ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନୂଆପଡ଼ାରେ ‘ଉଦ୍ୟମୀ ଓଡ଼ିଶା ଏମ୍‌ଏସ୍‌ଏମ୍‌ଇ କାର୍ଯ୍ୟକ୍ରମ’ ଶୁଭାରମ୍ଭ
 ମହିଳା ଉଦ୍ୟମିତାକୁ ଗୁରୁତ୍ୱ, ଯୁବପିଢ଼ି ନିଯୁକ୍ତିଦାତା ହେବାକୁ ଜିଲ୍ଲାପାଳଙ୍କ ଆହ୍ୱାନ

ନୂଆପଡ଼ାରେ ‘ଉଦ୍ୟମୀ ଓଡ଼ିଶା ଏମ୍‌ଏସ୍‌ଏମ୍‌ଇ କାର୍ଯ୍ୟକ୍ରମ’ ଶୁଭାରମ୍ଭ


ମହିଳା ଉଦ୍ୟମିତାକୁ ଗୁରୁତ୍ୱ, ଯୁବପିଢ଼ି ନିଯୁକ୍ତିଦାତା ହେବାକୁ ଜିଲ୍ଲାପାଳଙ୍କ ଆହ୍ୱାନ

ନୂଆପଡ଼ା,(ସୁଜିତ କୁମାର ପ୍ରଧାନ )ନୂଆପଡ଼ା ଜିଲ୍ଲାରେ ଉଦ୍ୟମିତା ବିକାଶ ଓ ନୂଆ ଶିଳ୍ପ ସୁଯୋଗ ସୃଷ୍ଟି ଲକ୍ଷ୍ୟରେ ଜିଲ୍ଲା ଶିଳ୍ପକେନ୍ଦ୍ର ପକ୍ଷରୁ ‘ଉଦ୍ୟମୀ ଓଡ଼ିଶା ଏମ୍‌ଏସ୍‌ଏମ୍‌ଇ କାର୍ଯ୍ୟକ୍ରମ’ ଏବଂ ମହିଳା ଉଦ୍ୟମିତା ମଞ୍ଚ (WEP) ଓଡ଼ିଶା ଅଧ୍ୟାୟର ଶୁଭାରମ୍ଭ ସ୍ଥାନୀୟ ପୁରୁଣା କେନ୍ଦ୍ରୀୟ ବିଦ୍ୟାଳୟ ପରିସରରେ ହୋଇଯାଇଛି l 

ମାନ୍ୟବର ବିଧାୟକ ନୂଆପଡ଼ା ଜୟ ଢୋଲକିଆ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଦ୍ୟମୀମାନଙ୍କୁ ଉତ୍ସାହିତ କରିଥିଲେ। ଜିଲ୍ଲାପାଳ ମଧୁସୂଦନ ଦାଶ, ଖରିଆର ଡିଏଫଓ (ଟି) ଅଜିଜ୍ ଖାନ, ଜିଲ୍ଲା ଶିଳ୍ପକେନ୍ଦ୍ରର ମହାପ୍ରବନ୍ଧକ ସମୀର ମୁଦୁଲି, ପୂର୍ବତନ ଏଲଡିଏମ୍ ସୀତାକାନ୍ତ ମେହେର ପ୍ରମୁଖ ଉପସ୍ଥିତ ଥିଲେ।

କାର୍ଯ୍ୟକ୍ରମରେ ସୂକ୍ଷ୍ମ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ (ଏମ୍‌ଏସ୍‌ଏମ୍‌ଇ) କ୍ଷେତ୍ରରେ ରହିଥିବା ସୁଯୋଗ, ସରକାରୀ ସହାୟତା ଯୋଜନା ଓ ଉଦ୍ୟୋଗ ସ୍ଥାପନ ପ୍ରକ୍ରିୟା ସମ୍ପର୍କରେ ସଚେତନତା କରାଯାଇଥିଲା। ଜିଲ୍ଲା ଶିଳ୍ପକେନ୍ଦ୍ରର ମହାପ୍ରବନ୍ଧକ ସମୀର ମୁଦୁଲି ଉଦ୍ୟମୀମାନଙ୍କ ପାଇଁ ଉପଲବ୍ଧ ସୁବିଧା ଓ ଯୋଜନା ବିଷୟରେ ସୂଚନା ଦେଇଥିଲେ। ପୂର୍ବତନ ଏଲଡିଏମ୍ ସୀତାକାନ୍ତ ମେହେର ବ୍ୟାଙ୍କିଂ ସାକ୍ଷରତା ଉପରେ ଆଲୋଚନା କରିଥିଲେ। ସେହିପରି, ସଫଳ ଉଦ୍ୟମୀମାନେ ନିଜର ଅନୁଭବ ବାଣ୍ଟିଥିଲେ।

ମୁଖ୍ୟ ଅତିଥି ବିଧାୟକ ଜୟ ଢୋଲକିଆ ମହିଳାମାନେ ଜିଲ୍ଲାରେ ଉଦ୍ୟୋଗ କ୍ଷେତ୍ରରେ ଆଗକୁ ଆସୁଥିବାରୁ ଖୁସି ବ୍ୟକ୍ତ କରିଥିଲେ। ସେ କହିଥିଲେ ଯେ, ଉଦ୍ୟମୀମାନେ ଲାଭ ଲକ୍ଷ୍ୟ ସହ ଦୂରଦୃଷ୍ଟି ଓ ସଠିକ୍ ଯୋଜନା ନେଇ ଆଗକୁ ବଢ଼ିବା ଆବଶ୍ୟକ। ଆରସେଟି (Rural Self Employment Training Institute)ତାଲିମ ସମାପ୍ତ କରିଥିବା ମହିଳାମାନଙ୍କୁ ତାଙ୍କ ପିତାଙ୍କ ଟ୍ରଷ୍ଟ ମାଧ୍ୟମରେ ୫୦ ପ୍ରତିଶତ ସବସିଡିରେ ସିଲାଇ ମେସିନ୍ ଯୋଗାଇବାକୁ ସେ ଘୋଷଣା କରିଥିଲେ।

ଜିଲ୍ଲାପାଳ ମଧୁସୂଦନ ଦାଶ ନୂଆପଡ଼ା ଜିଲ୍ଲାରେ ଏମ୍‌ଏସ୍‌ଏମ୍‌ଇ କ୍ଷେତ୍ରରେ ଅନେକ ସମ୍ଭାବନା ରହିଥିବା ଉଲ୍ଲେଖ କରି ଯୁବପିଢ଼ିଙ୍କୁ କେବଳ ଚାକିରି ଖୋଜୁଥିବା ନୁହେଁ, ବରଂ ନିଯୁକ୍ତିଦାତା ହେବା ପାଇଁ ଆହ୍ୱାନ କରିଥିଲେ।କାର୍ଯ୍ୟକ୍ରମ ଶେଷରେ ଅତିଥିମାନେ ୨୦ଟି ଉଦ୍ୟମୀ ଷ୍ଟଲ୍‌ର ଉଦ୍‌ଘାଟନ କରିଥିଲେ। ଏହି ଅବସରରେ ବହୁ ଉଦ୍ୟମୀ, ମହିଳା ଅଂଶଗ୍ରହଣକାରୀ ଓ ବିଭିନ୍ନ ବିଭାଗର ଅଧିକାରୀ ଉପସ୍ଥିତ ଥିଲେ।

Related posts

ସରାଗୁଡାରେ ମାଟିଯାତ୍ରା ତଥା ବିହନ ଛୀନା ପର୍ବ ପାଳିତ

masiha

ନବରଙ୍ଗପୁର ଜିଲ୍ଲାରେ ଶିଶୁ ସୁରକ୍ଷା ଓ ଅଧିକାର “ଶିଶୁଙ୍କ ପାଇଁ ଦିନଟିଏ” ବୈଠକ ଅନୁଷ୍ଠିତ 

masiha

ଜୟପାଟଣା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଆବଶ୍ୟକ ଅଛି ବିଶେଷଜ୍ଞ ଡାକ୍ତର

Sunil Chandra Nayak

Leave a Comment

error: Content is protected !!