ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାଇୟଙ୍ଗପୁର ପ୍ରସିଦ୍ଧ ୩୯ ତମ ରଥଯାତ୍ରା ପାଇଁ ପ୍ରସ୍ତୁତି ବୈଠକ

ରାଇୟଙ୍ଗପୁର ପ୍ରସିଦ୍ଧ ୩୯ ତମ ରଥଯାତ୍ରା ପାଇଁ ପ୍ରସ୍ତୁତି ବୈଠକ

ରାଇରଙ୍ଗପୁର – ୨୫/୦୬ ଚଳିତବର୍ଷ ରାଇରଙ୍ଗପୁର ପ୍ରସିଦ୍ଧ ରଥଯାତ୍ରା – ୨୦୨୬ କୁ ଶାନ୍ତି ଶୃଙ୍ଖଳା ଓ ପାରମ୍ପାରିକ ରୀତିନୀତି ଅନୁଯାୟୀ ସୁପରିଚାଳନା ନିମନ୍ତେ ରାଇରଙ୍ଗପୁର ଉପଖଣ୍ଡ ପ୍ରଶାସନ ତଥା ଦେବୋତ୍ତର ବିଭାଗ ଏବଂ ରଥଯାତ୍ରା କମିଟି ତରଫରୁ ରାଇରଙ୍ଗପୁର ଉପଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ରଥଯାତ୍ରା କମିଟି ଅଧ୍ୟକ୍ଷ ସାଂସଦ ନବ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି ।ବୈଠକରେ ରଥ ନିର୍ମାଣ, ନୀତି କାନ୍ତି ପାଳନ ,ରଥଯାତ୍ରା ର କାର୍ଯ୍ୟ ନିର୍ଘଣ୍ଟ ଓ ପ୍ରସ୍ତୁତି, ସୁରକ୍ଷା ବ୍ୟବସ୍ଥା, ବିଦ୍ୟୁତ ଆଲୋକୀକରଣ,, ସ୍ଵାସ୍ଥ୍ୟ ସେବା, ପାନୀୟ ଜଳ ଯୋଗାଣ, ସ୍ଵଚ୍ଛତା, ଅଗ୍ନି ନିର୍ବାକ ବ୍ୟବସ୍ଥା, ଯାତାୟତ ନିୟନ୍ତ୍ରଣ, ଓ ସାଂସ୍କୃତିକ କାର୍ଯ୍ୟକ୍ରମ, ସମ୍ପର୍କରେ ବିସ୍ତୃତ ଆଲୋଚନା କରାଯାଇଥିଲା ।ସମ୍ପୃକ୍ତ ସମସ୍ତ ବିଭାଗ, ଦେବୋତ୍ତର ବିଭାଗ, ଏବଂ ସେବାୟତମାନଙ୍କ ମଧ୍ୟରେ ସମନ୍ବୟ ରକ୍ଷା କରି ସମସ୍ତ କାର୍ଯ୍ୟ ନିର୍ଦ୍ଧାରିତ ସମୟରେ ସୁଚାରୁରୂପେ ସମ୍ପାଦନା କରିବା ଉପରେ ଗୁରୁତ୍ବାରୋପ କରାଯାଇଥିଲା ‌।ରଥଯାତ୍ରା ସମୟରେ ବଡଦାଣ୍ଡ, ଏବଂ ସହରର ବିଭିନ୍ନ ସ୍ଥାନରେ ରାସ୍ତାର ଖାଲଖମାଲକୁ ମରାମତି,ବିଦ୍ୟୁତ ଆଲୋକୀକରଣ,ଟ୍ରାଫିକ ନିୟନ୍ତ୍ରଣ ସିସିଟିଭି ନଜରଦାରୀ ଓ ସ୍ବେଛାସେବୀ ମାନଙ୍କୁ ସେବା ମୂଳକ କାର୍ଯ୍ୟରେ ନିୟୋଜିତ କରାଯିବା ଉପରେ ଗୁରୁତ୍ବ ଦିଆଯାଇଥିଲା । ବୈଠକରେ ବିଧାୟକ ଜଲେନ ନାଏକ,ପୌରାଧ୍ଯକ୍ଷ ଅଭିଷେକ ପଟନାୟକ ଉପଜିଲ୍ଲାପାଳ ଉଗ୍ରସେନ ଓରାମ,ଅତିରିକ୍ତ ଉପଜିଲ୍ଲାପାଳ ବାସନ୍ତୀ ଲାକ୍ରା, ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ବିକାଶ ରଞ୍ଜନ ମହାନ୍ତି,ଏସଡିପିଓ ବୀରେନ୍ଦ୍ର ସେନାପତି, ସହକାରୀ ଜିଲ୍ଲାପାଳ ସୁଧାକାର ସେଠୀ, ଆଇଆଇସି ଜ୍ୟୋତି ପ୍ରକାଶ ସ୍ଵାଇଁ,ବରିଷ୍ଠ ସଦସ୍ୟ ମନୋରଞ୍ଜନ ମହାନ୍ତି, ଜଗନ୍ନାଥ ମନ୍ଦିର ମୁଖ୍ଯ ପୂଜକ ଦେବବ୍ରତ ରଥ ମହାପାତ୍ର, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ନବୀନ ରାମ,ସାଂସଦ ପ୍ରତିନିଧି ମନୋଜ ଦାସ, ପ୍ରାକ୍ତନ ବିଧାୟକ ଲକ୍ଷ୍ମଣ ମାଝୀ,ନିରଜ ପଣ୍ଡା, ବରିଷ୍ଠ ନିଜସ୍ଵ ସହାୟକ ପ୍ରସାଦ ବେହେରା,ଵିଭିନ୍ନ‌ ବିଭାଗୀୟ ଅଧିକାରୀ,ଗଣମାଧ୍ୟମ ପ୍ରତିନିଧି,ସହରର ମାନ୍ୟଗଣ୍ୟ ବ୍ୟକ୍ତି ଯୋଗଦେଇ ରଥଯାତ୍ରା ସମ୍ପର୍କିତ ଆଲୋଚନାରେ ସକ୍ରିୟ ଅଂଶ ଗ୍ରହଣ କରି ସୁଚିନ୍ତିତ ମତାମତ ଦେଇଥିଲେ ।

ରାଇରଙ୍ଗପୁର ରୁ ଅକ୍ଷୟ ବିଶ୍ବାଳ

Related posts

ଶିଳ୍ପୀ ଗତି କୃଷ୍ଣ ନାଏକ ପାଇଲେ ଶରତ କୁମାର ରଥ ମେମୋରିଆଲ ପୁରସ୍କାର 2023

Sunil Chandra Nayak

ଡାକ୍ତର ସଦାନନ୍ଦ ପାଣିଗ୍ରାହି ଙ୍କୁ ମହାତ୍ମା ଗାନ୍ଧୀ ଲାଇଫ ଟାଇମ ଆଚିଭମ୍ୟାଣ୍ଟ ଆୱାର୍ଡ଼ ରେ ସମ୍ବର୍ଦ୍ଧିତ

Sunil Chandra Nayak

ରାଇରଙ୍ଗପୁର ବ୍ଳକ ସ୍ତରୀୟ ଶିଶୁ ମହୋତ୍ସବ ‘ ସୁରଭି’ ଉଦଯାପିତ

masiha

Leave a Comment

error: Content is protected !!