ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଥୁଆମୂଳ ରାମପୁର ପୋଲିସ ଛକରେ ଦୁଇ ବାଇକ୍ ମୁହାଁମୁହିଁ ଧକ୍କା: ଦୁଇ ଚାଳକ ଗୁରୁତର, ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର

ଥୁଆମୂଳ ରାମପୁର ପୋଲିସ ଛକରେ ଦୁଇ ବାଇକ୍ ମୁହାଁମୁହିଁ ଧକ୍କା: ଦୁଇ ଚାଳକ ଗୁରୁତର, ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର

ଥୁଆମୂଳ ରାମପୁର,୩୦/୬ – (ମନିସ) :- କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ଥାନା ସଦର ମହକୁମା ପୋଲିସ ଷ୍ଟେସନ ନିକଟରେ ମଙ୍ଗଳବାର ଦୁଇଟି ମୋଟରସାଇକେଲ ମଧ୍ୟରେ ମୁହାଁମୁହିଁ ଧକ୍କା ଉଭୟ ବାଇକ୍ ଚାଳକ ଗୁରୁତର ଆହତ 

ଆହତ ଦୁଇ ଜଣଙ୍କୁ ସ୍ଥାନୀୟ ଲୋକଙ୍କ ସହଯୋଗରେ ପ୍ରଥମେ ଥୁଆମୂଳ ରାମପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ସେଠାରେ ପ୍ରାଥମିକ ଚିକିତ୍ସା ପରେ ଉଭୟଙ୍କ ଅବସ୍ଥା ଗୁରୁତର ହେବାରୁ ଅଧିକ ଚିକିତ୍ସା ପାଇଁ କଳାହାଣ୍ଡି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି।

ଗୁରୁତର ଆହତମାନଙ୍କ ମଧ୍ୟରେ ଥୁଆମୂଳ ରାମପୁର ଅଞ୍ଚଳର ନୂଆପଡା ଗ୍ରାମର ପୁରନ୍ଦର ନାଏକ (୪୦) ଏବଂ ପାଲଯୋର୍ ଗ୍ରାମର ସଦାଶିବ ମାଝୀ (୨୮) ବୋଲି ମିଳିଥିବା ସୂଚନାରୁ ଜଣାପଡ଼ିଛି।

ଦୁର୍ଘଟଣାର ଖବର ପାଇ ଥୁଆମୂଳ ରାମପୁର ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉଭୟ ବାଇକ୍‌କୁ ଜବତ କରାଯାଇ ଦୁଘଟଣାର ତଦନ୍ତ ଆରମ୍ଭ କରିଛନ୍ତି। ତେବେ ଦୁର୍ଘଟଣାର ପ୍ରକୃତ କାରଣ ତଦନ୍ତ ପରେ ହିଁ ସ୍ପଷ୍ଟ ଜଣାପଡିବ। ଅପରପକ୍ଷରେ ଥୁଆମୁଳ ରାମପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଆମ୍ବୁଲାନ୍ସ ଅଭାବ ରହିଥିବା ଯୋଗୁଁ ଆହତମାନଙ୍କୁ ନିଜସ୍ୱ ଖର୍ଚ୍ଚାରେ ବେସରକାରୀ ଗାଡି ଯୋଗେ ଭବାନୀପାଟଣା ମୁଖ୍ୟ ଡାକ୍ତରଖାନାକୁ ଚିକିତ୍ସା ପାଇଁ ନେବାକୁ ବାଧ୍ୟ ହୋଇଥିବା ଜଣାପଡିଛି।

ଥୁଆମୁଳ ରାମପୁର ବ୍ଳକରୁ ବଳଭଦ୍ର ବାଗଙ୍କ ରିପୋର୍ଟ

Related posts

ମ.ରାମପୁରରେ ସମ୍ପୂର୍ଣ୍ଣତା ଅଭିଯାନ ୨.୦

Sunil Chandra Nayak

ବିଶ୍ଵ ଦାନ କଳା ଅଭିଯାନ ଜରିଆରେ ଜନ ମଙ୍ଗଳ ରାସୋଳ ସଂଗଠନ ତରଫରୁ ଉଫ୍ ସେବାଶ୍ରମ ର ଅନ୍ତେବାସୀ ମାନଙ୍କୁ ଖାଦ୍ୟ,ବସ୍ତ୍ର ଓ ଫଳଦାନ

masiha

ସାପ କାମୁଡାରେ ସାପ ଧରାଳି ଗୁରୁତର

Sunil Chandra Nayak

Leave a Comment

error: Content is protected !!