ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଧରାକୋଟ ଗଡରେ ଦେବସ୍ନାନ ପୂର୍ଣ୍ଣିମା 

ଧରାକୋଟ ଗଡରେ ଦେବସ୍ନାନ ପୂର୍ଣ୍ଣିମା 

ଆସିକା, ୨୯/୬/୨୬ (ଶିବ ଶଙ୍କର ମିଶ୍ର ) ଧରାକୋଟ ଗଡରେ ଦେବସ୍ନାନ ପୂର୍ଣ୍ଣିମା ପୂର୍ବ ପ୍ରଚଳିତ ପରମ୍ପରା ଅନୁଯାୟୀ ପାଳନ ହୋଇଯାଇଛି । ରବିବାର ରାତ୍ରରେ ସେନାପଟା ଲାଗି ହେବାପରେ ସୋମବାର ପ୍ରଭାତରୁ ତିନି ଠାକୁରଙ୍କୁ ମଙ୍ଗଳା ଅର୍ପଣ କରାଯିବା ପରେ ନଅ ଘଣ୍ଟ ସମୟରେ ତିନି ଠାକୁରଙ୍କୁ ଗୋଟି ପହଣ୍ଡିରେ ସ୍ନାନ ମଣ୍ଡପକୁ ବିଜେ କରାଯାଇଥିଲା । ଠାକୁର ମାନଙ୍କୁ ନୂଆଁ ବସ୍ତ୍ର ପରିଧାନ ପରେ ସୁନା କୂଅର 108 ଗରା ଜଳରେ ସ୍ନାନ କରାଯାଇଥିଲା । ଏହା ପରେ ଠାକୁର ମାନେ ଗଜାନନ ବେଶ ଧାରଣ କରିଥିଲେ । ରାଜା ସୁଲକ୍ଷଣା ଗୀତାଞ୍ଜଳି ଙ୍କୁ ପଗଡ଼ି ଓ ଫୁଲମାଳ ପିନ୍ଧାଯିବା ପରେ ସେ ତିନି ଠାକୁରଙ୍କୁ ପଞ୍ଚାମୃତ ରେ ମହାସ୍ନାନ କରାଇ ଛେରା ପହଁରା କରି ଆଳତି ପ୍ରଦାନ କରିଥିଲେ। ଏହା ପରେ ଠାକୁର ମାନଙ୍କୁ ନିତିଦିନିଆ ଭୋଗ ଅର୍ପଣ କରାଯାଇଥିଲା । ଶ୍ରଦ୍ଧାଳୁ ମାନଙ୍କ ଦର୍ଶନ ପରେ ସନ୍ଧ୍ୟାରେ ତିନି ଠାକୁର ଙ୍କୁ ପହଣ୍ଡି କରି ମନ୍ଦିର ବିଜେ କରାଯାଇଥିଲା । ସେଠାରେ ବିଭୀଷଣ ଓ ଗରୁଡ଼ ଦର୍ଶନ ପରେ ତିନି ଠାକୁର ଅଣସର ଘରକୁ ଯାଇଥିଲେ । ଆଜିର ତିଥିର ସମସ୍ତ ଦେବନୀତି ତ୍ରିନାଥ ବଡ଼ପଣ୍ଡା ,ସ୍ୱାଧୀନ ପଣ୍ଡା ଓ ସାଗର ଶତପଥୀ ସମ୍ପନ୍ନ କରିଥିବା ବେଳେ ପୁଟୁ ଓ ନନ୍ଦିଗୋର ର ପଣ୍ଡା ମାନେ ତିନି ଠାକୁରଙ୍କୁ ପହଣ୍ଡି କରାଇଥିଲେ । ଗୁମାସ୍ତା କାଳିଆ ବେହେରା, ଟହଲିଆ ଭଗବାନ ଗୌଡ଼,ଶ୍ରୀକାନ୍ତ ସ୍ୱାଇଁ ପ୍ରମୁଖ ସହଯୋଗ ପ୍ରଦାନ କରିଥିବା ବେଳେ ଜାନବିଲି ର ରାଧାକୃଷ୍ଣ ମହିଳା ସଙ୍କୀର୍ତ୍ତନ ମଣ୍ଡଳୀ ହରିନାମ ସଂକୀର୍ତ୍ତନ ପରିବେଷଣ କରିଥିଲେ। ଆଜିର ସ୍ନାନ ପୂର୍ଣ୍ଣିମା ଅବସରରେ ଅଞ୍ଚଳର ଶହ ଶହ ଲୋକଙ୍କ ସମାଗମ ହୋଇଥିଲା ।

Related posts

ପକ୍ଷୀ ମାନଙ୍କର ଜଳ ସେବା ପାଇଁ ଶ୍ରୀ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟ 

masiha

ଜିଲ୍ଲା ଯୋଗାସନ ସଂଘ ଆନୁକୁଲ୍ୟରେ ଜିଲ୍ଲା ସ୍ତରୀୟ ଯୋଗାସନ ପ୍ରତିଯୋଗିତା ଅନୁଷ୍ଠିତ

Sunil Chandra Nayak

ବ୍ୟାଙ୍କ କର୍ମଚାରୀ ଙ୍କୁ ଅବସର କାଳୀନ ସମ୍ବର୍ଦ୍ଧନା

Sunil Chandra Nayak

Leave a Comment

error: Content is protected !!