ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜିଲ୍ଲାରେ ପୋଲିଓ ଟୀକାକରଣ ଅଭିଯାନ ଆରମ୍ଭ 

ଜିଲ୍ଲାରେ ପୋଲିଓ ଟୀକାକରଣ ଅଭିଯାନ ଆରମ୍ଭ 

ଯାଜପୁର /ମସିହା ନିୟୁଜ ୨୮/୦୬(ପ୍ରଦୀପ କୁମାର ମଲ୍ଲିକ): ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପଲ୍ସ ପୋଲିଓ ଟୀକାକରଣ (ଆଇପିପିଆଇ-୨୦୨୬) ଅଭିଯାନ ଉଦଘାଟିତ ହୋଇଛି। ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡ଼ା. ବିଜୟ କୁମାର ମିଶ୍ର ଆଜି ଏହାର ଶୁଭାରମ୍ଭ କରିଛନ୍ତି। ୨୮ ଜୁନ ରୁ ୩୦ ଜୁନ ୨୦୨୬ ଯାଏଁ ତିନି ଦିନ ଧରି ଏହି କାର୍ଯ୍ୟକ୍ରମ ଚାଲିବ। ଯାଜପୁର ଜିଲ୍ଲାରେ ୫ ବର୍ଷରୁ କମ ବୟସର ୧,୭୮,୪୭୮ ଶିଶୁ ଏହି ପୋଲିଓ ଟିକାକରଣ ଅଭିଯାନରେ ଉପକୃତ ହେବେ। ଜିଲ୍ଲାରେ ମୋଟ ୮୪୬ ଟି ପୋଲିଓ ବୁଥ ରହିଥିବା ବେଳେ ୩୩୮୪ ଜଣ କର୍ମକର୍ତ୍ତା ଏବଂ ୧୬୫ ଜଣ ସୁପରଭାଇଜର ଏଥିପାଇଁ ନିୟୋଜିତ ହେବେ। ୨୧ ଟି ଭ୍ରାମ୍ୟମାଣ ଟିମ୍ ଏହି କାର୍ଯ୍ୟ ସମ୍ପାଦନ କରିବେ। ପ୍ରଥମ ଦିନରେ ବୁଥ ସ୍ତରୀୟ କାର୍ଯ୍ୟକ୍ରମ ହେଉଥିବା ବେଳେ ବାକି ଦୁଇ ଦିନରେ ଘରକୁ ଘର ବୁଲି ଡାକ୍ତରୀ ଟିମ୍ ପରିଦର୍ଶନ କରିବେ ଏବଂ ଶିଶୁଙ୍କୁ ପୋଲିଓ ବୁନ୍ଦା ପ୍ରଦାନ କରିବେ। ଉଦଘାଟନୀ କାର୍ଯ୍ୟକ୍ରମରେ ବଡ଼ଚଣା ବାସିନ୍ଦା ବିଶ୍ୱଜିତ ରାଉତ ଓ ଜସ୍ମିନ ମିଶ୍ରଙ୍କ କନ୍ୟା ଜାହ୍ନବୀ ରାଉତଙ୍କୁ ପୋଲିଓ ବୁନ୍ଦା ଦିଆଯାଇଛି। ଏହି କାର୍ଯ୍ୟକ୍ରମରେ ଡିଏମଓ ମନୋଜ କୁମାର ସେନାପତି, ଏଡିପିଏଚସିଓ ସଂଯୁକ୍ତା ପଣ୍ଡା, ରମାକାନ୍ତ ବାରିକ, ଦୋଳଗୋବିନ୍ଦ ପଣ୍ଡା, ସିସିଟି ରମେଶ କୁମାର ମିଶ୍ର, ଜାକି ଆଲାମ, ମାନସ ରଞ୍ଜନ ସାମଲ ପ୍ରମୁଖ ଉପସ୍ଥିତ ଥିଲେ।

Related posts

ଓଡ଼ିଶାର ଵିଶିଷ୍ଠ ସାରସ୍ୱତ ସାଧକ,ଦକ୍ଷ ସଙ୍ଗଠକ,ସମାଜସେବୀ ସ୍ବର୍ଗତ ଅଭୟ ଚରଣ ଚଳାନ ଙ୍କ ୮୪ ତମ ଜୟନ୍ତୀ ସମାରୋହ ପାଳିତ

Sunil Chandra Nayak

ବହଳଦା ବ୍ଳକରେ ସାମୂହିକ ବିଦାୟ କାଳୀନ ସମ୍ବର୍ଦ୍ଧନା ଉତ୍ସବ

Sunil Chandra Nayak

କଳାକାର ବଞ୍ଚିଲେ ଦେଶ ସୁନ୍ଦର ହେବ : ସୀମାନ୍ତ ନଟରାଜ 

Sunil Chandra Nayak

Leave a Comment

error: Content is protected !!