ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମୌସୁମୀ ବିଳମ୍ବ,ମୁଣ୍ଡରେ ହାତ ଦେଲେଣି ଚାଷୀ 

ମୌସୁମୀ ବିଳମ୍ବ,ମୁଣ୍ଡରେ ହାତ ଦେଲେଣି ଚାଷୀ 

ଢେ଼ଙ୍କାନାଳ – ବିଳମ୍ବିତ ମୌସୁମୀ ଚିନ୍ତାରେ ମୁଣ୍ଡରେ ହାତ ଦେଲେଣି ଋଷୀକୁଳ । ଜିଲ୍ଲାର ବିଭିନ୍ନ ବ୍ଲକରେ ଖରିଫ ଋଷ ଉପରେ ଜଳବାୟୁ ପରିବର୍ତନର ପ୍ରଭାବ ପଡ଼ି ବାକୁ ବସିଲାଣି । ଢେଙ୍କାନାଳ ଜିଲ୍ଲା ଓଡ଼ି ଶାର ବୃଷ୍ଟି ମାନଚିତ୍ରରେ ଏକ ସ୍ଵତନ୍ତ୍ର ସ୍ଥାନ ଦଖଲ କରିଆସିଛି। ବିଶେଷ କରି ଖରିଫ ଋତୁରେ ଏଠାରେ ବହୁଳ ପରିମାଣରେ ଧାନ ଋଷ ହେଉଛି। କୃଷି ବୃଷ୍ଟିକୋଣରୁ ଏହି ଜିଲ୍ଲାକୁ କେହି କେହିଁ ଅନ୍ନଭଣ୍ଡାର ବୋଲି ମଧ୍ୟ କହନ୍ତି। କିନ୍ତୁ ଗତ କିଛି ବର୍ଷ ଧରି ବଦଳୁଥିବା ପାଣି ପାଗ ଏବଂ ଜଳବାୟୁ ପରିବର୍ତ୍ତନର ପ୍ରଭାବ ଏହି ପାରମ୍ପରିକ କୃଷି ବ୍ୟବସ୍ଥା ପ୍ରଭାବିତ କରିଛି। ଖରିଫ ଋଷ ଆରମ୍ଭ ହେବାର ସମୟ ଧୀରେ ଧୀରେ ପଛକୁ ଘୁଞ୍ଚୁଥିବା ବେଳେ ଋଷୀଙ୍କ ମଧ୍ୟରେ ଅନିଶ୍ଚିତତା ଓ ଚିନ୍ତା ବଢ଼ିବାରେ ଲାଗିଛି। ପୂର୍ବରୁ ଅକ୍ଷୟ ତୃତୀୟା ପରେ ପରେ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଧାନ ବୁଣା କାମ ଆରମ୍ଭହେଉଥିଲା ଋଷୀମାନେ ଧାନବିହନ ବୁଣୁଥିଲେ। କିଛି ସପ୍ତାହ ପରେ ମୌସୁମା ବର୍ଷାର ଆଗମନ ସହ ଜିଲ୍ଲାରେ ଧାନ ରୁଆ ହେଉଥିଲା। ବାପାଜେଜେଙ୍କ ଅମଳରୁ ଚଳି ଆସୁଥିବା ଏହି ପାରମ୍ପରିକ କୃଷି କ୍ୟାଲେଣ୍ଡର ପ୍ରାୟ ଅପରି ବର୍ଷିତ ଥିଲା। ଏବେ କିନ୍ତୁ ପରିସ୍ଥିତି ବଦଳି ଯାଇଛି। ମୌସୁମୀ ଆଗମନରେ ବିଳମ୍ବ ଓ ବର୍ଷାର ଅନିୟମିତତା ଚାଷାଙ୍କ ଯୋଜନାକୁ ବିପର୍ଯ୍ୟସ୍ତ କରିଛି। ଚଳିତ ବର୍ଷ ମଧ୍ୟ ମୌସୁମୀ ବର୍ଷା ବିଳମ୍ବିତ ହେବାର ଆଭାସ ମିଳୁଛି। ଫଳରେ ଚାଷୀମାନେ ଚିନ୍ତାରେ ପଡ଼ିଛନ୍ତି। ସାଧାରଣତଃ ରଜ ପର୍ବ ସମୟରେ ଜିଲ୍ଲାରେ ବର୍ଷାକୁ ଲକ୍ଷ୍ୟ କରି ଚାଷୀମାନେ ଧାନ ବୁଣିବା କାମରେ ବ୍ୟସ୍ତ ରହନ୍ତି। ହେଲେ ଏବେ ବର୍ଷାର କୌଣସି ନିଶ୍ଚିତତା ନଥିବାରୁ ଅନେକ ଚାଷୀ ଧାନ ବୁଣା ଆରମ୍ଭ କରିବେ କି ନାହିଁ ସେନେଇ ଦ୍ବନ୍ଦ୍ବରେ ରହିଛନ୍ତି। ଉଚିତ ସମୟରେ ବର୍ଷା ନ ହେଲେ ଧାନତଳି ନଷ୍ଟ ହେବା ସହ ଧାନରୁଆ ମଧ୍ୟ ବିଳମ୍ବିତ ହେବ । ଏହାର ପ୍ରଭାବ ଅମଳ ଉପରେ ପଡ଼ିବ । ବିଶେଷ କରି ଢ଼େଙ୍କାନାଳ ଜିଲ୍ଲାର ବିଭିନ୍ନ ବ୍ଲକରେ ଖରିଫ ଋତୁରେ ବିଭିନ୍ନ କିସମର ହାଇବ୍ରିଡ଼ ଧାନ ଯଥା ହଜାରେଏକ,ହଜାରେ ନଅ,ଶ୍ୟାମ,ସ୍ଵର୍ଣମସୁରୀ,ବୀଣା ୧୧,(ସିହେରାଙ୍ଗ ସବ-୧) ମହିନ୍ଦ୍ରା,ପୁସା,ବାସମତି,ଲଳିତ,ସମ୍ଭା,ମହସୁରୀ,ନବୀନ,ଅର୍ଜୁନ,ପଙ୍କଜ,ଉଷା ଓ କଳା ଚମ୍ପା,ଭଳି ବିଭିନ୍ନ କିସମର ଧାନ ଋଷ କରାଯାଏ। ଏହି ଧାନ ପ୍ରଜାତିଗୁଡିକ ସମୟାନୁକୁଳ ବର୍ଷା ଉପରେ ଅଧିକ ନିର୍ଭରଶୀଳ । ବର୍ଷା ବିଳମ୍ବିତ ହେଲେ ଚାରାର ବୃଦ୍ଧି ଓ ଉତ୍ପାଦନ ଉଭୟ ପ୍ରଭାବିତ ହୋଇଥାଏ। ଏଥିପାଇଁ ଚାଷୀମାନେ ବର୍ଷାର ପ୍ରତୀକ୍ଷାରେ ରହିଥିବା ବେଳେ ଜଳବାୟୁର ଅନିଶ୍ଚିତତା ସେମାନଙ୍କ ଚିନ୍ତାକୁ ଆହୁରି ବଢାଇ ଦେଇଛି। କୃଷି ବିଶେଷଜ୍ଞଙ୍କ ମତରେ,ଜଳବାୟୁ ପରିବର୍ତ୍ତନ ଯୋଗୁଁ ବର୍ଷାର ପ୍ରକୃତିରେ ବଡ଼ ଧରଣର ପରିବର୍ତ୍ତନ ଆସିଛି। ପୂର୍ବରୁ ନିର୍ଦ୍ଦିଷ୍ଟ ସମୟରେ ଏବଂ ସମାନ ଭାବେ ବର୍ଷା ହେଉଥିଲା। ଜୁନ ମାସ ସରି ସରି ଆସୁଥିବା ବେଳେ କେତେବେଳେ ଟିକେ ମଧ୍ୟମ ଧରଣର ବର୍ଷା ହେଉଛି ତ ଆଉ କେତେବେଳେ ଦୀର୍ଘ ସମୟ ଧରି ବର୍ଷା ହେଉନାହିଁ। ଏହି ଅସ୍ଵାଭାବିକ ପାଣିପାଗ ଖବର ଅଧିକ ବିପଦଗାମୀ କରିଦେଇଛି। ଚାଷୀମାନେ ଜଳ ସଂରକ୍ଷଣ,ବିକଳ୍ପ ଫସଲ ଓ ଖରା ସହନଶୀଳ ଧାନ ପ୍ରଜାତି ଉପରେ ଗୁରୁତ୍ୱ ଦେବାକୁ ବିଶେଷଜ୍ଞମାନେ ପରାମର୍ଶ ଦେଉଛନ୍ତି। ଅନ୍ୟପଟେ ଗତ କିଛି ବର୍ଷ ହେବ ବିଭିନ୍ନ ବ୍ଲକରେ ଧାନ ସହ ତୈଳବୀଜ ଚାଷର କ୍ଷେତ୍ରଫଳ ମଧ୍ୟ କମିବାରେ ଲାଗିଛି। ସବୁ ଅଞ୍ଚଳରେ ଜଳସେଚନର ବ୍ୟବସ୍ଥା ନଥିବାରୁ ଚାଷଖର୍ଚ୍ଚ ଦୁଇଗୁଣା ବୃଦ୍ଧି ପାଇବା ଆଶଙ୍କା କରାଯାଉଛି। ଶ୍ରମିକ ଅଭାବ ମଧ୍ୟ ଆଉ ଏକ ପ୍ରମୁଖ କାରଣ ପାଲଟିଛି। ଅନିଶ୍ଚିତ ପାଣିପାଗ ଏଥିପାଇଁ ପ୍ରମୁଖ କାରଣ ବୋଲି କୁହାଯାଉଛି ଜୁଲାଇ ପହିଲାରେ ବର୍ଷା ନ ହେଲେ ବିଭିନ୍ନ ବ୍ଳକର ସମସ୍ତ ଜଳସେଚନ ପ୍ରକଳ୍ପ ଡ୍ୟାମଗୁଡ଼ିକରେ ଜଳ ସଂରକ୍ଷଣ ମଧ୍ୟ ପ୍ରଭାବିତ ହେବ । ଫଳରେ କେବଳ ଖରିଫ ନୁହେଁ,ରବି ଚାଷ ମଧ୍ୟ ସଙ୍କଟରେ ପଡ଼ି ପାରେ । ସମ୍ପୂର୍ଣ ଢେଙ୍କାନାଳ ଜିଲ୍ଲା ବିଶେଷ କରି ଢେ଼ଙ୍କାନାଳ ଜିଲ୍ଲାର ୮ ଟି ବ୍ଲକ ଅର୍ଥନୀତିର ମୂଳ ଆଧାର । କୃଷି ଉପରେ ହଜାର ହଜାର ପରିବାର ସିଧାସଳଖ ଭାବେ ଏହା ଉପରେ ନିର୍ଭର କରୁଛନ୍ତି। ତେଣୁ ସମୟୋପଯୋଗୀ ବର୍ଷା ଓ ସରକାରଙ୍କ ପକ୍ଷରୁ ଆବଶ୍ୟକ ସହାୟତା ଚାଷୀଙ୍କ ପାଇଁ ଅତ୍ୟନ୍ତ ଜରୁରୀ। ମୌସୁମୀ ବର୍ଷାର ବିଳମ୍ବ ଯଦି ଦୀର୍ଘସ୍ଥାୟୀ ହୁଏ,ତେବେ ଏହା କେବଳ ଋଷୀଙ୍କ ଜୀବିକା ନୁହେଁ,ଜିଲ୍ଲାର ଖାଦ୍ୟ ଉତ୍ପାଦନ ବ୍ୟବସ୍ଥା ଉପରେ ମଧ୍ୟ ଗଭୀର ପ୍ରଭାବ ପକାଇପାରେ । ଏବେ ସମସ୍ତଙ୍କ ନଜର ଆକାଶ ଉପରେ । ଚାଷୀ ଆଶା କରୁଛି,ଠିକ୍ ସମୟରେ ବର୍ଷା ଆସିବ ଏବଂ ବିଭିନ୍ନ ବ୍ଳକର ସବୁ ଅଞ୍ଚଳରେ ସବୁଜ ଧାନ କ୍ଷେତ ପୁଣିଥରେ ସମୃଦ୍ଧିର କାହାଣୀ ଲେଖିବ ।

ପ୍ରହ୍ଲାଦ ମୁଦୁଲି ଙ୍କ ରିପୋର୍ଟ୍ 

Related posts

ଭିଡ଼ିଓ ଉତ୍ତୋଳନ ବେଳେ ସାମ୍ବାଦିକଙ୍କୁ ଚୋରଙ୍କ ହତ୍ୟା ଧମକ୍ ନେଇ ବସ୍ତା ପ୍ରେସ କ୍ଳବ ପକ୍ଷରୁ ଥାନାରେ ଅଭିଯୋଗ 

masiha

ଓଡ଼ିଆ ଭାଷା ବିକାଶ ମଞ୍ଚ ର କାର୍ଲ ମାର୍କସ ଜୟନ୍ତୀ ପାଳନ ଓ ସ୍ବତନ୍ତ୍ର ପ୍ରଗତିଶୀଳ କାବ୍ୟ ସନ୍ଧ୍ୟା ଆୟୋଜିତ

ବାରିପଦା ରଜ ମୌଜ ଅନୁଷ୍ଠାନ ତରଫରୁ ରଜ ଉତ୍ସବ ପାଳିତ

masiha

Leave a Comment

error: Content is protected !!