମା, ପଟ୍ଟା, ମ୍ୟୁଟେସନ୍ ଓ ଅନ୍ୟାନ୍ୟ ରାଜସ୍ବ ସମ୍ବନ୍ଧୀୟ କାର୍ଯ୍ୟ ପାଇଁ ଆଉ ଦୂରସୁ ସ୍ଥାନକୁ ଯିବାକୃ ବାକୁ ପଡ଼ିବ ନାହିଁ ବୋଲି ସ୍ଥାନୀୟ ଲୋକେ ଆଶା ପ୍ରକାଶ କରିଛନ୍ତି। କାର୍ଯ୍ୟକ୍ରମ ଅବସରରେ ଶତାଧୂକ ବିଜେପି କର୍ମୀ, ମହିଳା ଓ ସ୍ଥାନୀୟ ଜନସାଧାରଣ ବିଧାୟକଙ୍କୁ ଭବ୍ୟ ସ୍ବାଗତ ଜଣାଇଥିଲେ। ଘଣ୍ଟ, ମୃଦଙ୍ଗ ଓ ଢୋଲ ବାଦ୍ୟର ତାଳେ ତାଳେ ବିଧାୟକଙ୍କୁ ପଞ୍ଚାୟତ ପରିକ୍ରମା । ଯାଇଥିଲା। ଏହି ଅବସରରେ ସେ ପଞ୍ଚାୟତର ବିଭିନ୍ନ ସାହି ଓ ଗ୍ରାମ ପରିଦର୍ଶନ କରି ସ୍ଥାନୀୟ ଲୋକଙ୍କ ସମସ୍ୟା ଶୁଣିଥିଲେ ଏବଂ ସେଗୁଡ଼ିକର । ମାଧାନ ନିମନ୍ତେ ପଦକ୍ଷେପ ନେବାକୁ ପ୍ରତିଶ୍ରୁତି ଦେଇଥିଲେ।

ବିଧାୟକ ତାଙ୍କ ବକ୍ତବ୍ୟରେ ରାଜ୍ୟ ସରକାରଙ୍କ ବିଭିନ୍ନ ଲୋକକଲ୍ୟାଣକାରୀ ଯୋଜନା ସମ୍ପର୍କରେ ଜନସାଧାରଣଙ୍କୁ ଅବଗତ କରାଇଥିଲେ । ଗ୍ରାମାଞ୍ଚଳର ସର୍ବାଙ୍ଗୀଣ ବିକାଶ, ଉନ୍ନତ ସ୍ବାସ୍ଥ୍ୟ ସେବା, କୃଷିର ଉନ୍ନତି ଓ ପ୍ରଶାସନିକ ସୁବିଧାକୁ ସରକାର ପ୍ରାଥମିକତା ଦେଉଥିବା ସେ କହିଥିଲେ। ଏହି କାର୍ଯ୍ୟକ୍ରମରେ ବହୁ ସରପଞ୍ଚ, ସମିତି ସଭ୍ୟ, ସ୍ଥାନୀୟ ଜନପ୍ରତିନିଧୂ ଏବଂ ବିଜେପି ନେତୃବୃନ୍ଦ ଉପସ୍ଥିତ ଥିଲେ। ବିଧାୟକ ପ୍ରତିନିଧୂ ସନ୍ଦୀପ ପାଢ଼ୀ, ବିଜୟ କୁମାର ସ୍ବାଇଁ, ନିରଞ୍ଜନ ମାହାନ୍ତି, ସତ୍ୟବାନ ସାହୁ, ଚିରଞ୍ଜୀବ ସ୍ବାଇଁ, ଭଗବାନ ସ୍ବାଇଁ, ସଞ୍ଜୟ କୁମାର ସ୍ବାଇଁ, ପୂର୍ଣ ଚନ୍ଦ୍ର ମହାନ୍ତି, ସାଗର କୁମାର ମହାନ୍ତି, ସୋନୁ ଜେନା,ସିତୁନ୍ ସ୍ବାଇଁ, ପପୁ ମହାନ୍ତି, ମଳୟ ସ୍ବାଇଁ, ମନୋଜ ପରିଡା, ଆଶିଷ ପାଢ଼ୀ,ଡିଜିଟା କ୍ୟାମେରା ମେନେ ବାଦଲ ସ୍ବାଇଁ, ନଗର ମଣ୍ଡଳ ସଭାପତି ଭାରତୀୟ ଜନତା ପାର୍ଟି ଭିକି ପାତ୍ର, ରାଜେନ୍ଦ୍ର ପ୍ରଧାନ ପ୍ରମୁଖ ଏଥିରେ ସାମିଲ ହୋଇ କାର୍ଯ୍ୟକ୍ରମକୁ ସଫଳ କରିଥିଲେ। ବିକାଶମୂଳକ ପଦକ୍ଷେପ ପାଇଁ ସ୍ଥାନୀୟ ଅଞ୍ଚଳବାସୀ ବିଧାୟକଙ୍କୁ ଧନ୍ୟବାଦ ଜଣାଇଥିଲେ।

Related posts

ରୋଟାରୀ କ୍ଲବ ଅଫ୍ ରାଉରକେଲା ଷ୍ଟିଲ ସିଟିର ସାମାଜିକ କାର୍ଯ୍ୟକ୍ରମ

Sunil Chandra Nayak

ଶ୍ରେଷ୍ଠ ଓଡ଼ିଆଣୀ ଅଡିସନର ପ୍ରଥମ ଦିବସ

Sunil Chandra Nayak

ଵହଳଦାର ବହୁ ଚର୍ଚ୍ଚିତ ଆନ୍ତଃ ରାଜ୍ୟ ଦୁର୍ଦାନ୍ତ ଅପରାଧୀ ଶ୍ୟାମ ଵିରୁଆର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ 

Leave a Comment

error: Content is protected !!